ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରାଘାତରେ ବଳଦର ମୃତ୍ୟୁ

ବଜ୍ରାଘାତରେ ବଳଦର ମୃତ୍ୟୁ

ଲାଞ୍ଜିଗଡ,୨୬/୦୫(ମନିସ)-ଆଜି ଅପରାହ୍ନରେ ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଂଚାୟତ ଅଞ୍ଚଳରେ ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ସହିତ ଝଡ଼ତୋଫାନ ହୋଇଥିବାବେଳେ ଏଥିରେ ଗୋଟିଏ ବଳଦର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ଆଜି ଅପରାହ୍ନରେ ହୋଇଥିବା ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ିରେ ଲାଞ୍ଜି ପଂଚାୟତ ଦଣ୍ଡିଗୁଡା ଗାଁର ଗୁଲା ମାଝୀଙ୍କ ଗୋଟିଏ ବଳଦ ଚରିବାକୁ ଯାଇଥିବାବେଳେ ବଜ୍ରାଘାତରେ ପ୍ରାଣ ହରାଇଥିଲା। ଦୀର୍ଘ ସମୟ ଧରି ବଳଦ ନଫେରିବାରୁ ଗୁଲା ଆଖପାଖରେ ଖୋଜାଖୋଜି କଲାବେଳେ ନିକଟସ୍ଥ ଜଙ୍ଗଲରେ ବଳଦଟି ମରିପଡ଼ିଥିବା ଦେଖିବାକୁ ପାଇଥିଲେ। ଆଗକୁ ଚାଷ ଋତୁ ଆସୁଥିବାବେଳେ ବଳଦଟି ବଜ୍ରାଘାତରେ ମରିଯିବାରୁ କୁଲିମଜୁରୀ ଓ ଚାଷକାମ କରୁଥିବା ଗୁଲା ମାଝୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବଳଦ ବିନା କେମିତି ଚାଷ କାମ କରିବେ ବୁଦ୍ଧିବାଟ ପାଉନାହାନ୍ତି। ଏଣୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ଖବର ପାଇ ଲାଞ୍ଜି ସରପଞ୍ଚ ଯମୁନା ମାଝୀ ଘଟଣାସ୍ଥଳ ପରିଦର୍ଶନ କରି ଗୁଲାଙ୍କୁ ଆଶ୍ୱାସନା ଦେଇଥିବା ଜଣାପଡିଛି।

ଲାଞ୍ଜିଗଡ଼ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ଜବତ: ସର୍ଚ୍ଚ ଅପରେସନ ଜାରୀ

masiha

ଜୁନାଗଡ ଡାକ୍ତରଖାନା କୁ ଉପଖଣ୍ଡ ଚିକିତ୍ସାଲୟ ଦାବୀ ନେଇ ସଚେତନ ନାଗରିକ କମିଟି ପକ୍ଷ୍ୟରୁ ସ୍ଵସ୍ଥ୍ଯ ମନ୍ତ୍ରୀ ଙ୍କୁ ଦାବିପତ୍ର 

masiha

ସାମ୍ବାଦିକଙ୍କ ପିତୃବିୟୋଗ…..

Sunil Chandra Nayak

Leave a Comment

error: Content is protected !!