ସୁବର୍ଣ୍ଣରେଖା ଓ ଫକିରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ “ଫକିରମୋହନ ତିରୋଧାନ ଦିବସ” ପାଳନ
ରାଉରକେଲା: ସଂକ୍ରାନ୍ତି ପୁରୁଷ ତଥା ମହାନ କଥାକାର ଫକିରମୋହନଙ୍କ ତିରୋଧାନ ଦିବସ ଅନୁଷ୍ଠାନର ବ୍ୟାସଭବନ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବନବିହାରୀ ରଣା ଓ ଉପସ୍ଥିତ ବରିଷ୍ଠ ଉପଦେଷ୍ଟା, କର୍ମକର୍ତ୍ତା ଓ ନନ୍ଦିନୀ ମହିଳା ସଂହତିର ସଦସ୍ୟା ମାନଙ୍କ ଦ୍ବାରା ଫକିରମୋହନଙ୍କ ତୈଳଚ୍ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ସାଧାରଣ ସମ୍ପାଦକ କମଳାକାନ୍ତ ପ୍ରଧାନ, ଉପଦେଷ୍ଟା ମନୋରଞ୍ଜନ ଦାସ,ଡଃ: ସୁମନ ଦତ୍ତ, ଆଇନଜୀବୀ କଲ୍ୟାଣ କମଳ ପଣ୍ଡା ମଞ୍ଚାସୀନ ଥାଇ ଫକିରମୋହନଙ୍କ ଦ୍ବାରା ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାଷାର ଉନ୍ନତି, ପ୍ରଗତି ପାଇଁ କରା ଯାଇଥିବା କାର୍ଯ୍ୟ ସମୂହ ଉପରେ ଆଲୋକପାତ କରିଥିଲେ।
ଡାକ୍ତର ସାନ୍ତ୍ଵନା ପରିଡ଼ା ଫକିରମୋହନଙ୍କ ଲେଖାର ସମାଜ ସଂସ୍କାର ଦିଗ ଉପରେ ଆଲୋଚନା କରିଥିଲେ।ଉପସଭାପତି ନିତ୍ୟାନନ୍ଦ ବେହେରା ସ୍ବାଗତ ଭାଷଣ ଦେଇଥିବାବେଳେ ମହିଳା ସମ୍ପାଦିକା ଆଇନଜୀବୀ ଗୀତାଞ୍ଜଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଦିବସର ଦ୍ବିତୀୟ ପର୍ଯ୍ୟାୟରେ ନନ୍ଦିନୀ ମହିଳା ସଂହତିର ସଦସ୍ୟା ମାନଙ୍କ ଦ୍ବାରା ଓଡ଼ିଆଙ୍କ ଅନ୍ୟତମ ଗଣ ପର୍ବ “ରଜ ଉତ୍ସବ” ପାଳନ ହୋଇଥିଲା। ମହିଳା ମାନଙ୍କର ରଜ ସଜବାଜ, କୁଆଁରୀ କନ୍ୟାଙ୍କ ସ୍ବତନ୍ତ୍ର ସଜ ମହିଳା ସଂହତିର ସଦସ୍ୟା ମାନଙ୍କ ଦ୍ବାରା କରା ଯାଇଥିଲା।ରଜ ପାନ ଭାଙ୍ଗିବା ସହ ପରସ୍ପରକୁ ମିଠା ପାନ ଖୁଆଇ ରଜ ପରମ୍ପରା ମାନି ଥିଲେ। ମହିଳା ମାନେ ରଜ ଦୋଳିରେ ବସି ରଜଗୀତ ଗାଇ ଝୁଲି ଝୁଲି ଉକ୍ତ ଦିବସର ମଜା ଉଠାଇବା ସହ ସ୍ବପ୍ରସ୍ତୁତ ବିଭିନ୍ନ ପ୍ରକାରର ପିଠା ସମସ୍ତ ଉପସ୍ଥିତ ସଦସ୍ୟ – ସଦସ୍ୟା ମାନଙ୍କୁ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜୟ ପ୍ରଧାନ, ଆନନ୍ଦ ଗିରି, ରାଧାକୃଷ୍ଣ ଦଳପତି, କରୁଣାକର ବାରିକ, ପ୍ରଦୀପ ଭୋଳ, ବାଲୁ କିଶୋର ପାତ୍ର, ପରମେଶ୍ବର ମହାରଣା,ରାଜୀବ ପାତ୍ର,ବିକାଶ ସାହାଣୀ, ଅରକ୍ଷିତ ଆଦକ, ପ୍ରଫୁଲ୍ଲ ସାହୁ, ସୁବ୍ରତ କୁମାର ଜେନା, କବିନ୍ଦ୍ର ଦେଓ,ବରୁଣ ମାଝୀ, ପର୍ଶୁରାମ ମଲ୍ଲିକ ,ହରିପଦ ମହାନ୍ତି ନନ୍ଦିନୀ ମହିଳା ସଂହତିର ଦେବଯାନୀ ଘୋଷ ,ଛବି ରାଣୀ ପ୍ରଧାନ, କନକଲତା ଜେନା,ତଅପୋଇ ମାଝୀ,ଦମୟନ୍ତୀ ବେହେରା, ଶକୁନ୍ତଳା ଆଦକ,ଆଶାଲତା ଦାଶ,ସୁପ୍ରଭା ପ୍ରଧାନ, ପୂଜାରିଣୀ ଗିରି, ଜ୍ୟୋତ୍ସ୍ନା ରାଣୀ ଦେଓ, ଲୋପାମୁଦ୍ରା ଦାସ,ଜ୍ୟୋତ୍ସ୍ନାରାଣୀ ଜେନା,ଚମ୍ପା ଚାନ୍ଦ, ଶର୍ମିଲା ଦତ୍ତ ପ୍ରମୁଖ ସହଯୋଗ କରିଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

