ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଉରକେଲା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରଚାର 

ରାଉରକେଲା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରଚାର 

ରାଉରକେଲା: ଚଳିତ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା କୁ ଆସି ପ୍ରଚାର କରିଛନ୍ତି। ସେକ୍ଟର ୧୩ ସ୍ଥିତ ମେଳଣ ପଡ଼ିଆଠାରେ ଆୟୋଜିତ ଏକ ସାଧାରଣ ସଭାରେ ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ ସମ୍ବୋଧନ କରି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ତଥା ରାଜ୍ୟର ବିକାଶ ପାଇଁ ସୁନ୍ଦରଗଡ ଜିଲ୍ଲାର ୭ ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ନାୟକ, ଅର୍ଚ୍ଚନାରେଖା ବେହେରା, ରୋହିତ ଯୋଶେଫ ତିର୍କି,ଯୋଗେଶ ସିଂ, ଅନିଲ ବରୁଆ, ଭୀମସେନ ଚୈ।ଧୁରୀ , ବିନୟ ଟପ୍ପୋ ଓ ଲୋକସଭା ପ୍ରାର୍ଥୀ ପଦ୍ମଶ୍ରୀ ଦିଲ୍ଲିପ ତିର୍କୀ ଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ବିଜୟୀ କରିବା ପାଇଁ ଅନୁରୋଧ କରିଥିଲେ। ବିଧାୟକ ପ୍ରାର୍ଥୀ ମାନେ ଓଡ଼ିଶା ର ବିକାଶ କେବଳ ମୁଖ୍ୟମନ୍ତ୍ରୀ ଦ୍ବାରା ସମ୍ଭବ ବୋଲି କହିବା ସହ ଷଷ୍ଠ ଥର ପାଇଁ ବିଜୟୀ କରିବାକୁ ଆହ୍ବାନ ଦେଇଥିଲେ।ଏହି ଅବସରରେ ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରୀ, ବିଧାୟକ ସୁବ୍ରତ ତରାଇ ,୫ଟି ଅଧ୍ୟକ୍ଷ ବି କେ ପାଣ୍ଡିଆନ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଭୀଷଣ ଗରମ ସତ୍ତ୍ୱେ ବହୁ ଲୋକଙ୍କ ସମାଗମ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ବିଧାୟକ ପ୍ରାର୍ଥୀଙ୍କୁ ବେଶ ଉତ୍ସାହିତ କରିଥିବା ଜଣାପଡ଼ିଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ ଓ ଅଯୋଗ୍ୟ ଙ୍କୁ ବାଦ ଦେବାକୁ ଭାରତୀୟ ଜନତା ପାର୍ଟି ବିଡ଼ିଓ ଙ୍କୁ ଦେଲେ ଦାବୀ

Sunil Chandra Nayak

ରାଜନଗର ବିକାଶ ପାଇଁ ମୈଦାନକୁ ଓହ୍ଲାଇଲେ ଧୃବ ଓ ଅଂଶୁମାନ,ବିଶାଳ ବାଇକ୍ ରାଲିରେ କଲେ ଶକ୍ତି ପ୍ରଦର୍ଶନ

masiha

ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ

Leave a Comment

error: Content is protected !!