ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜସ୍ୱ ଫାଙ୍କି ଇଟା ବେପାରୀ ମାଲେମାଲ,,, ବର୍ଦ୍ଧିତ ଦର ଯୋଗୁଁ ଗ୍ରାହକଙ୍କ ହାଲ ବେହାଲ,,

ଚିଲିଗୁଡା ୦୫/୦୪(ମ ନି ସ ) :କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରତଳି ଓ ଗ୍ରାମାଞ୍ଚଳ ମାନଙ୍କରେ ଶହ ଶହ ଇଟାଭାଟି ରେ ଲକ୍ଷ ଲକ୍ଷ ଇଟା ତିଆରି କରାଯାଉଛି।କ୍ରମବ୍ରଦ୍ଧିଷ୍ଣୁ କୋଠା ନିର୍ମାଣ ସାଙ୍ଗକୁ ସହରାଞ୍ଚଳ ଆବାସ ନିର୍ମାଣ, ଗ୍ରାମାଞ୍ଚଳ ଆବାସ ନିର୍ମାଣ, ବାଡ଼ ନିର୍ମାଣ ପାଇଁ ବ୍ୟାପକ ଭାବେ ମାଟି ଇଟାର ଢେର ଚାହିଦା ରହିଛି।ଏହାକୁ ଦୃଷ୍ଟିରେ ରଖି ଇଟା ବେପାରୀ ମାନେ କେବଳ ବର୍ଷା ଋତୁକୁ ଛାଡି ବର୍ଷ ତମାମ ଲକ୍ଷ ଲକ୍ଷ ଇଟା ତିଆରି କରୁଛନ୍ତି।ଜୁନାଗଡ଼ ସହର ନିକଟସ୍ଥ ହାତୀନଦୀ କୂଳରେ ପ୍ରତିଯୋଗିତା ମୂଳକ ଭାବେ ଇଟା ଭାଟି ଚାଲିଛି।ନଦୀ ପାର୍ଶ୍ୱସ୍ଥ ଚିଚେଇଗୁଡା ରାସ୍ତା, ଯମୁନାବାହାଲ ରାସ୍ତା, ବଳଧିଅମାଲ, ନେହେରୁ ନଗର ପଡା ସାମନା, ମାକରଶୋଲା ନଦୀ ଉପକଣ୍ଟ, ଭତ୍ରାଜୋର ଉପକଣ୍ଠର ବ୍ରାହ୍ମଣୀଗୁଡା, ଖରଲାବେଡା, ବୁଢ଼ୀପଦର, ଭତ୍ରାଗୁଡା, ମାଟିଗାଁ ସମେତ ଜୁନାଗଡ଼ ତହସିଲର ବିଭିନ୍ନ ଗ୍ରାମରେ ଇଟାଭାଟି ଚାଲିଛି।ନଦୀ ଏବଂ ନାଳା ଉପକଣ୍ଟରେ ରାଜସ୍ୱ ବିଭାଗର ବିନା ଅନୁମତିରେ ନିର୍ଦ୍ୱନ୍ଦରେ ଚାଲିଛି ଇଟା ନିର୍ମାଣ।ରାଜସ୍ୱ ବିଭାଗର ଅନୁମତିରେ ନିର୍ଦ୍ଦିଷ୍ଟ ପରିମାଣର ଇଟା ତିଆରି କରିବା ପାଇଁ ସ୍ଥିରୀକୃତ ରାଜସ୍ୱ ପୈଠ କରିବା ବିଧେୟ ଥିଲେହେଁ ଏହାକୁ ଇଟା ନିର୍ମାଣ କରୁଥିବା ବେପାରୀ ମାନୁ ନାହାନ୍ତି।ଜଣେ ଜଣେ ବେପାରୀ ବାର୍ଷିକ ପଚାଶ ଲକ୍ଷରୁ କୋଟିଏ ଇଟା ତିଆରି କରୁଥିଲେହେଁ ତଦନୁଯାୟୀ ରାଜସ୍ୱ ପୈଠ ନ କରି ବିଭାଗୀୟ ସଲାସୁତୁରାରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଫାଙ୍କୁଥିବା ଆଲୋଚନା ହେଉଛି।ଧର୍ମକୁ ଆଖିଠାର ନ୍ୟାୟରେ ଚାଲିଛି ରାଜସ୍ୱ ବିଭାଗର କାର୍ଯ୍ୟାନୁଷ୍ଠାନ।ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଶହ ଶହ ଇଟାଭାଟି ପୋଡ଼ାଇବା ଯୋଗୁଁ ମଧ୍ୟ ମାତ୍ରାଧିକ ଉତ୍ତାପ ବୃଦ୍ଧି ଘଟୁଛି ବେଆଇନ ଭାବେ ଗଢିଉଠିଥିବା ଇଟାଭାଟି, ରାଜସ୍ବ ଫାଙ୍କୁଥିବା ଇଟା ନିର୍ମାଣକାରୀ, ଏଥିପାଇଁ କୋଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଭିଭାଗୀୟ କର୍ମଚାରୀ ମାନଙ୍କ ପ୍ରତି ଜିଲ୍ଲା ପ୍ରଶାସନ, ରାଜସ୍ୱ କମିଶନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏକ ଉଛସ୍ତରୀୟ ଭିଜିଲାନ୍ସ ତଦନ୍ତ କରାଯିବାକୁ ସର୍ବସାଧାରଣରେ ଦାବି ହେଉଛି। ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ମମତା ଶତପଥୀ ଙ୍କ କବିତା ଜଗନ୍ନାଥଙ୍କ ବାର୍ତ୍ତା 

Sunil Chandra Nayak

ରାସ୍ତା ଉପରେ ରେ ଆଣ୍ଠୁଏ ପାଣି 

Sunil Chandra Nayak

ବୌଦ୍ଧ ଜିଲ୍ଲାପାଳଙ୍କ ଓସ୍ୱ।ନ ସଭାଗୃହରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସାମୁହିକ ଶପଥପାଠ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!