ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଘୋଷିତ କବିତା ପ୍ରତିଯୋଗିତାର ଫଳାଫଳ ଘୋଷିତ

ଅଘୋଷିତ କବିତା ପ୍ରତିଯୋଗିତାର ଫଳାଫଳ ଘୋଷିତ

ବାଲେଶ୍ଵର,୧୨/୫/୨୪- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ମୁଖ୍ୟତଃ ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ଗଠିତ । ଗଳ୍ପ, ପ୍ରବନ୍ଧ, ଭ୍ରମଣ କାହାଣୀ, ମେଧାଅନ୍ବେଷଣ ଏବଂ ଓଡ଼ିଆ ମାନଙ୍କର ବିଭିନ୍ନ ପର୍ବପର୍ବାଣିକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ପ୍ରତିଯୋଗିତାରେ ମାଧ୍ୟମରେ ସାଧକ/ସାଧିକା ମାନଙ୍କୁ କିଛି ନା କିଛି ଶିକ୍ଷା ଦେଇଥାଏ । ବେଳେବେଳେ କବିତା ପ୍ରତିଯୋଗିତାକୁ ମଧ୍ୟ ଧ୍ୟାନ ଦେଇଥାଏ । ଅଘୋଷିତ କବିତା ପ୍ରତିଯୋଗିତାରେ ମଧ୍ୟ ସମସ୍ତଙ୍କୁ ଖୁସି କରିଥାଏ । ଏହି ପରିପ୍ରେକ୍ଷୀରେ ଗତ ତା ୧୦/୫/୨୦୨୪ ରିଖ ଥିଲା ଓଡ଼ିଆ ମାନଙ୍କ ଗଣପର୍ବ ଅକ୍ଷୟ ତୃତୀୟା । ଏହି ଦିନ ଅକ୍ଷୟ ତୃତୀୟା ବିଷୟରେ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପ୍ କୁ କେତେ ଗୁଡିଏ କବିତା ଆସିଥିଲା, ଯାହାକୁ ଅଘୋଷିତ କବିତା ପ୍ରତିଯୋଗିତାରେ ସ୍ଥାନ ଦିଆ ଯାଇଥିଲା । ଯେଉଁଥିରେ (୧) ଭାଗବତ ସାହୁ, ଦୋଳପଦୀ, ବନ୍ତ, ଭଦ୍ରକ (୨) ପବିତ୍ରା ଧଳ ମଲ୍ଲିକ, ଚାନ୍ଦକୁଡା, ଚାନ୍ଦବାଲି, ଭଦ୍ରକ (୩) ବାସନ୍ତୀ ଲତା ଜେନା, ଗାନ୍ଧିନଗର, ନବରଙ୍ଗପୁର (୪) ଭାରତୀ ହୋତା, ନୂଆପଡା (୫) ଗୀତାଞ୍ଜଳି ପୃଷ୍ଟି, ଗତିରାଉତ ପାଟଣା, ଡିହସାହି, କଟକ (୬) ଉର୍ମିଳା ମହାପାତ୍ର, କୋଷାଗୁମୁଡା, ନବରଙ୍ଗପୁର (୭) ଜାନକୀ ମହାନ୍ତ, ବେଙ୍ଗାଲୁରୁ (୮) ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ (୯) ଉପେନ୍ଦ୍ର ବସ୍ତିଆ, ରାଉରକେଲା, ସୁନ୍ଦରଗଡ (୧୦) କବିତା ସାହୁ, ଜୟପୁର, କୋରାପୁଟ (୧୧) ସରୋଜିନୀ ପତି, ରସଲପୁର, ଯାଜପୁର (୧୨) ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ (୧୩) ଗଗନ କୁମାର ଦାଶ, ମୋହନା, ଗଜପତି (୧୪) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା (୧୫) ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର (୧୬) ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର (୧୭) ରୁଵୀଲତା ଦାସ, କାଁପଡା, ତିହିଡି, ଭଦ୍ରକ ପ୍ରମୁଖ ମୋଟ ୧୭ ଜଣଙ୍କୁ ସ୍ଥାନ ଦିଆଯାଇଥିଲା । କବିତା ଗୁଡିକୁ ସମୀକ୍ଷା କରିଥିଲେ କବୟିତ୍ରୀ ମାଧୁରୀ ମିଶ୍ର, ଜିଲ୍ଲା ଝାରସୁଗୁଡା । ଯାହାର ଫଳାଫଳ ଘୋଷଣା ହୋଇଛି । ଶ୍ରୀମତୀ ମିଶ୍ରଙ୍କ ସମୀକ୍ଷାରୁ ବାସନ୍ତୀ ଲତା ଜେନା ପ୍ରଥମ, ରଞ୍ଜୁଲତା ପାଢ଼ୀ ଦ୍ବିତୀୟ ଓ ଗଗନ କୁମାର ଦାଶଙ୍କୁ ତୃତୀୟ ସ୍ଥାନ ମିଳିଛି । ଅନ୍ୟମାନେ ସମସ୍ତେ ମଧ୍ୟ ଭଲ ଲେଖିଛନ୍ତି, ତେଣୁ ସମସ୍ତଙ୍କୁ ଅଶେଷ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୋ ଅନୁଷ୍ଠାନ ସମ୍ପାଦକ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

ରାଇରଙ୍ଗପୁର ଠାରେ ରାଜ୍ୟ ସ୍ତରୀୟ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ଭନ୍ଧୀୟ ମକଡ୍ରିଲ ଅନୁଷ୍ଠିତ

masiha

ସଂଯୋଗୀ ସାହିତ୍ୟ ସଂସଦର ଗୁରୁତ୍ୱପୂର୍ଣ୍ଣ ବୈଠକ

masiha

ଫାଇଲେରିଆ ନିରାକରଣ ଅଭିଯାନ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ 

masiha

Leave a Comment

error: Content is protected !!