ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କନ୍ଧମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସଭା: ବିରୋଧୀଙ୍କ ଆତ୍ମ ପ୍ରଚାରରୁ ଦୂରେଇ ରହିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ବାନ

କନ୍ଧମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସଭା: ବିରୋଧୀଙ୍କ ଆତ୍ମ ପ୍ରଚାରରୁ ଦୂରେଇ ରହିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ବାନ

କନ୍ଧମାଳ:ତା,୦୯/୦୫:(ମନିସ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଲବାଣୀ ଠାରେ ନିର୍ବାଚନ ସଭାରେ ଯୋଗ ଦେଇଛନ୍ତି। କନ୍ଧମାଳ ଷ୍ଟାଡିୟମ ଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜୁ ଜନତା ଦଳକୁ ବିଜୟୀ କରିବା ପାଇଁ ନିବେଦନ କରିଛନ୍ତି। ଗତ ୨୫ ବର୍ଷ ଧରି କ୍ରମାଗତ ଭାବେ ରାଜ୍ୟରେ ବିକାଶ ପ୍ରକ୍ରିୟା ଜାରୀ ରହିଥିବା ସହ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ ପାଇଁ ଷଷ୍ଠ ଥର ପାଇଁ ବିଜେଡିକୁ କ୍ଷମତାକୁ ଆଣିବା ପାଇଁ ନିବେଦନ କରିଥିଲେ। ଏହାସହିତ ବିରୋଧୀଙ୍କ ଆତ୍ମ ପ୍ରଚାରରୁ ଦୂରେଇ ରହିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିୟନ ସମ୍ବୋଧନ ଦେଇ ନବୀନଙ୍କୁ ବିକାଶ ପୁରୁଷ ବୋଲି ଅଭିହିତ କରିଥିଲେ। ବିରୋଧୀ ଦଳ ମାନଙ୍କ ପ୍ରତି କଟାକ୍ଷ କରି ସେମାନେ କେବଳ କଥାରେ କୁହନ୍ତି, ନବୀନ ପଟ୍ଟନାୟକ କାମ କରି ଦେଖାନ୍ତି ବୋଲି କହିଥିଲେ ପାଣ୍ଡିଆନ। ବିଜେପି ୨୦୧୪ରେ ଦେଇଥିବା କୌଣସି ପ୍ରତିଶୃତି ପାଳନ କରିନାହିଁ ବୋଲି ସେ କହିଥିଲେ। ଏହି ଜନସଭାରେ କନ୍ଧମାଳ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଅଚ୍ୟୁତା ନନ୍ଦ ସାମନ୍ତଙ୍କ ସହିତ ସମସ୍ତ ସାତଟି ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀମାନେ ଯୋଗ ଦେଇ ଭୋଟ ଭିକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଏଠାରେ ପହଞ୍ଚି ଥିଲେ। ବର୍ଷା ସତ୍ତ୍ବେ ହଜାର ହଜାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଅପେକ୍ଷା କରି ରହିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲା ବିଜେଡି ସଭାପତି ଅଙ୍ଗଦ କହଁର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଓ ସମଗ୍ର ଜିଲ୍ଲାର ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ଭାରତୀୟ ଜନତା ପାର୍ଟି, ପାନପୋଷ ସାଂଗଠନିକ ଜିଲ୍ଲା ,ରାଉରକେଲା ଷ୍ଟିଲ ଟାଉନସିପ୍ ପଶ୍ଚିମ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

“ଆଦିବାସୀ ଗୌରବ ପର୍ବ ” ପାଳନ ନିମନ୍ତେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କ ଦୁଇଦିନୀୟା ଗସ୍ତ

Sunil Chandra Nayak

ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ୭୩ ତମ ଜନ୍ମ ଦିନ ପାଳିତ

masiha

Leave a Comment

error: Content is protected !!