ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜନଗର ନିର୍ବାଚନ ସଭାରେ ବିଜେଡ଼ିର ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ବିଜେପିକୁ କଟାକ୍ଷ

ରାଜନଗର ନିର୍ବାଚନ ସଭାରେ ବିଜେଡ଼ିର ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ବିଜେପିକୁ କଟାକ୍ଷ

ରାଜନଗର-୨୦.୫.୦୨୪ ଯୋଡି ଶଙ୍ଖ ହେଉଛି ବିକାଶର ପ୍ରତୀକ। ଗତ ୨୫ବର୍ଷ ହେବ ରାଜ୍ୟବାସୀଙ୍କ ବିକାଶ ପାଇଁ ବିଜେଡି ତା’ର ପ୍ରୟାସ ଜାରି ରଖିଥିବାବେଳେ ବିଜେପି ବିରୋଧି ଏହାକୁ ସହ୍ୟ କରିନପାରି ମିଛ କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଵୋଲି ଵିଜେଡିର ବରିଷ୍ଠ ନେତା ତଥା 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସଦରମହକୁମା ମିନି ଷ୍ଟାଡିୟମରେ ଆଜି ଆୟୋଜିତ ନିର୍ବାଚନ ସଭାରେ କହିଛନ୍ତି।ଏହି ପରିପ୍ରେକ୍ଷୀରେ ମାହାଙ୍ଗା ଓ ଆଳି ନିର୍ବାଚନ ସଭା ସାରି ବିଳମ୍ବ ହେଲେ ମଧ୍ୟ ସାଥିରେ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଙ୍କୁ ଧରି ଆକାଶ ମାର୍ଗରୁ ଓହ୍ଲାଇ ଅନୁଷ୍ଠିତ ରାଜନଗର ‌ମିନିଷ୍ଟାଡିୟମ ସଭାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜନ କଲ୍ୟାଣ ପାଇଁ କଥାରେ ନୁହେଁ ଯାହା କୁହନ୍ତି ତାହା କାର୍ଯ୍ୟକାରୀ କରାନ୍ତି,ସେବାରେ ବିଶ୍ୱାସ ରଖନ୍ତି ଯାହାକି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସହାୟତା ଯୋଗାଇ ଦେଇଥିବା ସହ ମଠ ,ମନ୍ଦିର,ସ୍କୁଲ, କଲେଜ, ସ୍ଵାସ୍ଥ୍ୟ କେନ୍ଦ୍ର ଆଦି ରୂପାନ୍ତରିତ ହୋଇ ବିକାଶର ପ୍ରମାଣିତ କରିପାରିଛି ବୋଲି ବିଜେଡ଼ିର ବରିଷ୍ଠ ନେତା ଶ୍ରୀଯୁକ୍ତ ପାଣ୍ଡିଆନ କହିଛନ୍ତି। ତେଣୁ ରାଜନଗର ନିର୍ବାଚନ ମଣ୍ଡଳୀର ‌ପୂର୍ଵାପେକ୍ଷା‌‌ ଧୃବ ସାହୁ ‌ବିଧାୟକ ହେଵା ଭିତରେ ଯେପରିଭାଵେ ବିକାଶର ‌ମାନଚିତ୍ର‌‌ ଵଦଳାଇ‌ ବିକାଶ ପୁରୁଷରେ ନାମିତ ହୋଇ ପାରିଛନ୍ତି।ସେହି ବିକାଶ ‌ପୁରୁଷ‌ ଧୃବ ସାହୁ ‌ପୁନର୍ବାର‌ ଵିଧାୟକ ପାଇଁ ଆଜି ‌ଲଢୁଛନ୍ତି ,‌ଯାହାକି ଆପଣଙ୍କ ଅଞ୍ଚଳରେ ‌ଵିଜୁବାବୁଙ୍କ ଅଧୂରା ସ୍ବପ୍ନକୁ ସାକାର କରିବାକୁ ମନସ୍ଥ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସମ୍ପୂର୍ଣ୍ଣ ‌ସହଯୋଗ ରହିଛି। ତେଣୁ ଆପଣମାନେ ‌ବିଧାୟକ ଭାବେ ଧୃବ ସାହୁ ଓ ସାଂସଦ ଭାବେ ଅଂଶୁମାନ ମହାନ୍ତି ଙ୍କୁ ‌ଡବଲ ଶଙ୍ଖ‌ଚିହ୍ନରେ ସୁଇଚ୍ ଟିପି ଦୁଇ ଗାଁ ପୁଅକୁ ବିପୁଳ ପରିମାଣରେ‌‌ ଜୟଯୁକ୍ତ କରିବାକୁ ‌ଶ୍ରୀଯୁକ୍ତ ପାଣ୍ଡିଆନ ଅନୁରୋଧ କରିଥିଲେ। ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଧୃବ ସାହୁ ‌ତାଙ୍କ ଭାଷଣରେ କହିଥିଲେ ଲୋକମାନଙ୍କର ମୋ ପ୍ରତି ଭଲପାଇବା ଓ‌ ସମର୍ଥନ ରହିଛି,ସେଥି ପାଇଁ ବିଭିନ୍ନ ଦଳର କର୍ମୀମାନେ ଵିଜେଡି ଦଳରେ ମିଶି ଚାଲିଛନ୍ତି। ତେଣୁ ବିଧାୟକ ‌ଭାବେ ମୋତେ ଶଙ୍ଖ ଚିହ୍ନରେ ଭୋଟ ଦେବା ସହ ମୋର ଭାଇ ଅଂଶୁମାନ ମହାନ୍ତିଙ୍କୁ ‌ସାସଦ‌୍‌‌ ଭାବେ‌‌ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କଲେ ‌ଭୂବନେଶ୍ବର ଠାରୁ ଦିଲ୍ଲୀ ଦରବାର‌ ପର୍ଯ୍ୟନ୍ତ ରାଜନଗରର ‌ସମସ୍ୟା ଉପସ୍ଥାପନା କରିବା ସମ୍ଭବ ହୋଇପାରିବ। ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ‌ମଧ୍ୟ‌ ଅନୁରୂପ ଭାଷଣ ଦେଇ ଦୁଇଜଣଙ୍କୁ ‌ଜିତାଇଵାକୁ ଅନୁରୋଧ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

କଂଗ୍ରେସ ଦଳ ଏମ ପି ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ପଞ୍ଚାୟତରେ ମିଳିତ ପ୍ରଚାର କର୍ମୀ ସମ୍ମଳନୀ ଓ ମିଶ୍ରଣ ପର୍ବ

masiha

ଧର୍ମେନ୍ଦ୍ର ପ୍ରଧାନଙ୍କ ଖଡ଼ିଆଳ ଠାରେ ପରିବର୍ତ୍ତନ ସମାବେଶରେ ଯୋଗଦାନ

masiha

ପାଟଣାଗଡ଼ ରେ ସ୍ୱଧିନ ପ୍ରାଥୀ ଭାବେ ନାମାଙ୍କନ ଦାଖଲ କଲେ ଶ୍ରୀ ସୌରୀ କୁମାର ସାହୁ 

masiha

Leave a Comment

error: Content is protected !!