ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେଗିଗୁଡାରେ ଅଷ୍ଟ ପ୍ରହର ନାମଯଜ୍ଞ 

ନେଗିଗୁଡାରେ ଅଷ୍ଟ ପ୍ରହର ନାମଯଜ୍ଞ 

କୋକସରା,୧୧/୫ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ନେଗିଗୁଡା ଠାରେ ଅଖଣ୍ଡ ଅଷ୍ଟପ୍ରହର ନାମଯଜ୍ଞର ନାମାରମ୍ଭ ଶନିବାର ସକାଳ ୭ ଟାରୁ ହୋଇ ଯାଇଛି। ଶୁକ୍ରବାର ନିକଟସ୍ଥ ବେହେରା ନଦୀରୁ ଗଙ୍ଗା ଆବାହନ କରି କଲସଯାତ୍ରା ପୁର୍ବକ ବେଦୀରେ ଅଧିବାସ ପୂଜନ ଅନୁଷ୍ଠିତ ହୋଇଥିଲା। ଏହି ନାମଯଜ୍ଞରେ ପୂଜକ ଭାବରେ ଜ୍ୟୋତିର୍ବିଦ ଭୂପେଶ ତିୱାରୀ, ବେହେରା ଜଗନ୍ନାଥ ମନ୍ଦିର ପୂଜକ ମୋହନ ତିୱାରୀ, ଧ୍ରୁବ ତିୱାରୀ, ମିଥଲେସ ତିୱାରୀ ଓ କର୍ତ୍ତା ରୂପରେ ହରେକୃଷ୍ଣ ଦାସ, ସପତ୍ନୀକ ରମ୍ଭା ଦେବୀ ପୂଜନ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ନାମଯଜ୍ଞରେ ସର୍ବମୋଟ ସାତ ଗୋଟି ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଛନ୍ତି। ନାମ ସମାପନ ପରେ ରାଧା କୃଷ୍ଣ ଯୁଗଳ ମୂର୍ତ୍ତି ସହିତ ଦଧିହାଣ୍ଡି କୁ ନଗର ପରିକ୍ରମା କଲା ପରେ ପୂର୍ଣ୍ଣାହୂତି ହେବ ବୋଲି ନାମଯଜ୍ଞର ସଭାପତି ଦିନେଶ ଗୋପାଳ ପ୍ରକାଶ କରିଥିଲେ । ଭକ୍ତମାନଙ୍କ ପାଇଁ କମିଟି ପକ୍ଷରୁ ଦୁଇ ଦିନପାଇଁ ଅର୍ଣ୍ଣଛତ୍ରର ବ୍ୟବସ୍ଥା କରାଯାଇ ଅଛି । ନାମ ଯଜ୍ଞ କମିଟିର ସମ୍ପାଦକ ଧନବଲ ନାଗ, ହେତୁରାମ ନାଗ, ତୁଳସୀ ରାମ ଗୋପାଳ, ଦିଗେଶ୍ବର ଗୋପାଳ, କ୍ଷମା ସାଗର ବାଗ, ନିରାକାର ଗୋପାଳ, କୃପାସିନ୍ଧୁ ଦାସ, ଅମୃତ ପୁଝାରି,ପୂର୍ଣ୍ଣଚନ୍ଦ୍ର ନାଗ, ବିଶେଶ୍ୱର ଗୋପାଳ, ମୋହନ ନାଗ ସମେତ ନେଗିଗୁଡା ଗ୍ରାମବାସୀ ସହଯୋଗ କରିଛନ୍ତି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଇରଙ୍ଗପୁର କଂଗ୍ରେସ ଦଳ ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ;୨୯ ୟୂନିଟ ରକ୍ତ ସଂଗ୍ରହ

Sunil Chandra Nayak

ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ ପାରୁଲ ପଟୱାରୀ

Sunil Chandra Nayak

ପାଞ୍ଚ ପୁଟ ଲମ୍ବାର ଦାମଣା ସାପ ଉଦ୍ଧାର, ଜଙ୍ଗଲ ବିଭାଗଙ୍କ ଉପସ୍ଥିତିରେ ଜଙ୍ଗଲରେ ଛଡ଼ା ଗଲା 

masiha

Leave a Comment

error: Content is protected !!