ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ ରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ୭୨ତମ ବଳିଦାନ ଦିବସ ପାଳିତ

ଧର୍ମଗଡ ରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ୭୨ତମ ବଳିଦାନ ଦିବସ ପାଳିତ

ଭାରତୀୟ ଜନତାପାର୍ଟୀ ଧର୍ମଗଡ ଶାଖା ତରଫରୁ ଧର୍ମଗଡ ଠାରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ୭୨ତମ ବଳିଦାନ ଦିବସ ପାଳନ ହୋଇଯାଇଛି । ଧର୍ମଗଡ ର ଅନେକ ବିଜେପି କାର୍ଯ୍ୟକର୍ତ୍ତା ଶ୍ରୀ ମୁଖାର୍ଜୀ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଧର୍ମଗଡ ନଗର ସଭାପତି ହରେକୃଷ୍ଣ ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ର ନବନିର୍ବାଚିତ ବିଧାୟକ ସୁଧିର ରଂଜନ ପଟ୍ଟଯୋଷୀ ମୂଖ୍ୟ ଅତିଥି, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର ମୂଖ୍ୟବକ୍ତା,ମଣ୍ଡଳ ପ୍ରଭାରୀ ଶିଶୁଦେବ ମୁଣ୍ଡ, ଅନୁସୁଚିତ ଜାତି ମୋର୍ଚ୍ଚା ର ରାଜ୍ୟ ନିମନ୍ତ୍ରିତ ସଦସ୍ୟ ଅପ୍ରେସ ସ୍ବାଇଁ,ଧର୍ମଗଡ ନଗରପାଳ ଅଶୋକ ମହାନ୍ତି ,ଧର୍ମଗଡ ବିଧାନସଭା ସଂଯୋଜକ ମଣିନ୍ଦ୍ର ପାତ୍ର ଯୋଗଦେଇ ଡଃ ଶ୍ୟାମାପ୍ରସାଦ ଙ୍କ ଦେଶପାଇଁ ଅବଦାନ ଏବଂ ବଳିଦାନ ର ସ୍ମୃତି ଚାରଣ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଜେପି ର ସମସ୍ତ ପାରିଷଦ ସମେତ ଅନେକ ଭାଜପା କର୍ମକର୍ତ୍ତା ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ କୁ ଧର୍ମଗଡ ବିଜେପି ନଗର ସଭାପତି ଡମ୍ବରୁଧର ଠାକୁର ପରିଚାଳନା କରିଥିବାବେଳେ ଧର୍ମଗଡ ନଗର ଯୁବମୋର୍ଚା ସାଧାରଣ ସମ୍ପାଦକ ଚନ୍ଦନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଧର୍ମଗଡ ନଗର ବିଜେପି ତରଫରୁ ନବନିର୍ବାଚିତ ବିଧାୟକ ଙ୍କୁ ଏକ ସମ୍ବର୍ଦ୍ଧନା କରାଯାଇଥିଲା।ଏଥିରେ ଧର୍ମଗଡ ସହରର ଅନେକ ବିଜେପି କାର୍ଯକର୍ତା ଉପସ୍ଥିତ ରହି ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଞାପନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଉରକେଲା ର ବିଭିନ୍ନ ସ୍ଥାନରେ କଂଗ୍ରେସ ର ସଂକୀର୍ତ୍ତିନ ସତ୍ୟାଗ୍ରହ 

masiha

ଜନ ସମ୍ପର୍କ ଯାତ୍ରାରେ ଯୋଗଦେଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା

Sunil Chandra Nayak

ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି

Sunil Chandra Nayak

Leave a Comment

error: Content is protected !!