ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବହୁ ପରିମାଣର ଦେଶୀ ମଦ ଓ ବିଦେଶୀ ମଦ ଜବତ 

ବହୁ ପରିମାଣର ଦେଶୀ ମଦ ଓ ବିଦେଶୀ ମଦ ଜବତ 

ବାଲେଶ୍ଵର,୨୬/୫/୨୪- ବାଲେଶ୍ଵର ଜିଲ୍ଲା ଖଇରା ଅବକାରୀ ଥାନା ଓ ନୀଳଗିରି ଅବକାରୀ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଆଜି ଖଇରା ଓ ସିମୁଳୀଆ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ମହୁଲି ମଦ ଓ ବିଦେଶୀ ମଦ ଜବତ କରାଯାଇଛି । ଘଟଣାରୁ ଯାହା ଜଣା ପଡିଛି ନୀଳଗିରି ଅବକାରୀ ଇନ୍ସପେକ୍ଟର କେଶବ ଚରଣ ଦାସ ଓ ଖଇରା ଓଆଇସି ସୁରଜ୍ କୁମାର ଦିଗା ତାଙ୍କ କର୍ମଚାରୀ ମାନଙ୍କ ଦ୍ଵାରା ପିଆର ନଂ ୨୪-୨୦୨୪-୨୫ ତା ୨୬.୫.୨୪ ରିଖ ରବିବାର ଦିନ ଖଇରା ମାର୍କେଟ ନିକଟରେ ଏକ ଟିଭିଏସ ସ୍କୁଟି ମଟର ସାଇକେଲରେ ଆସାମୀ ଗଣେଶ ପ୍ରସାଦ ବେହେରାଙ୍କ( ୩୭) ଠାରୁ ୧୫୦ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି । ସେହିପରି ପିଆର ନଂ ୨୫- (୨୪-୨୫) ଅନୁସାରେ ସିମୁଳୀଆ ଥାନା ଅଧୀନରେ ଅଲାରପୁର ଗ୍ରାମର ବିଜୟ କୁମାର ବେହେରା ବ୪୦ର୍ଷ ତାଙ୍କ ଠାରୁ ୧୮.୨୦୦ ଲିଟର ବିଦେଶୀ ବିଏର ଜବତ କରାଯାଇଥିବା ବେଳେ ଖଇରା ଅବକାରୀ ଥାନା ପିଆର ନଂ ୫୩- ( ୨୪-୨୫) ତା୨୬.୫.୨୪ ରିଖ ଦିନ କୁରୁଣ୍ଡା ମାର୍କେଟ ରେ ୧୦ ଲିଟର ଦେଶୀ ମହୁଲି ମଦ ଓ ବିଦେଶୀ ମଦ ବିଏର ୯.୩୫୦ ଲିଟର ଜବତ କରି ଆସାମୀ ସୁଶାନ୍ତ କୁମାର ସାହୁ(୩୮)ଙ୍କ ନାମରେ କେସ୍ ରୁଜୁ କରାଯାଇ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏଭଳି ଚଢ଼ାଉ ଦେଖି ଚୋରା ବେପାରୀ ଓ ଚାଲାଣକାରୀ ମାନେ ଭୟରେ ପ୍ରମାଦ ଗଣିଲେଣି । ଖଇରା ଓଆଇସିଙ୍କ ଦ୍ବାରା ଏଭଳି ଦୈନିକ ଚଢ଼ାଉ ଜାରି ରହୁ ବୋଲି ଜନସାଧାରଣ ଦାବି କରୁଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦ୍ଵାରଶୁଣି ଘାଟି ରାସ୍ତାରେ ଗୋ ବୋଝେଇ କଣ୍ଟେନର ଦୁର୍ଘଟଣା ଗ୍ରସ୍ତ – ବହୁ ସଂଖ୍ୟାରେ ନିରିହ ଗୋରୁ ମୃତ

masiha

ରାୟଗଡାରୁ ଚୋରି ବୋଲେରୋ ବାଲିଗୁଡାରେ ଠାବ, ଜଣେ ଅଟକ : ଦୁଇ ଚମ୍ପଟ : ତଦନ୍ତ ଅବ୍ୟାହତ 

masiha

ଅଜଣା ଗାଡ଼ି ଓ ବାଇକ ଧକ୍କା; ବାଇକ ଆରୋହୀ ଜଣେ ମୃତ ଜଣେ ଗୁରୁତର

Leave a Comment

error: Content is protected !!