ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ ରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ୭୨ତମ ବଳିଦାନ ଦିବସ ପାଳିତ

ଧର୍ମଗଡ ରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ୭୨ତମ ବଳିଦାନ ଦିବସ ପାଳିତ

ଭାରତୀୟ ଜନତାପାର୍ଟୀ ଧର୍ମଗଡ ଶାଖା ତରଫରୁ ଧର୍ମଗଡ ଠାରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ୭୨ତମ ବଳିଦାନ ଦିବସ ପାଳନ ହୋଇଯାଇଛି । ଧର୍ମଗଡ ର ଅନେକ ବିଜେପି କାର୍ଯ୍ୟକର୍ତ୍ତା ଶ୍ରୀ ମୁଖାର୍ଜୀ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଧର୍ମଗଡ ନଗର ସଭାପତି ହରେକୃଷ୍ଣ ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ର ନବନିର୍ବାଚିତ ବିଧାୟକ ସୁଧିର ରଂଜନ ପଟ୍ଟଯୋଷୀ ମୂଖ୍ୟ ଅତିଥି, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର ମୂଖ୍ୟବକ୍ତା,ମଣ୍ଡଳ ପ୍ରଭାରୀ ଶିଶୁଦେବ ମୁଣ୍ଡ, ଅନୁସୁଚିତ ଜାତି ମୋର୍ଚ୍ଚା ର ରାଜ୍ୟ ନିମନ୍ତ୍ରିତ ସଦସ୍ୟ ଅପ୍ରେସ ସ୍ବାଇଁ,ଧର୍ମଗଡ ନଗରପାଳ ଅଶୋକ ମହାନ୍ତି ,ଧର୍ମଗଡ ବିଧାନସଭା ସଂଯୋଜକ ମଣିନ୍ଦ୍ର ପାତ୍ର ଯୋଗଦେଇ ଡଃ ଶ୍ୟାମାପ୍ରସାଦ ଙ୍କ ଦେଶପାଇଁ ଅବଦାନ ଏବଂ ବଳିଦାନ ର ସ୍ମୃତି ଚାରଣ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଜେପି ର ସମସ୍ତ ପାରିଷଦ ସମେତ ଅନେକ ଭାଜପା କର୍ମକର୍ତ୍ତା ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ କୁ ଧର୍ମଗଡ ବିଜେପି ନଗର ସଭାପତି ଡମ୍ବରୁଧର ଠାକୁର ପରିଚାଳନା କରିଥିବାବେଳେ ଧର୍ମଗଡ ନଗର ଯୁବମୋର୍ଚା ସାଧାରଣ ସମ୍ପାଦକ ଚନ୍ଦନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଧର୍ମଗଡ ନଗର ବିଜେପି ତରଫରୁ ନବନିର୍ବାଚିତ ବିଧାୟକ ଙ୍କୁ ଏକ ସମ୍ବର୍ଦ୍ଧନା କରାଯାଇଥିଲା।ଏଥିରେ ଧର୍ମଗଡ ସହରର ଅନେକ ବିଜେପି କାର୍ଯକର୍ତା ଉପସ୍ଥିତ ରହି ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଞାପନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶଙ୍ଖ ଭବନରେ ବନ୍ଧୁଗାଁ ବ୍ଲକର ସରପଞ୍ଚ, ସମିତି ମେମ୍ବର ଓ ଶତାଧିକ ସମର୍ଥକଙ୍କ ସହ କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀ ଓ ବ୍ଲକ ଉପାଧ୍ୟକ୍ଷାଙ୍କ ବିଜେଡିରେ ସାମିଲ 

masiha

ଲମ୍ବୋଦର ନିଆଲଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଟିକଟ ପ୍ରଦାନ କରିବାକୁ ଦାବି,ସାମ୍ୱାଦିକ ସମ୍ମିଳନୀ କଲା ଖଡ଼ିଆଳ ବିଜେଡ଼ି

masiha

ନିର୍ବାଚନ ଲଡିବେ ଅବସରପ୍ରାପ୍ତ ଆୟକର କମିଶନର ,ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!