ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ ହଜାର ବିଜୁ ସମର୍ଥକଙ୍କ ଗହଣରେ ଆସି ସାରସକଣା ବିଜେଡି ବିଧାୟକ ପ୍ରାର୍ଥୀ ଡାକ୍ତର ଦେବାଶିଷ ମାରାଣ୍ଡି, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ଙ୍କ ନାମାଙ୍କନ ପତ୍ର ଦାଖଲ

ରାଇରଙ୍ଗପୁରରେ ହଜାର ବିଜୁ ସମର୍ଥକଙ୍କ ଗହଣରେ ଆସି ସାରସକଣା ବିଜେଡି ବିଧାୟକ ପ୍ରାର୍ଥୀ ଡାକ୍ତର ଦେବାଶିଷ ମାରାଣ୍ଡି, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ଙ୍କ ନାମାଙ୍କନ ପତ୍ର ଦାଖଲ

 ମୟୂରଭଞ୍ଜ- ୧୪/୦୫ ( ମସିହା)ଆଜି ୨୦୨୪ ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିବସ ।ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଜେଡି ତରଫରୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଏବଂ ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକଙ୍କ ନାମାଙ୍କନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।

ହଜାର ହଜାର ବିଜେଡି ସମର୍ଥକ,ଯୁବ,ମହିଳା, ଛାତ୍ର,କୃଷକ ବିଶାଳ ପଟୁଆର ଶୋଭାଯାତ୍ରାରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ଠାରୁ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲି ଚାଲି ନିଜର ପ୍ରିୟ ପ୍ରାର୍ଥୀଙ୍କ ଫଟୋ ପ୍ଳାକାର୍ଡ ଧରି ପହଞ୍ଚି ଥିଲେ । ପାରଂପରିକ ବେଶଭୂଷା ପିନ୍ଧି, ଆଦିବାସୀ ନୃତ୍ୟ,ବାଜା,ଢୋଲ,ମାଦଳ ବଜାଇ ଚାଲିଥିଲେ ।ପଛରେ ସୁସଜ୍ଜିତ ରଥରେ ବିଜେଡି ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି,ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ଏବଂ ସାରସକଣା ବିଧାୟକ ପ୍ରାର୍ଥୀ ଡାକ୍ତର ଦେବାଶିଷ ମାରାଣ୍ଡି ,ଉପସ୍ଥିତ ରହି ରାଇରଙ୍ଗପୁର ସହର ବାସୀଙ୍କୁ ପ୍ରଣାମ,ଗୁହାରି ଓ ହାତ ହଲାଇ ଶୁଭେଛା ଜଣାଇବା ସହ ଆଶିର୍ବାଦ ଭିକ୍ଷା କରିଥିଲେ ।ପରେ ଦୁର୍ଗା ମଣ୍ଡପ ଛକରେ ପ୍ରବାଦ ପୁରୁଷ ବିଜୁପଟନାୟକଙ୍କ ପ୍ରତିମୂର୍ତ୍ତୀରେ ପ୍ରାର୍ଥୀମାନେ ପୁଷ୍ପମାଲ୍ୟ ଦେଇ ଆଶୀର୍ବାଦ ଭିକ୍ଷା କରିଥିଲେ ।ପ୍ରାର୍ଥୀଙ୍କ ସହିତ ଷ୍ଟାର ପ୍ରଚାରକ ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ,ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ,ଜିଲ୍ଲା ବିଜେଡ଼ି ସଭାପତି କାଶୀନାଥ ହେମ୍ବ୍ରମ,ଇଶାନ ମିଶ୍ର, ଯୁବ ବିଜେଡ଼ି ସଭାପତି ଅଭିଷେକ ପଟ୍ଟନାୟକ, ମହିଳା ବିଜେଡି ସଭାନେତ୍ରୀ ତନୁଜା ମହାନ୍ତ, ପ୍ରାକ୍ତନ ବିଜୁ ଶକ୍ତି ଉପଦେଷ୍ଟା ଦିପ୍ତୀମାନ ବଳ,ସରକାରୀ ଏପିପି ପଙ୍କଜ ଦାସ, ରାଇରଙ୍ଗପୁର ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ, ରାଇରଙ୍ଗପୁର ପୌର କାଉନସିଲର ବୃନ୍ଦ,ଯାମଦା ବ୍ଳକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ,, ସାରସକଣା ନିର୍ବାଚନ ମଣ୍ଡଳୀର ୩ ଟି ବ୍ଳକ ଏବଂ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀୟ ୪ ଟି ବ୍ଳକର ଜନ ପ୍ରତିନିଧି , ଵହୁ ନେତୃବୃନ୍ଦ ଓ ସମର୍ଥକ ସାମିଲ ହୋଇଥିଲେ ।ବେକରେ ସବୁଜ ରଙ୍ଗର ଶଙ୍ଖ ମାର୍କା ଗାମୁଛା ପକାଇ ଜୟ ନବୀନ,ଜୟ ଶଙ୍ଖ ,ଜୟ ଜଗନ୍ନାଥ ଜୟ ବିଜେଡି ନାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ରାଇରଙ୍ଗପୁର ସହର ।ପରେ ସାରସକଣା ବିଧାୟକ ପ୍ରାର୍ଥୀ ଡାକ୍ତର ଦେବାଶିଷ ମାରାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାଙ୍କ ଠାରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିଜେପି କର୍ମୀଙ୍କ ସହିତ ରାଜ୍ୟ ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କ ଭେଟଘାଟ

Sunil Chandra Nayak

ଜୁନାଗଡ଼ ଠାରେ ଭାଜପା ର ମିଶ୍ରଣ ପର୍ବ ଅନୁଷ୍ଠିତ ଭାଜପା ରେ ଯୋଗଦେଲେ ଗୋଳମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ 

masiha

ମୟୂରଭଞ୍ଜ ଜିଲ୍ଲା ତୀରିଂ ଜୋନ ବଡସାଦମରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଶାଖା ସମ୍ମିଳନୀ

masiha

Leave a Comment

error: Content is protected !!