ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସମାଜ ବାଦୀ ପାଟି ର ବିଧାୟକ ପ୍ରାଥୀ ପ୍ରଶାନ୍ତ କୁମାର ଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ସମାଜ ବାଦୀ ପାଟି ର ବିଧାୟକ ପ୍ରାଥୀ ପ୍ରଶାନ୍ତ କୁମାର ଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

କେନ୍ଦ୍ରାପଡ଼ା :-ରାଜନଗର ବ୍ଲକ ଅନ୍ତର୍ଗତ ବନ୍ଧ ପଡା ଗ୍ରାମ ପଂଚାୟତ ର କଣ୍ଡିଆ ଗ୍ରାମ ରେ ପଟ୍ଟାମୁଣ୍ଡାଇ -ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ର ସମାଜ ବାଦୀ ପାଟି ର ବିଧାୟକ ପ୍ରାଥୀ ପ୍ରଶାନ୍ତ କୁମାର ପାତ୍ର , ଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି, ଏଇ ସମିଳନୀ ରେ ରାଜନଗର ବ୍ଲକ ର ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ସମାଜ ବାଦୀ ପାଟି ର ବିଧାୟକ ପ୍ରାଥୀ ପ୍ରଶାନ୍ତ କୁମାର ପାତ୍ର ଙ୍କୁ ତାଙ୍କର ସାଧାରଣ ନିର୍ବାଚନ 2024 ପାଇଁ ସେ ରଖିଥିବା ତାଙ୍କ ର ବିବିହ୍ନ ମୁଦା ବିଷୟରେ ପ୍ରଶ୍ନ ପଚାରି ଥିଲେ, ବାସ୍ତବିକ ଜୀବନ ରେ ପ୍ରଶାନ୍ତ କୁମାର ପାତ୍ର ହେଉଛନ୍ତି ଜଣେ ସମାଜ ସେବି, ଯୁବ ଭାରତ କୃଷକ ସଂଘ ର ସଭ୍ୟ ,ବୃକ୍ଷ ରୋପଣ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର କରିବା ସହ ବହୁ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ରାଜନଗର ଅଂଚଳ ରେ କରିଛନ୍ତି!ଜଣେ ଯୁବ ସମାଜ ସେବି ଭାବେ ଲୋକ ତାଙ୍କୁ ଜାଣତି, ସେ ତାଙ୍କ ପ୍ରେସ ବିବୃତି ରେ କହିଲେ ପଟ୍ଟାମୁଣ୍ଡାଇ -ରାଜନଗର ଅଂଚଳ ରେ ଗୋଟିଏ ଭଲ ମେଡିକାଲ ନାହିଁ, ଯେଉଁ ମେଡିକାଲ ଅଛି ସେଥିରେ ଡ଼କ୍ଟର ନାହାନ୍ତି, ଶିକ୍ଷା କ୍ଷେତ୍ର ରେ ଉପକୁଳ ରାଜନଗର ବାସି ବଂଚିତ, ଏହି ଅଂଚଳ ରେ ଏକ ପୂର୍ଣ୍ଣାଙ୍ଗ ଶିକ୍ଷା ଅନୁଷ୍ଠାନ ନାହିଁ, ଏହି ଅଂଚଳ ରୁ ଅଧିକ ଦାଦନ ସାରାବିଶ୍ୱ ରେ ପାଣି ପାଇପ ମିସ୍ତ୍ରୀ ଭାବେ କାମ କରନ୍ତି, ଏ ଅଂଚଳ ର ଚାଷୀମାନେ ସେମାନଙ୍କ ର ଉପାଦାନ କରୁଥିବା ଶସ୍ୟ କୁ ସାଇତି ରଖିବା ପାଇଁ କୌଣସି ଶୀତଳ ଭଣ୍ଡାର ନାହିଁ, ନା ଏଠାରେ ନିଜର ଫସଲ ବୁଲା ଗାଈ ଗୋରୁଙ୍କ ଠାରୁ ରଖା କରିବା ପାଇଁ ଗୋଶାଳା ଅଛି, ଏହି ସବୁ ନାହିଁ ନାହିଁ ଭିତରେ ରାଜନେତିକ ଦଳ ମାନେ ନିଜ ସ୍ୱାର୍ଥ ଓ ଦଳୀୟ ସ୍ୱାର୍ଥ ଠାରୁ ଉର୍ଦ୍ଧ କୁ ଯାଇ ରାଜନଗର ଅଂଚଳ ର ବିକାଶ କରିବା ଉଚିତ!ଏଇ ଲକ୍ଷ୍ୟ ନେଇ ସେ ନିର୍ବାଚନ କୁ ଆସିଛନ୍ତି ବୋଲି ତାଙ୍କର ପ୍ରେସ ବିବୃତି ରେ କହିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଜେ ଏମ୍ ଏମ୍ ପକ୍ଷରୁ ସୁନ୍ଦରଗଡ ଜିଲ୍ଲାରେ ସଂଗଠନ ସୁଦୃଢ଼ କରିବା ନେଇ ବୈଠକ

Sunil Chandra Nayak

ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରୁ ୧୪ଟିରେ ସ୍ଥାୟୀ କୁଳପତି ନଥିବା ପ୍ରସଙ୍ଗ , ଚଳିତ ମାସ ଶେଷ ସୁଦ୍ଧା ସ୍ଥାୟୀ କୁଳପତି ନିଯୁକ୍ତି ନହେଲେ ରାଜରାସ୍ତାକୁ ଓହ୍ଲାଇବୁ: ବିଜେଡି

Sunil Chandra Nayak

ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ

masiha

Leave a Comment

error: Content is protected !!