ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଣୀ ସମ୍ପଦ ଲକ୍ଷ ଲକ୍ଷ ସବସିଡି ଅର୍ଥ ହଡପ ନେଇ ତଦନ୍ତ

ପ୍ରାଣୀ ସମ୍ପଦ ଲକ୍ଷ ଲକ୍ଷ ସବସିଡି ଅର୍ଥ ହଡପ ନେଇ ତଦନ୍ତ

ଖଇରା,୧୫/୫/୨୪- ବାଲେଶ୍ଵର ଜିଲ୍ଲା ଖଇରା ପ୍ରାଣୀ ଚିକିତ୍ସାଳୟ ଅଧିନରେ ଥିବା ହରିପୁର ପ୍ରାଣୀ ସହାୟକ କେନ୍ଦ୍ରର ପ୍ରାଣୀଧନ ନିରୀକ୍ଷକ କମଳାକାନ୍ତ ମଲ୍ଲିକ ଜଣେ କୁକୁଡ଼ା ଚାଷୀଙ୍କୁ ଆୟୁଧ କରି କୁକୁଡ଼ା ଚାଷ ପାଇଁ ଆସୁଥିବା ସବସିଡି ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗକାରୀ ପରମାନନ୍ଦ ଦାସ ନାମକ ଚାଷୀ ନିର୍ଦ୍ଦେଶକ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ସେବା କଟକ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତ୍ତି କରି ବାଲେଶ୍ଵର ସିଡିଭିଓ କାର୍ଯ୍ୟାଳୟର ଚିଠି ନଂ 3852 ତା 13/5/2024 ଅନୁସାରେ ବାଲେଶ୍ଵର ଏସ ଡିଭିଓ ଡାକ୍ତର ଶୁକେନ୍ଦୁ ରାୟ, ନୀଳଗିରି ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଜଗଦୀଶ କିଙ୍କର ଚାନ୍ଦ, ସିଡିଭିଓ କାର୍ଯ୍ୟାଳୟର ଏଡିଭିଓ ଶିବ ପ୍ରସାଦ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଗତକାଲି ବୁଧବାର ତଦନ୍ତ ନିମନ୍ତେ ଗତକାଲି ବୁଧବାର ଦିନ ଖଇରା ଆସିଥିଲେ । ପ୍ରଥମେ ହରିପୁରରେ କୁକୁଡ଼ା ଫାର୍ମ ମାଲିକ ଘରକୁ ଯାଇ ତଦନ୍ତ କରି ଖଇରା ପ୍ରାଣୀ ଚିକିତ୍ସାଳୟ ପରିସରରେ ପହଞ୍ଚି କାଗଜପତ୍ର ଯାଞ୍ଚ କରିଥିଲେ । ଅଭିଯୋଗକାରୀଙ୍କୁ ପଚରାଉଚରା କରିଥିଲେ । ପ୍ରଥମେ ଉକ୍ତ ଚାଷୀଙ୍କ ଦ୍ବାରା ସୂଚନା ଅଧିକାର ଆଇନ ବଳରେ ଅର୍ଥ ହଡପ କରାଯାଇଥିବା ଆଭାସ ମିଳିବା ପରେ ତଦନ୍ତ ପାଇଁ ଲିଖିତ ଅଭିଯୋଗ କରିଥିଲେ । ଜଣେ ଚାଷୀଙ୍କୁ ୨ଟି ଯୋଜନାରେ ଗୋଟିଏ ଘରକୁ ଦେଖାଇ କୁକୁଡ଼ା ଫାର୍ମ ପାଇଁ ଉଦ୍ଦିଷ୍ଟ ପ୍ରଥମେ ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୪ ଲକ୍ଷ ୮୦ ହଜାର ଏବଂ ୨୦୨୪ ମସିହାରେ WSHG ଯୋଜନାରେ ୨ ଲକ୍ଷ ୮୮ ହଜାର ଟଙ୍କା ହଡ଼ପ କରାଯାଇଥିବା ଜଣାପଡିଥିଲା । ଏଥିପାଇଁ ପ୍ରଥମ ଘରକୁ ଦ୍ବିତୀୟ ଥର ଚୁନ ଲଗାଯାଇ ନୂଆ ଘର କୁକୁଡ଼ା ଫାର୍ମ ଦର୍ଶାଇ ଚଞ୍ଚକତା କରାଯାଇଥିବା ଜଣାପଡିଥିଲା । ଏଥିପାଇଁ ଏକ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ମଧ୍ୟ ବଳି ପକାଯାଇ ତାଙ୍କ ନାମରେ ଅର୍ଥ ଉଠାଯାଇ ଗୋଷ୍ଠୀରେ ସଦସ୍ୟ ନ ଥିବା ଉକ୍ତ ଚାଷୀଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଛି । ସମସ୍ତ ଜାଲିଆତି ଜଣେ ହରିପୁର ପୂର୍ବତନ ପ୍ରାଣୀଧନ ନିରୀକ୍ଷକ କମଳାକାନ୍ତ ମଲ୍ଲିକଙ୍କ ଦ୍ବାରା ସମ୍ପାଦିତ କରାଯାଇଥିବା ଉକ୍ତ ଚାଷୀ ଜଣକ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଖଇରା ବ୍ଲକରେ ୧୫ ରୁ ଉର୍ଦ୍ଧ୍ବ କୁକୁଡ଼ା ଓ ଛେଳି ଚାଷ ପାଇଁ ଆସିଥିବା କୋଟିଏ ଉର୍ଦ୍ଧ୍ବ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ଵର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ସୁକେନ୍ଦୁ ରାୟ, ନୀଳଗିରି ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଜଗଦୀଶ କିଙ୍କର ଚାନ୍ଦ, ଖଇରା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରିଣୀ ଡାକ୍ତର ରିତାଞ୍ଜଳୀ ନାୟକ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରିଣୀ ଡାକ୍ତର ସବିତା ବେହେରା ପ୍ରମୁଖ ଏହି ତଦନ୍ତ ଟିମ୍ ସହିତ ସାମିଲ ଥିଲେ । ଏ ସମ୍ପର୍କରେ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଶିବ ପ୍ରସାଦ ଦାସଙ୍କୁ ପଚାରିବାରେ ତଦନ୍ତ ଶେଷ ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଥିଲେ । ହେଲେ ଏଡିଭିଓ ଡାକ୍ତର ଶିବ ପ୍ରସାଦ ଦାସଙ୍କ ସହିତ ଯାହା ଅଭିଯୋଗକାରୀ ପରମାନନ୍ଦ ଦାସ କହୁନ୍ତି ହରିପୁର ପ୍ରାଣୀ ସହାୟକ କେନ୍ଦ୍ରର ପ୍ରାଣୀଧନ ନିରୀକ୍ଷକ କମଳାକାନ୍ତ ମଲ୍ଲିକଙ୍କ ସହିତ ଭିତିରିଆ ସମ୍ପର୍କ ସହିତ ମୋଟା ଅଙ୍କର ଅର୍ଥ କାରବାର ଅଛି ବୋଲି ଗଣମାଧ୍ୟମ ପ୍ରତିନିଧି ନିକଟରେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଏହା ପୂର୍ବରୁ ଏହି ଏଡିଭିଓ ଡାକ୍ତର ଶିବ ପ୍ରସାଦ ଦାସ ଭ୍ରାମ୍ୟମାଣ ଗାଡ଼ିରେ ଡ୍ରାଇଭର ନିଯୁକ୍ତି କ୍ଷେତ୍ରରେ ଖଇରା ବ୍କକର କୌଣସି ଡ଼୍ରାଇଭରଙ୍କୁ ନିଯୁକ୍ତି ସୁଯୋଗ ନଦେଇ ମୋଟା ଅଙ୍କର ଅର୍ଥ କାରବାର କରି ଔପଦା ବ୍କକର ଏକ ଜନୈକ ଡ୍ରାଇଭର ଭ୍ରାମ୍ୟମାଣ ଗାଡ଼ିରେ ଡ୍ରାଇଭର ନିଯୁକ୍ତି ପାଇଥିବା ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୁମ୍ଭଗାଣ୍ଡା ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଜନ ଶୁଣାନୀ ଶିବିର 

masiha

ବେଶ ଧୁମ ଧାମ ରେ କାମାକ୍ଷାନଗର ରେ ପ୍ରଥମ ଥର ରାହାଗିରି ବା ପଥୋତ୍ସବ ଅନୁଷ୍ଠିତ 

Sunil Chandra Nayak

କଂଗ୍ରେସ ନେତା ତଥା ଓକିଲ ବିଭୂତି ଭୂଷଣ ମହାଖୁଡଙ୍କ ଶୋକସଭା

masiha

Leave a Comment

error: Content is protected !!