ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଜଗତସିଂହପୁର

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଜଗତସିଂହପୁର

ବାଲେଶ୍ଵର,୦୮/୫/୨୪- ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ଅହରହ ପ୍ରଚେଷ୍ଟା ଜାରି ରଖିଛି । ହ୍ଵାଟ୍ସଆପ୍ ଗୃପରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ସାହିତ୍ୟ ବନ୍ଧୁ ମାନଙ୍କ ପ୍ରତିଭା ବିକାଶ ପାଇଁ ସମସ୍ତଙ୍କୁ ପ୍ରେରଣାର ଯୋଗାଉଛି । ଏହି ପରିପ୍ରେକ୍ଷୀରେ ଗତ ତା ୦୫/୫/୨୪ ରିଖ ରବିବାର ଗଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା – ” ତୁମ ବିନା ମୋ କାହାଣୀ ଅଧା “। ଏଥିରେ (୧) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ (୨) ଛବିରାଣୀ ପତି, ମଧ୍ୟଶାସନ, ବିରିଡି, ଜଗତସିଂହପୁର (୩) ମମତା ବେହୁରା, କଟକ (୪) ସଂହିତା ଜେନା, ବାସନ୍ଦରା, ବିରିଡି, ଜଗତସିଂହପୁର (୫) ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର ଅଂଶ ଗ୍ରହଣ କରିଥିଲେ । 

    ସମସ୍ତଙ୍କ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ଡକ୍ଟର ତାନଶ୍ରୀ ପାଣିଗ୍ରାହୀ, ଯିଏକି ପେଷାରେ ଜଣେ ଶିକ୍ଷୟିତ୍ରୀ ଓ ନିଶାରେ ଜଣେ ସୁ-ସାହିତ୍ୟ ସାଧିକା, ଘର ବାଲେଶ୍ଵର । ଯାହାର ଫଳାଫଳ ପ୍ରକାଶ ପାଇଛି । ତାଙ୍କ ସମୀକ୍ଷାରୁ ସଞ୍ଜୁକ୍ତା ସାହୁ ପ୍ରଥମ, ରଞ୍ଜୁଲତା ପାଢ଼ୀ ଦ୍ବିତୀୟ ଓ ସଂହିତା ଜେନା ତୃତୀୟ ସ୍ଥାନ ମିଳିଛି । ମୋଟ ୫ ଗୋଟି ଲେଖା ଆସିଥିଲା । ଏହି ୫ ଟି ଲେଖା ମଧ୍ୟରୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ନିରୂପଣ କରାଯାଇଥିଲା । ଯେଉଁମାନଙ୍କର ଉଚ୍ଚକୋଟୀର ଥିଲା ସେମାନଙ୍କୁ ସ୍ଥାନ ମିଳିଛି । ବହୁ ଦିନ ଅପେକ୍ଷା ପରେ ଯେମିତି ସଞ୍ଜୁକ୍ତା ସାହୁଙ୍କୁ ପ୍ରଥମ ସ୍ଥାନ ମିଳିଛି । ଏ ଫଳାଫଳ ନେଇ କେହି ବିଚଳିତ ନହୋଇ ସାହିତ୍ୟର ଉନ୍ନତି ତଥା ପ୍ରତିଭାର ବିକାଶ ପାଇଁ ଲେଖା ଜାରି ରଖନ୍ତୁ ନିଶ୍ଚୟ ଦିନେ ସ୍ଥାନ ମିଳିବ ବୋଲି ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

masiha

ନାରାୟଣପାଟଣା ବ୍ଲକରେ ୬୧ଟି ଅଭିଯୋଗର ଶୁଣାଣୀ କଲେ ପ୍ରକଳ୍ପ ନିର୍ଦ୍ଧେଶକ

ଆମପାଣି ଘାଟିରେ ଟ୍ରଲର ଦୁର୍ଘଟଣା ଦୁଇ ଡ୍ରାଇଭର ଗୁରୁତର

Leave a Comment

error: Content is protected !!