ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଉଲକେଲାରେ ଅନୁଷ୍ଠିତ ବିଶାଳ ନିର୍ବାଚନୀ ସଭାରେ ସମ୍ବୋଧନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା

ରାଉଲକେଲାରେ ଅନୁଷ୍ଠିତ ବିଶାଳ ନିର୍ବାଚନୀ ସଭାରେ ସମ୍ବୋଧନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା

ରାଉଲକେଲା : ଚଳିତ ସାଧାରଣ ନିର୍ବାଚନ ପରୀପ୍ରେକ୍ଷୀରେ ରାଉରକେଲାର ବିମାନ ବନ୍ଦର ନିକଟସ୍ଥ ପଡ଼ିଆରେ ଚଳିତ ମାସ ୧୭ ତାରିଖ ଦିନ ଅପରାହ୍ନ ୨.୦୦ ଘଟିକା ସମୟରେ ଏକ ବିଶାଳ ନିର୍ବାଚନୀ ସଭାରେ ସମ୍ବୋଧନ କରିବେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା । କେନ୍ଦ୍ରରେ ପୁନର୍ବାର ମୋଦୀ ସରକାର କ୍ଷମତାକୁ ଆଣିବା ସହ ଓଡ଼ିଶା ରାଜନୀତିରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣି, ରାଜ୍ୟରେ ବିଜେପି ସରକାର ଗଠନ କରିବା ପାଇଁ ସେ ଜନସାଧାରଣଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ଓ ସୁନ୍ଦରଗଡ ଜିଲ୍ଲାର ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରି ଭୋଟ ଭିକ୍ଷା କରିବେ । ଦେଶରେ ଏକ ସୃଦୃଢ଼ ଓ ଶକ୍ତି ଶାଳୀ ସରକାର ଗଠନ କରିବା ସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ କରି ଓଡ଼ିଶାକୁ ସମୃଦ୍ଧି ଓ ପ୍ରଗତିଶୀଳ କରିବାକୁ ଜନତାଙ୍କୁ ଅପିଲ କରିବେ । ଏହି ସଭାରେ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଓ ଶୁଭେଛୁ ରାଉଲକେଲା, ରଘୁନାଥପଲ୍ଲୀ ଓ ବୀରମିତ୍ରପୁର ବିଧାନ ସଭା କ୍ଷେତ୍ରରୁ ଯୋଗ ଦେବେ ବୋଲି ଜିଲ୍ଲା ମୁଖପାତ୍ର ତଥା ଲୋକସଭା ମିଡିଆ ସଂଯୋଜକ ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାଂସଦ ସୁଜିତକୁମାର ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

masiha

ରାଉରକେଲା ବିମାନ ବନ୍ଦର ରୁ ବିମାନ ସେବା ଯଥାଶୀଘ୍ର ଆରମ୍ଭ ନହେଲେ ଆନ୍ଦୋଳନ କୁ ଓହ୍ଲାଇବ ଜିଲ୍ଲା କଂଗ୍ରେସ 

Sunil Chandra Nayak

ନିଖିରା ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ କର୍ମୀ ବୈଠକ

Sunil Chandra Nayak

Leave a Comment

error: Content is protected !!