ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ କଳାବିକାଶ କେନ୍ଦ୍ରର ଗ୍ରୀଷ୍ମ ଉତ୍ସବ ଉଦଯାପିତ 

ଜୁନାଗଡ଼ କଳାବିକାଶ କେନ୍ଦ୍ରର ଗ୍ରୀଷ୍ମ ଉତ୍ସବ ଉଦଯାପିତ 

ଜୁନାଗଡ଼୨୨/୫ (ମନିସ ):କଳାବିକାଶ କେନ୍ଦ୍ର ଜୁନାଗଡ଼ର ଗ୍ରୀଷ୍ମ ଉତ୍ସବ ଉଦଯାପିତ ହୋଇଯାଇଛି। ଗ୍ରୀଷ୍ମ ଅବକାଶ ଅବସରରେ ଗତ ଅପ୍ରେଲ ୨୫ ଠାରୁ ମଇ ୨୦ ପର୍ଯ୍ୟନ୍ତ ଏଠାରେ ଶିକ୍ଷାର୍ଥୀମାନଙ୍କୁ ଚିତ୍ରାଙ୍କନ, ତାଇକୋଣ୍ଡୋ ଓ ନୃତ୍ୟ ଶିକ୍ଷା କ୍ରମାଗତ ଭାବରେ ପ୍ରଦାନ କରାଯାଇଥିଲା। ପିଲାମାନଙ୍କର ଶାରିରୀକ ବିକାଶ, ବୌଦ୍ଧିକ ଓ ମାନସିକ ବିକାଶ ବୃଦ୍ଧିରେ ଏହି ତାଲିମ ସହାୟକ ହେବ। ଆଜି ପୂର୍ବାହ୍ନ ସମୟରେ କର୍ମଶାଳାର ଉଦଯାପନୀ ଦିବସ କଳାବିକାଶ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା। ଆଜିର ଏଇ ଉଦଯାପନୀ ଦିବସରେ ମୁଖ୍ୟ ଅତିଥ୍‌ ଭାବରେ ଈଶ୍ବର ପୂଝାରୀ, ମୁଖ୍ୟ ବକ୍ତା ଜୟନ୍ତ କୁମାର ଜେନା, ସମ୍ମାନିତ ଅତିଥ୍‌ ରଞ୍ଜନ କୁମାର ପଣ୍ଡା, ମୁକୁନ୍ଦ ରେଙ୍ଗୀ, ସନ୍ଦୀପ କୁମାର ସାହୁ, ପ୍ରଶାନ୍ତି ପ୍ରଧାନ, ପଦ୍ମାବତୀ ସାହୁ ପ୍ରମୁଖ ମଞ୍ଚାସୀନ ଥୂବାବେଳେ ଦିଲ୍ଲୀପ କୁମାର ପଣ୍ଡା ସଭା ସଂଯୋଜନା କରିଥିଲେ। ଉଦଯାପନୀ ଉତ୍ସବରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଗ୍ରୀଷ୍ମ ଉତ୍ସବ ଅବସରରେ ପୁରସ୍କାର ବିତରଣ କରାଯାଇଥିଲା। ରଶ୍ମି ରଞ୍ଜନ ନାୟକ ଓ ବିନୟ କୁମାର ସାହୁ ମଞ୍ଚ ପରିଚାଳନା କରିବାବେଳେ କଳାବିକାଶ କେନ୍ଦ୍ରର ପ୍ରଶିକ୍ଷକ ମୁକୁନ୍ଦ ରେଙ୍ଗୀ, ଡି.ବଳରାମ, ଯୋଗିନ୍ଦ୍ର ପଟ୍ଟନାୟକ, ମାନସ ରଞ୍ଜନ ପଣ୍ଡା, ପ୍ରିୟଙ୍କା ପ୍ରଧାନ, ଲିପ୍ପା ରାଣୀ ବାରିକ, ପଲକ୍ କୁମାର ଓ ରିଙ୍କି ନାଏକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଧୁମାଭଟା ଗ୍ରା.ପ ହଟକଟ ଗ୍ରାମରେ ମଟରଚଣା ବଣ୍ଟନ 

masiha

କେନ୍ଦୁବିଲ୍ୱରେ ଶ୍ରୀ ଜୟଦେବ ଜୟନ୍ତୀ କବି ଜୟଦେବ ଆମ ଓଡ଼ିଆ ଅସ୍ମିତାର ଅନ୍ୟତମ ମହାନାୟକ

masiha

ପିକ୍ ଅପ୍ ଭ୍ୟାନ ଦୁର୍ଘଟଣା , ୩୦ ରୁ ଉର୍ଦ୍ଧ ଲୋକ ଆହତ 

Sunil Chandra Nayak

Leave a Comment

error: Content is protected !!