ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସର ନିର୍ବାଚନୀ ଶୋଭାଯାତ୍ରା ଓ ସାଧାରଣ ସଭା  ଭାଜପା ଓ ବିଜେଡି ଉପରେ ବର୍ଷିଲେ-ଭକ୍ତ ଦାସ

କଂଗ୍ରେସର ନିର୍ବାଚନୀ ଶୋଭାଯାତ୍ରା ଓ ସାଧାରଣ ସଭା

 ଭାଜପା ଓ ବିଜେଡି ଉପରେ ବର୍ଷିଲେ-ଭକ୍ତ ଦାସ

ଜୁନାଗଡ଼,୧୦/୫ (ମନିସ)-କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଗୁରୁବାର ଅପରାହ୍ନରେ କଂଗ୍ରେସ ପକ୍ଷରୁ ଏକ ବିରାଟ ନିର୍ବାଚନୀ ଶୋଭାଯାତ୍ରା ହୋଇଥିଲା। ସ୍ଥାନୀୟ ଲଙ୍କେଶ୍ଵରୀ ମନ୍ଦିରରୁ ଏହି ଶୋଭାଯାତ୍ରାଟି ଆରମ୍ଭ ହୋଇ (ସଂସ୍କୃତି ନିକଟ) ନୂତନ ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲା। ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ ରାଜ୍ୟ ପ୍ରଚାର କମିଟି ଅଧକ୍ଷ ତଥା ନର୍ଲା ବିଧାୟକ ପ୍ରାଥୀ ଭକ୍ତ ଚରଣ ଦାସ,ଜୁନାଗଡ଼ କଂଗ୍ରେସ ବିଧାୟକ ପ୍ରାଥୀ ତୁଲେଶ୍ଵର ନାଏକ, ବିହାର ରାଜ୍ୟ ଉପସଭାପତି ଗୌରବ ଶାସ୍ତ୍ରୀଜି, ଜିଲା ସାଧାରଣ ସମ୍ପାଦକ ପ୍ରଭାତ ଦାଶ,ଚିତ୍ତ ରଞ୍ଜନ ନିଆଲ,ଜୁନାଗଡ଼ ନଗର ସଭାପତି ଅମିତ ଅଗ୍ରୱାଲ, ବରିଷ୍ଠ ନେତା ନରହରି ବାଗ,ବେଣୁଧର ଦୁର୍ଗା,ଜୁନାଗଡ଼ ବ୍ଲକ ସଭାପତି ପରମେଶ୍ୱର ମୋଟେଲ ପ୍ରମୁଖ ଯୋଗଦେଇଥିଲେ।କଳାହାଣ୍ଡି ର ବିକାଶ ହୋଇଛି କେବଳ କଂଗ୍ରେସ ସମୟରେ । ଯାହାର ନେତୃତ୍ବ ନେଉଥିଲେ ବରିଷ୍ଠ ନେତା ଭକ୍ତ ଦାସ ବୋଲି ବିଧାୟକ ପ୍ରାଥୀ ତୁଲେଶ୍ଵର କହିଥିଲେ। ସେହିପରି ୧୦ ବର୍ଷର ଭାଜପା ଓ ୨୫ ବର୍ଷର ବିଜେଡି ସରକାର ଉପରେ ବର୍ଷିଥିଲେ ଭକ୍ତ। ଭାଜପା ଓ ବିଜେଡି ସରକାର ସମୟରେ ଦୁନିର୍ତ୍ତି, ନାରୀ ନିର୍ଯ୍ୟାତନା,ଚାଷୀ ଅବହେଳା, ବେରୋଜଗାର,ଦାଦନ ସମସ୍ୟା ବଢିଛି। ଉଭୟ ସରକାର କେବଳ ପୁଞ୍ଜିପତିଙ୍କୁ ଅଧିକ ଗୁରୁତ୍ବ ଦେଇଥିବାବେଳେ କଂଗ୍ରେସ କିନ୍ତୁ ଗରିବୀ ଖଟି ଖିଆ,ଚାଷୀ ମାନଙ୍କୁ ଗୁରୁତ୍ବ ଦେଇଛି। କଳାହାଣ୍ଡି ରେ ଇନ୍ଦ୍ରାବତୀ ପ୍ରକଳ୍ପ,ରେଳ ଲାଇନ କଂଗ୍ରେସ ସମୟରେ ହୋଇଛି। ଜିଲାରେ ଚାଷୀଙ୍କୁ ଶୋଷଣ କରାଯାଉଛି ,ଧାନର କଟନି ଛଟନୀ ମାଧ୍ୟମରେ ବୋଲି ସେ କହିଥିଲେ। କଂଗ୍ରେସର ଜୁନାଗଡ଼ ପ୍ରାର୍ଥୀ ତୁଲେଶ୍ୱର ନାଏକ ଓ ସାଂସଦ ପାର୍ଥି ଦ୍ରୌପଦୀ ମାଝୀଙ୍କୁ ଭୋଟ ଦେଇ ଜିତାଇବାକୁ ଶ୍ରୀ ଦାସ ଲୋକଙ୍କୁ ନିବେଦନ କରିଥିଲେ। ବର୍ଷା ସତ୍ତ୍ୱେ ମଧ୍ୟ ଏହି ଶୋଭାଯାତ୍ରାରେ ହଜାରେରୁ ଉର୍ଦ୍ଧ୍ଵ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମିଶ୍ରଣ ପର୍ବ କୁ ନେଇ ରାଜନୀତି: ବିଜେଡ଼ି ର ମିଶ୍ରଣ ପର୍ବ ସରିବାର ୨୪ଘଣ୍ଟା ନ ପୁରୁଣୁ ସରପଞ୍ଚ କହିଲେ ମୁଁ ବିଜେପି ରେ ଅଛି

ଦିଗପହଣ୍ଡି ବିଧାନସଭା ପାଇଁ କଂଗ୍ରେସ ର ପ୍ରାର୍ଥୀ ସାକା ସୁଜିତ ଙ୍କ ନାମାଙ୍କନ ପତ୍ର ଦାଖଲ 

masiha

ଗୁଣପୁର ଓ ବିଷମକଟକରେ ୫ ଟି ଅଧ୍ୟକ୍ଷଙ୍କ ନିର୍ବାଚନୀ ସଭା

masiha

Leave a Comment

error: Content is protected !!