ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଅଞ୍ଚଳ ର ସମାଚାର

ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଆଇରନ ଟ୍ରକ, ଚାଳକ ଆହତ

ବସ୍ତା,୨୦/୦୫ : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ର ସୋମବାର ସକାଳ ସମୟରେ ଗୁଡିଖାଳ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଆଇରନ ବୋଝେଇ ଟ୍ରକ l ଚାଳକ ଆହତ ହୋଇ ବସ୍ତା ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ଉକ୍ତ ଟ୍ରକ ବାଲେଶ୍ୱର ରୁ ବାହାରି କଲିକତା ଅଭିମୁଖେ ଯାଉଥିବା ବେଳେ ଗୁଡିଖାଳ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା l ଫଳରେ ଚାଳକ ଆହତ ହୋଇଥିଲେ l ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତା ରେ ଚାଳକଙ୍କୁ ଉଦ୍ଧାର କରି ଜାତୀୟ ରାଜପଥ ଆମ୍ବୁଲାନ୍ସ ସାହାଯ୍ୟରେ ବସ୍ତା ଡାକ୍ତରଖାନାକୁ ପଠାଇଥିଲେ l ତେବେ ଖବର ପାଇ ଅମର୍ଦାରୋଡ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ଉକ୍ତ ଟ୍ରକ କୁ ଜବତ କରି ଘଟଣା ର ଅଧିକ ତଦନ୍ତ ଜାରି ରଖିଛନ୍ତି।

=========================.=====

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ଆମ୍ବୁଲାନ୍ସ ଚାଳକ ଗୁରୁତର

ବସ୍ତା ,୨୦।୫ : ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଯୁଣବଳଦା ଛକ ନିକଟରେ ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ନୟନଯୋଡ଼ିକୁ ଖସିବା ସମୟରେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଚାଳକ ଜଣକ ଗୁରୁତର ହୋଇଛନ୍ତି।ସୂଚନାରୁ ପ୍ରକାଶ ଆଜି ପୂର୍ବାହ୍ଣରେ ଡ଼ବ୍ଲ୍ୟୁବି ୨୯ବି ୭୦୨୩ ନମ୍ବର ବିଶିଷ୍ଟ ଏକ ବୋଲେରୋ ଆମ୍ବୁଲାନ୍ସଟିଏ ପଶ୍ଚିମବଙ୍ଗ ମେଦିନି ପୁର ଅଞ୍ଚଳରୁ ବାହାରୁ କଟକ ଯିବା ସମୟରେ ଯୁଣବଳଦା ଛକ ନିକଟରେ ଭାରସାମ୍ୟ ହରାଇ ଜାତୀୟ ରାଜପଥରୁ ୨୦ ଫୁଟ୍ ତଳକୁ ନୟନଯୋଡ଼ିକି ଖସିବା ସମୟରେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା।ଏହି ଧକ୍କାରେ ବିଦ୍ୟୁତ ଖୁଣ୍ଟଟି ଭାଙ୍ଗିଯିବା ସହ ଗାଡ଼ିର ସମ୍ମୁଖ ପାର୍ଶ୍ବ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ଆମ୍ବୁଲାନ୍ସ ମଧ୍ୟରେ ଏକାକୀ ଥିବା ଚାଳକ ଜଣକ ଘଟଣା ସ୍ଥଳରେ ଗୁରୁତର ହୋଇଥିଲେ।ଖବର ପାଇ ଜାତୀୟ ରାଜପଥ ପହରା ପୁଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଚାଳକକୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ଅମର୍ଦ୍ଦାରୋଡ଼ ଫାଣ୍ଡି ପୁଲିସ ଓ ରାଜଘାଟ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଦୁର୍ଘଟଣା ବାବଦରେ ଅବଗତ କରାଇଥିଲେ। ଫାଣ୍ଡି ଅଧିକାରୀ ସନ୍ଦୀପ କୁଜୁର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସଟିକୁ ଜଗତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।ସେହିଭଳି ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ମଧ୍ୟ ପହଞ୍ଚି ବିଦ୍ୟୁତ ସରବରାହକୁ ବିଚ୍ଛିନ୍ନ କରି ଖୁଣ୍ଟି ମରାମତି କାମ ଚାଲୁ ରଖିଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଇଂମ୍ଫା ଥେରୁବାଲି ରେ ଗର୍ବ ଓ ଦେଶଭକ୍ତି ସହ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ବାପାମାଆ ନ ଥିବା ଅସହାୟ ୯ ବର୍ଷର ବାଳିକା ଦେଲା ଜେଜେ ବାପାଙ୍କୁ ମୁଖାଗ୍ନି

masiha

ଯାଦବ ସମାଜର ଗରୀବ ଓ ମେଧାବୀ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଏକ ଛାତ୍ରାବାସ ଓ କାର୍ଯ୍ୟାଳୟ ର ଭିତି ପ୍ରସ୍ତର ସ୍ଥାପନ 

masiha

Leave a Comment

error: Content is protected !!