ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପକ୍କା ରାସ୍ତା କରାଯାଉନଥିବାରୁ ଖୁଣ୍ଟିଆଗୁଡ଼ାବାସୀଙ୍କ ଭୋଟ ବର୍ଜନ : ପୋଲିଂ କର୍ମଚାରୀ ଓ ଅଧିକାରୀ ବସି ରହିଲେ

ପକ୍କା ରାସ୍ତା କରାଯାଉନଥିବାରୁ ଖୁଣ୍ଟିଆଗୁଡ଼ାବାସୀଙ୍କ ଭୋଟ ବର୍ଜନ : ପୋଲିଂ କର୍ମଚାରୀ ଓ ଅଧିକାରୀ ବସି ରହିଲେ

ତେନ୍ତୁଳିଖୁଣ୍ଟି ୧୩/୦୫/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତା ଗୁଡା ଗ୍ରାମ ପଞ୍ଚାୟତ ର ଖୁଣ୍ଟିଆଗୁଡା ଗ୍ରାମ କୁ ଆଜି ପର୍ଯ୍ୟନ୍ତ ସବୁଦିନିଆ ପକ୍କା ରାସ୍ତା ହୋଇପାରିନଥିବାରୁ ଗ୍ରାମ ବାସୀ ଭୋଟ ବର୍ଜନ କରିଛନ୍ତି ।ଫଟଗୁଡ଼ା ଗ୍ରାମ ରୁ ଖୁଣ୍ଟିଆଗୁଡା ପର୍ଯ୍ୟନ୍ତ ରାସ୍ତା ପକ୍କା ପିଚୁ ରାସ୍ତା କରିବାକୁ ଗ୍ରାମବାସୀ ଆଜକୁ ପନ୍ଦର ବର୍ଷ ହେବ ଦାବୀ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଓ କେବଳ ଧର୍ମ କୁ ଆଖି ଠାର ସଦୃଶ ଦୁଇ ଥର ମନରେଗା ଯୋଜନାରେ ବୁଡି ଅଞ୍ଚଳ ବାସୀ ରହୁଥିବା ସାହି ଠାରୁ ଆମ୍ବ ତୋଟା ପର୍ଯ୍ୟନ୍ତ ମାଟି ରାସ୍ତା କରାଯାଇଛି। ଏଣୁ ଗ୍ରାମବାସୀ ପ୍ରତିବାଦ କରିବା ପାଇଁ ପ୍ରତୀକ ଭାବେ କାର୍ଡ଼ମାକ୍ତ ରାସ୍ତା ରେ ଧାନ ରୋଇବା କାର୍ଯ୍ୟ ମଧ୍ୟ କରିଥିଲେ ।ବୁଡି ଅଞ୍ଚଳ ବାସି ଯେଉଁଠି ରହିବେ ସେହି ଗ୍ରାମ କୁ ପକ୍କା ରାସ୍ତା ଓ ବିଦ୍ୟାଳୟ ପାନୀୟଜଳ ଆଦି ଅତ୍ୟାବଶ୍ୟକୀୟ ସେବା ପ୍ରକଳ୍ପ କର୍ତ୍ତୁପକ୍ଷ ଯୋଗାଇଦେବା ନିୟମ ମଧ୍ୟ ଏଠାରେ କାର୍ଯ୍ୟକାରୀ ହୋଇ ପାରିନଥିବା ଯୋଗୁଁ ନେତା ଲୋକ ପ୍ରତିନିଧି ତଥା ପ୍ରଶାସନ ଉପରେ କ୍ରୋଧ ଭୋଟ ବର୍ଜନ ରେ ପ୍ରତିଫଳିତ ହୋଇଛି। ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଭୋଟ ବର୍ଜନ ନିଷ୍ପତ୍ତି ପରେ ଗ୍ରାମବାସୀ। ଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରକଳ୍ପ ନିର୍ଦ୍ଦେଶକ ଆଦି ଅଧିକାରୀ ଆସି ବୁଝାଇ ଫେଲ ମାରିଛନ୍ତି।ବର୍ଷା ଦିନ ରେ ଗ୍ରାମକୁ ଆମ୍ବୁଲାନ୍ସ ଆସିପାରୁନି ଏପରିକି ଘରକୁ ଆସୁଥିବା ସମ୍ପର୍କୀୟ ମଧ୍ୟ ଥରେ ଆସିଲେ ଦ୍ଵିତୀୟ ଥର ଆସିବାକୁ ଇଛା କରୁ ନାହାନ୍ତି। ଏହି ଗ୍ରାମକୁ ଦୀର୍ଘ ଦିନ ଉପେକ୍ଷା କରାଯାଉଥିବାରୁ ଗ୍ରାମର ଯୁବକ ମହିଳା ଛାତ୍ରଛାତ୍ରୀ ଓ ବୟୋଜ୍ୟେଷ୍ଠ ମିଳିତ ହୋଇ ଭୋଟ ବର୍ଜନ କରି ଛନ୍ତି। ଖୁଣ୍ଟିଆଗୁଡା ଗ୍ରାମ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ର 251 ନମ୍ବର ବୁଥ ଏଠାରେ 609 ଜଣ ଭୋଟର ରହିଛନ୍ତି। 

ଭୋଟ ବର୍ଜନ ଚରମ ତଥା ଏକକ ମତ ରେ ପ୍ରତିଫଳିତ ହୋଇଛି। ଲମତା ଗୁଡ଼ା ଗ୍ରାମ ପଞ୍ଚାୟତ ରେ 85 ପ୍ରତିଶତ ମତଦାନ ହୋଇଥିବା ବେଳେ ଖୁଣ୍ଟିଆ ଗୁଡ଼ା ବାସୀ ରାସ୍ତା ନାହିଁ ତ ଭୋଟ ନାହିଁ ଖୁଣ୍ଟିଆଗୁଡା ବାସୀ ଙ୍କ ନିଷ୍ପତ୍ତି ଲୋକ ପ୍ରତିନିଧି ଙ୍କୁ ଶକ୍ତ ଚାପୁଡ଼ା ତଥା ଚାଲେଞ୍ଜ ସଦୃଶ ହୋଇଛି।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଜାମଦା ବ୍ଳକରେ ଆବାସ ଯୋଜନାରେ ଅନିୟମିତତା ବିରୁଦ୍ଧରେ ବିଜେପିର ବ୍ଳକ ଘେରାଉ

Sunil Chandra Nayak

ମୟୂରଭଞ୍ଜ (୨) ବିଜେଡି ଜିଲ୍ଲା ଉପସଭାପତି ପାର୍ଥ କବିଙ୍କୁ ସଂଖ୍ୟା ଲଘୁ ସଂପ୍ରଦାୟ ପକ୍ଷରୁ ସମ୍ବର୍ଦ୍ଧନା

Sunil Chandra Nayak

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରତାପ ଦେବଙ୍କ କୁଶ ପୁତ୍ତଳିକା ଦାହ

masiha

Leave a Comment

error: Content is protected !!