ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନିର୍ବାଚନୀ ଶେଷ ଦିନ ରେ ପ୍ରଚାର କୁ ଜୋରଦାର୍ କଲେ କ୍ୟାପଟାନ ଦିବ୍ୟ ଶଙ୍କର ମିଶ୍ର

ନିର୍ବାଚନୀ ଶେଷ ଦିନ ରେ ପ୍ରଚାର କୁ ଜୋରଦାର୍ କଲେ କ୍ୟାପଟାନ ଦିବ୍ୟ ଶଙ୍କର ମିଶ୍ର

ଜୁନାଗଡ଼,୧୧/୫(ମନିସ)ନିର୍ବାଚନ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ବିଜେଡି ପକ୍ଷରୁ ନିର୍ବାଚନ ପ୍ରଚର ର ଶେଷ ଦିନ ରେ ସହର ର ପ୍ରତେକ ୱାର୍ଡ କୁ ଯାଇ ଲୋକଙ୍କୁ ସିଧା ସଳଖ ଭେଟି ଭୋଟ ଭିକ୍ଷା କରିଥିଲେ l ଏହି ଶେଷ ଦିନ ବିଧାୟକ ପାର୍ଥି କେପଟେନ ମିଶ୍ର ନିଜ ପ୍ରଚାର କୁ ଜୋରଦାର୍ କରି ହାଟ୍ରିକ୍ ବିଜୟ ପାଇଁ ଭୋଟର ଙ୍କ ନିକଟତର ହୋଇଥିଲେ l ଜୁନାଗଡ ନିର୍ବାଚନ ମଣ୍ଡଳୀ ରେ ତିନି ପ୍ରମୁଖ ଦଳ ର ପାର୍ଥି ଭାବେ ନିର୍ବାଚନ ମୈଦାନରେ ଅବତ୍ତୀର୍ଣ୍ଣ ହୋଇଛନ୍ତି l କଂଗ୍ରେସ ରୁ ତୁଲେସ୍ଵର ନାଏକ, ବିଜେପି ରୁ ମନୋଜ ମେହେର୍ ଓ ବିଜେଡି ରୁ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର କଡା ଟକ୍କର ହେବା ସମ୍ଭାବନା ରହିଚି l ଏଥିନେଇ ବିଜେଡି ପାର୍ଥି କ୍ୟାପଟେନ୍ ମିଶ୍ର ନିଜ ସପକ୍ଷ ରେ ବିଭିନ୍ନ୍ ଗ୍ରାମାଞ୍ଚଳ ମାନଙ୍କ ରେ ନିଜ କର୍ମୀ ଓ ସମର୍ଥକ ମାନେ ଭୋଟ ପ୍ରଚାର କରିଥିବା ବେଳେ ଖୋଦ୍ ବିଧାୟକ୍ ପାର୍ଥି କ୍ୟାପଟେନ୍ ମିଶ୍ର ଶେଷ ନିର୍ବାଚନୀ ପ୍ରଚାର ଥିବାରୁ ସହରାଞ୍ଚଳ ରେ ଉପସ୍ଥିତ ହୋଇ ଫୋକସ୍ କରିଥିଲେ l ସହର୍ ର ୧୨ ଗୋଟି ୱାର୍ଡ ମଧ୍ୟ କୁ ଯାଇ ମାରାଥନ ପ୍ରଚାର କରିଥିବା ବେଳେ ସନ୍ଧ୍ୟା ରେ ସ୍ତାନୀୟ ନୂଆ ବସ୍ ଷ୍ଟାଣ୍ଡ ଠାରେ ସଙ୍ଖ ନାଦ ସଂକଳ୍ପ ସମାବେଶ କରି ନିଜ ପ୍ରଚାର କୁ ଶେଷ କରିଥିଲେ l ଏହି ସମାବେଶ ରେ ଉପସ୍ଥିତ ଜନସାଧାରଣ ଙ୍କୁ ନବୀନ୍ ସରକାରଙ୍କ ବିକାଶ ବାର୍ତ୍ତା ଦେଇ ଚଳିତ ନିର୍ବାଚନୀ ଇସ୍ତାହାର କୁ ଲୋକଙ୍କୁ ଅବଗତ କରି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ l ଏଥିସହ ନିଜ ସପକ୍ଷ ରେ ଓ ସଂସାଦ ପାର୍ଥି ଲମ୍ବୋଦର ନିଆଲ ଙ୍କୁ ଯୋଡି ଶଂଖ ରେ ଭୋଟ ଦେଇ ଜୟ ଯୁକ୍ତ କରିବାକୁ ନିବେଦନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଦଳୀୟ ସମର୍ଥକ ଦୂର୍ଗା ପ୍ରସାଦ ନାଏକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁଧୀର ମେହେର୍, ବ୍ଲକ ଅଧ୍ୟକ୍ଷl ସବିତା ମେହେର୍, ଏନ୍ ଏ ସି ଉପାଧ୍ୟକ୍ଷା ହିଁମାଦ୍ରୀ ନାଏକ ସମସ୍ତ ପlରିଷଦ ଅନେକ୍ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମ କୁ ନଗର୍ ସବାପତି ସତିସ ପ୍ରଧାନ ପରିଚାଳନା କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଚନ୍ଦାହାଣ୍ଡି ରେ ବଜରଙ୍ଗ ଦଳ ଗଠିତ

Sunil Chandra Nayak

ସରଗଡା ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

ବଲାଙ୍ଗିର ଜିଲ୍ଲାର କେଉଁ ବିଧାୟକ ହେବେ ମନ୍ତ୍ରୀ

masiha

Leave a Comment

error: Content is protected !!