ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ଚତୁର୍ଥ ବାର୍ଷିକୋତ୍ସବ 

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ଚତୁର୍ଥ ବାର୍ଷିକୋତ୍ସବ 

ରାଉରକେଲା : ସ୍ବଛତା ପ୍ରତି ପ୍ରତିବଦ୍ଧତା ଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ଚତୁର୍ଥ ବାର୍ଷିକୋତ୍ସବ ସେକ୍ଟର ୫ ସ୍ଥିତ ଆଶିର୍ବାଦ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର କୁମାର ସେଠୀ ଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ ଙ୍କ ଆବାହକତ୍ଵ ଓ ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ସାମାଜିକ ପ୍ରତିବଦ୍ଧତା ଓ ସହରକୁ ସ୍ବଚ୍ଛ ରଖୁଥିବା କ୍ଲିନ୍ ଆଣ୍ଡ ଗ୍ରୀନ୍ ର କାର୍ଯ୍ୟକ୍ରମକୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ। ସହରର ସ୍ବଛତା ଯେପରି ଅକ୍ଷୁର୍ଣ୍ଣ ରହିବ ସେଥିପାଇଁ ଅନୁଷ୍ଠାନର ସମସ୍ତ ସଭ୍ୟଙ୍କୁ ସେ ନିବେଦନ କରିଥିଲେ। ସଭାପତି ଡ଼ ସେଠୀ ସଭାପତିତ୍ବ ଅଭିଭାଷଣ ରେ ଅନୁଷ୍ଠାନର ଐକ୍ୟବଦ୍ଧତା ଓ ପ୍ରତିବଦ୍ଧତା କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହା ବଜାୟ ରହିବ ବୋଲି ଆଶା ପ୍ରକଟ କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ଦାସ ସମ୍ପାଦକୀୟ ବିବରଣୀ ପାଠ ସଭ୍ୟଙ୍କ ସହଯୋଗୀ ମନୋଭାବକୁ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ଅଶୋକ ପଟେଲ ଓ ଟିମ୍ ସ୍ବାଗତ ସଂଗୀତ ପରିବେଷଣ କରିଥିବା ବେଳେ ଏହି ଅବସରରେ ସରୋଜ ମହାନ୍ତି, ସନ୍ତୋଷ ଦାସ,ଦେବ ପଟ୍ଟନାୟକ,ସହୃଦ ସେବା ସଂଘ କୁ ସମ୍ମାନିତ କରାଯାଇଥିଲା। ଶେଷରେ ସଂଗଠନ ସଂପାଦକ ହିମାଂଶୁ ଶେଖର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ କେ ବି ମିଶ୍ର, ଦୈତାରି ସାହୁ, ବିଭୂତି ଭୂଷଣ ବିଶ୍ବାଳ, ଜ୍ଞାନଜିତ ଦାସ, ଏସ୍ ପାଢ଼ୀ, ଚନ୍ଦ୍ରକାନ୍ତ ନାୟକ, ପ୍ରଫୁଲ୍ଲ ପାତ୍ର, ବିନୋଦ ରାଉତ, ଅମିତ ରାୟ, ପ୍ରଦୀପ ରଥ, ପ୍ରଦୀପ ସ୍ବାଇଁ, ଆୟୁଷ ସ୍ବାଇଁ,ବାଦଲ ବାରିସାଲ, ମହାପ୍ରତାପ ସିଂ, ରାଜେନ୍ଦ୍ର ସାହୁ, ଗଦାଧର ସାହୁ, ଧିରେନ୍ଦ୍ର ଦାସ, ସାବିତ୍ରୀ ସାହୁ, ସନ୍ତୋଷ ସାମଲ, ବିଭୁତି ଭୁଷଣ ସାହୁ, ଶୁଭ୍ରଜିତ ବିଶ୍ବାଳ, ରଞ୍ଜନ ଲେଙ୍କା, ନିରଜ ମିଶ୍ର, ସାଗର ପାଣି, ରାଜକିଶୋର ସାମଲ, ଜଗଦୀଶ ସାମଲ,ଦିଲୁ ମହାନ୍ତି, ପ୍ରକାଶ ଦାସ, ଅଶୋକ ପଟ୍ଟନାୟକ, ସୁଦୀପ୍ତ ଦତ୍ତ, ସୁମନ୍ତ ଉପାଧ୍ୟାୟ, ସତ୍ୟ ଦାସ, ଇନ୍ଦ୍ରଜିତ ସିଂ, ମୀନତି ବେହେରା, ଦିପିକା ଦାସ, ଗୀତାଞ୍ଜଳି ନାୟକ, ଅପର୍ଣ୍ଣା ସାମଲ, ଦିନେଶ ସିଂ, ହେମନ୍ତ ବେହେରା, ମନୋଜ ନାୟକ, ଅକ୍ଷୟ ଜେନା, ରମେଶ ସାହୁ, ସାଗର ଦାସ,ପ୍ରଦିପ୍ତ ଭୋଇ, ରାଧାମୋହନ ନାୟକ, ସୁଜିତ୍ ସାହୁ, ଅରବିନ୍ଦ ପାତ୍ର, ଦୈତାରି ଲେଙ୍କା, ସନ୍ତୋଷ ଲେଙ୍କା, ଅନ୍ତ ପଟ୍ଟନାୟକ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳନ

masiha

ନାଟକ ମାଧ୍ୟମରେ ସଡକ ସୁରକ୍ଷା ସଚେତନତା

Sunil Chandra Nayak

ଭୂମୀ ହିନ ଙ୍କୁ ଜମି ପଟ୍ଟା ବାଣ୍ଟିଲେ ଧର୍ମଗଡ ବିଧାୟକ

Sunil Chandra Nayak

Leave a Comment

error: Content is protected !!