ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ସାଂସଦ ବଳଭଦ୍ର ମାଝୀଙ୍କ ଝରିଗାଁ ବିଧାନସଭା ଗସ୍ତ ଓ ରୋଡ ସୋ

ବିଜେପି ସାଂସଦ ବଳଭଦ୍ର ମାଝୀଙ୍କ ଝରିଗାଁ ବିଧାନସଭା ଗସ୍ତ ଓ ରୋଡ ସୋ

ନବରଙ୍ଗପୁର(ରବି ନାରାୟଣମହାନ୍ତି)(ତା – ୨୨/୦୬) ନବରଙ୍ଗପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଇଂ ବଳଭଦ୍ର ମାଝୀ ବିଜୟ ଲାଭ ପରେ ଆଜି ଝରିଗାଁ ବିଧାନସଭା ଗସ୍ତରେ ଆସି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅଭିଯୋଗ ଶିବିରରେ ଯୋଗଦେଇଥିଲେ। ସାଂସଦଙ୍କ ପ୍ରଥମ ଗସ୍ତକୁ ନେଇ ଦଳୀୟ କର୍ମୀ,ସମର୍ଥକ,ଅନୁଗାମୀ ତଥା ବିଧାନସଭା ବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଝରିଗାଁ ସ୍ଥିତ ବିଜେପି କାର୍ଯ୍ୟାଳୟରେ ସାଂସଦ ପହଞ୍ଚିବା ପରେ ବିପୁଳ ସଂଖ୍ୟାରେ ଦଳୀୟ କର୍ମୀ ଓ ସମର୍ଥକ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରି ପାଛୋଟି ଆଣିଥିଲେ। ପରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ କୁ ପହଞ୍ଚିଥିଲେ। ସାଂସଦଙ୍କ ରୋଡ ସୋ ରେ ଲୋକାରଣ୍ୟ ଦେଖିବାକୁ ମିଳିଥିଲା। ହଜାରେ କର୍ମୀ ଓ ସମର୍ଥକ ଙ୍କ ସମାଗମ ହୋଇଥିଲା। ଝରିଗାଁ ବାସୀ ରୋଡ ସୋ ରେ ସାମିଲ ହୋଇ ସ୍ଵାଗତ ସମ୍ବର୍ଦ୍ଧନା ସହ ଶୁଭେଛା ଜ୍ଞାପନ କରିଥିଲେ। ବାଣ ଫୁଟାଇ ବାଜା ବଜାଇ ଯୁବତୀଙ୍କ ଢେମସା ନାଚର ତାଳେ ତାଳେ ସାଂସଦଙ୍କୁ ପାଛୋଟି ଆଣିଥିଲେ। ବ୍ଲକ୍ ପ୍ରଶାସନ ପକ୍ଷରୁ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତ୍ତା କୁମାର ଏବଂ ଅନ୍ୟାନ୍ୟ କର୍ମଚାରୀ ସାଂସଦଙ୍କୁ ପୁଷ୍ପଗୁଚ୍ଛ ଦେଇ କାର୍ଯ୍ୟାଳୟକୁ ପାଛୋଟି ଆଣିଥିଲେ। ଏହି ଅବସରରେ ଇଂ ବଳଭଦ୍ର ଭିନ୍ନକ୍ଷମ ମାନଙ୍କୁ ସାକ୍ଷାତ କରି ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ପ୍ରଦତ୍ତ ଟ୍ରାଏ ସାଇକେଲ ୩ ଟି, ବସ୍ ପାସ ୩ ଟି, ହ୍ବିଲ ଚ୍ୟାର ଗୋଟିଏ ଏବଂ ବ୍ଲାଇଣ୍ଡ ଷ୍ଟିକ୍ ଗୋଟିଏ ଭିନ୍ନକ୍ଷମଙ୍କୁ ପ୍ରଦାନ କରିଥିଲେ। ସାଂସଦଙ୍କ ଗସ୍ତ କାର୍ଯ୍ୟକ୍ରମ୍ କୁ ନେଇ ସ୍ଥାନୀୟ ପୋଲିସ୍ ପ୍ରଶାସନ ପକ୍ଷରୁ ଥାନାଧିକାରୀ ତପନ କୁମାର ପତିଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ମୁତୟନ ଥିଲେ। ରୋଡ ସୋ ପରେ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଅଭିଯୋଗ ଶିବିରରେ ଯୋଗଦେଇ ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ଠାରୁ ସାମୁହିକ ଓ ବ୍ୟକ୍ତିଗତ ଶତାଧିକ ଆପତି ଅଭିଯୋଗ ଗ୍ରହଣ କରିବା ସହ ସେମାନଙ୍କ ସହ ମିଶି ଆଲୋଚନା କରିଥିଲେ। ଶିବିରରେ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସାଂପ୍ରାତିକ ଉନ୍ନୟନ କାର୍ଯ୍ୟ ସ୍ଥିତି କୁ ନେଇ ବିଭାଗୀୟ ଅଧିକାରୀ ଙ୍କ ସହ ସମୀକ୍ଷା କରିଥିଲେ। ବିଧାନସଭା ବାସୀଙ୍କ ଜରୁରୀ ସମସ୍ୟା ଗୁଡକୁ ନେଇ ତାହାର ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ରର ଓ ରାଜ୍ୟର ଏନ୍ ଡି ଏ ସରକାରଙ୍କ ଲୋକାଭିମୁଖୀ ଯୋଜନା କିପରି ଫଳପ୍ରଦ ହେବ ଏବଂ ଲୋକଙ୍କ ନିକଟରେ ପ୍ରଗତି ଓ ବିକାଶ କିପରି ପହଞ୍ଚିପାରିବ ସେଥିପାଇଁ ପ୍ରଶାସନ କୁ ତତ୍ପରତା ଦେଖାଇବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଝରିଗାଁ ତହସିଲଦାର ଶଙ୍କର ପଟ୍ଟନାୟକ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମ ବିଜେପି ବ୍ଲକ ସଂଯୋଜକ ଯୁବ ଆଇନ୍ଜିବୀ ଚନ୍ଦ୍ରଭାନୁ ନାୟକଙ୍କ ନେତୃତ୍ବରେ ୩ ଟି ମଣ୍ଡଳ ସଭାପତି ମନୁରାଜ୍ ଗଣ୍ଡ,ମହେଶ୍ୱର ଗଣ୍ଡ ଓ ଗଣପତି ସାହୁ ସମେତ କୁନୁ ତିୱାରୀ, ପ୍ରଫୁଲ୍ଲ ପ୍ରାଧାନୀ,ବୁଲୁ ଷଡ଼ଙ୍ଗୀ,ଗଜେନ୍ଦ୍ର ପାଣ୍ଡେ,ସୁଦାମ ତିୱାରୀ,ଦିଗାମ୍ବର ସାନ୍ତା,ଶଙ୍କର ସାହୁ,ସୁମିତ୍ରା ମାଝୀ,ଜଗଦୀଶ କଲାର, ପଦମନ୍ ସାନ୍ତା, ପ୍ରମୁଖ ଆଜିର ବିଧାନସଭା ଗସ୍ତ ଓ ରୋଡ ସୋ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଦ୍ଵିତୀୟ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବାରୁ ଏବଂ ଦକ୍ଷିଣ ଓଡ଼ିଶାର ଜଣେ ଦକ୍ଷ ବିଜ୍ଞ ଉଚ୍ଚ ଶିକ୍ଷିତ ଅନୁଭୋବୀ ନିର୍ମଳ କର୍ମଠ ଭାବମୂର୍ତ୍ତି ସମ୍ପନ୍ନ ବ୍ୟକ୍ତିତ୍ବ ଭାବେ ତାଙ୍କର ଅଞ୍ଚଳବାସୀଙ୍କ ମଧ୍ୟରେ ସ୍ଵତନ୍ତ୍ର ପରିଚୟ ରହିଥିବାରୁ ବିଭିନ୍ନ ଅଞ୍ଚଳରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଶୁଭେଛା ଜ୍ଞାପନ କରିବାକୁ ପ୍ରବଳ ମାତ୍ରାରେ ଜନସମାଗମ ଦେଖିବାକୁ ମିଳିଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପାଳିତ 

masiha

ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ଉପଲକ୍ଷେ ବିଶାଳ ମହିଳା ସମାବେଶ

Sunil Chandra Nayak

ଲାଞ୍ଜିଗଡ଼ ବିଜେଡି ପକ୍ଷରୁ ବିଶ୍ଵନାଥପୁର ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!