ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ୍ଯୂନିସିପାଲ ମହାବିଦ୍ୟାଳୟରେ ମେଧାବୀ ଅଭିନନ୍ଦନ 

ମ୍ଯୂନିସିପାଲ ମହାବିଦ୍ୟାଳୟରେ ମେଧାବୀ ଅଭିନନ୍ଦନ 

ରାଉରକେଲା: ଅକ୍ଷୟ ତୃତୀୟା ଦିବସରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଚଳିତ ବର୍ଷର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର କଳା ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ଅଭିନନ୍ଦନୀୟ ସଫଳତା ହାସଲ କରିଛନ୍ତିି । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ବାରା ପ୍ରକାଶିତ ମେଧା ତାଲିକାରେ ମ୍ୟୁନିସିପାଲ ମହାବିଦ୍ୟାଳୟର ବିଭିନ୍ନ ବିଭାଗରେ ସାତ ଜଣ ବିଦ୍ୟାର୍ଥୀ ସ୍ଥାନିତ ହୋଇଛନ୍ତି। ସେମାନେ ହେଲେ, ଶୁଭଲକ୍ଷ୍ମୀ ବାରିକ (ଉଦ୍ଭିଦ ବିଜ୍ଞାନ, ଅଷ୍ଟମ ସ୍ଥାନ), ହରପ୍ରିୟା ସ୍ବାଇଁ (ପଦାର୍ଥ ବିଜ୍ଞାନ,ନବମ ସ୍ଥାନ) ଓ କୋମଲ ଚଉରାସିୟା (ପ୍ରାଣୀ ବିଜ୍ଞାନ, ଚତୁର୍ଥ ସ୍ଥାନ) ତଥା ବାଣିଜ୍ୟ ବିଭାଗର ଚାରି ଜଣ ଛାତ୍ରଛାତ୍ରୀ ସୁଧାସ୍ମିତା ପ୍ରଧାନ (ଦ୍ବିତୀୟ ସ୍ଥାନ), ବିପାସନା ମହାନ୍ତି (ତୃତୀୟ ସ୍ଥାନ), ଶ୍ବେତା ସାଙ୍ଗଭୀ (ପଞ୍ଚମ ସ୍ଥାନ) ଏବଂ ବସନ୍ତରାଜ ଗିରୀଶ କୁମାର (ଅଷ୍ଟମ ସ୍ଥାନ) । ଏହି ମେଧାବୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ମହାବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ଡ଼ଃ ସନାତନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଦିପ୍ତୀରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସଭାରେ ସ୍ବାଗତ ଅଭିଭାଷଣରେ ଡଃ ପ୍ରଧାନ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ କହିଲେ ଯେ ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ଜୀବନ ବିକାଶ ପାଇଁ ଉତ୍ତମ ଶିକ୍ଷକ, ସଚେତନ ଅଭିଭାବକ ଓ ସୁସ୍ଥ ପରିବେଶ ଉପଲବ୍ଧ ହେବା ଅତ୍ୟନ୍ତ ଆବଶ୍ୟକ । ମେଧାବୀ ବିଦ୍ୟାର୍ଥୀମାନେ ସେମାନଙ୍କ ବକ୍ତବ୍ୟରେ ମହାବିଦ୍ୟାଳୟର ପ୍ରଶଂସା କରିବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ । ଅଧ୍ୟାପିକା ମହାଶ୍ୱେତା ମହାପାତ୍ର, ଆଲିସା ସେନ, ଅଧ୍ୟାପକ ଆକାଶ ଦାସ ଓ ଅନୀଲ ଦାଶ ବକ୍ତବ୍ୟ ରଖିଥିଲେ । ବାଣିଜ୍ୟ ବିଭାଗ ମୁଖ୍ୟ ବିଜୟ ପାଢ଼ୀ,ଡଃ ଦିବ୍ୟକାନ୍ତି ବିଲୁଙ୍ଗ, ରୁମା ସାହୁ, ହେମନ୍ତ କୁମାର ପୁହାଣ ଓ ସଲିମ୍ ପ୍ରଭୃତି ବ୍ୟବସ୍ଥାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଭିଭାବକ, ଛାତ୍ରଛାତ୍ରୀ,ଅଧ୍ୟାପକ ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗଦାନ କରିଥିଲେ । ଶେଷରେ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ବିଜୟଲକ୍ଷ୍ମୀ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ପାର୍ବତୀ ନୋଡାଲ୍ ବିଦ୍ୟାପୀଠ ଆଲୁମିନି କମିଟି ପକ୍ଷରୁ ଦିତୀୟ ବାର୍ଷିକ ସମ୍ବର୍ଧନା ସମାରୋହ 

Sunil Chandra Nayak

ଜନ କଲ୍ୟାଣ ସାମ୍ୱାଦିକ ସଂଘ ଶୋକାକୁଳ ପରିବେଶରେ ଉପସ୍ଥିତ ରହି ନୀରବ ପ୍ରାର୍ଥନା

masiha

ଚିଲିଗୁଡା ଦଶହରାରେ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!