ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳ ସିନାପାଲି ରାସ୍ତା ଅବରୋଧ

ଖଡ଼ିଆଳ ସିନାପାଲି ରାସ୍ତା ଅବରୋଧ

ନୁଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ଡୁଆଝର ଗାଁ ରେ ବିଦ୍ୟୁତ୍ ଆଘାତରେ ଆହତ ଛାତ୍ର ର ଚିକିତ୍ସା ଶହ ବିପଦ ସଙ୍କୁଳ ଅବସ୍ଥା ରେ ଥିବା ବିଦ୍ୟୁତ୍ ତାର କୁ ଉଚ୍ଛେଦ ଦାବି ନେଇ ଗ୍ରାମବାସୀ ସିନାପାଲି ରୁ ଖଡିଆଳ କୁ ସଂଯୋଗ କରିଥିବା ରାସ୍ତା ଅବରୋଧ କରିଛନ୍ତି। ଫଳରେ ଏହି ରାସ୍ତା ରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଡୁଆଝର ଗାଁ ର ଜକ୍ତାନନ୍ଦ ମେହେର ଙ୍କ ୧୭ବର୍ଷୀୟ ପୁଅ ଗତ ୧୩ ତାରିଖ ଦିନ ନିଜ ଘର ଛାତ କୁ ଯାଇଥିବା ବେଳେ ଘର ଉପର ଦେଇ ଯାଇଥିବା ୩୩କେଭି ବିଦ୍ୟୁତ୍ ତାର ସ୍ପର୍ଶ ରେ ଆସି ଗୁରୁତର ଆହତ ହୋଇଥିଲେ। ନିଜ ଗୁରୁତର ପୁଅ କୁ ପରିବାର ଲୋକେ ଖଡିଆଳ ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ରାୟପୁର ର ଏକ ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଘର ଉପରେ ଥିବା ବିପଦ ସଙ୍କୁଳ ବିଦ୍ୟୁତ୍ ତାର କୁ ସ୍ଥାନାନ୍ତର ପାଇଁ ପରିବାର ଲୋକେ ବାରମ୍ବାର ଜଣାଇଥିଲେ ହେ ବିଭାଗ ର ନିରବତା ଯୋଗୁଁ ଏଭଳି ଘଟଣା ଘଟିଥିବାରୁ ଗୁରୁତର ପୁଅ ପାଇଁ ସହାୟତା ଶହ ବିଦ୍ୟୁତ୍ ତାର ସ୍ଥାନାନ୍ତର ପାଇଁ ପରିବାର ଓ ଗ୍ରାମବାସୀ ଦାବି କରିବା ସହ ରାସ୍ତା ଅବରୋଧ କରିଛନ୍ତି। ଦାବି ପୁରଣ ନ ହେଲେ ରାସ୍ତା ଅବରୋଧ ରୁ ହଟିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ଆନ୍ଦୋଳନ କାରୀଙ୍କ ଶହ ସମାଧାନ ପାଇଁ ଆଲୋଚନା ଜାରି ରଖିଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ଏଗାର ଆହତ ମଧ୍ୟରୁ ତିନି ଗୁରୁତର 

masiha

ବିବେକାନନ୍ଦ ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଯୁବ ଦିବସ ପାଳନ : ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ରେ ଏବିଭିପି ଶାଖା ଉଦଘାଟିତ 

masiha

ପ୍ରାକ୍ତନ ଆଇପିଏସ୍ ଅଫିସରଙ୍କ ଦେହାନ୍ତରେ ରାଜ୍ୟ ଆଇ.ପି.ଏସ୍ ସଂଘ ତରଫରୁ ଶୋକସଭା ଓ ଶାନ୍ତି ପ୍ରାର୍ଥନା

masiha

Leave a Comment

error: Content is protected !!