ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତରେ ଗଲା ଜୀବନ

ବଜ୍ରପାତରେ ଗଲା ଜୀବନ

ବାଲେଶ୍ଵର,୨୬/୫/୨୪- ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ସିମୁଳିଆ ବ୍ଲକ ଅନ୍ତର୍ଗତ ମାର୍କୋଣା ପଞ୍ଚାୟତ କୁଣୀଆରୀ ଗ୍ରାମର ଗୋଲକ ଚନ୍ଦ୍ର ରାଉଳଙ୍କ ପୁତ୍ର ମାନସ କୁମାର ରାଉଳ ଆଜି ଅଚାନକ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ଏହି ଖବର ଶୁଣି ସିମୁଳିଆ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀନୀ ସୁବାସିନୀ ସାହୁ ମାର୍କୋଣା ହସ୍ପିଟାଲରେ ପହଞ୍ଚି ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ସାନ୍ତ୍ୱନା ମଧ୍ୟ ଦେଇଥିଲେ । ତାଙ୍କର ୨ ବର୍ଷର କୁନି ଝିଅଟିଏ ଅଛି । ଭଗବାନ କାହାକୁ ଏମିତି ଦୁଃଖ ନ ଦିଅନ୍ତୁ । ବିଧାୟକ ପ୍ରାର୍ଥୀନୀ ଶ୍ରୀମତୀ ସାହୁ ତାଙ୍କ ମରଶରୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି ପ୍ରାପ୍ତି ନିମନ୍ତେ ପ୍ରାର୍ଥନା କରିଛନ୍ତି । ଖବର ପ୍ରଚାରିତ ପରେ ବହୁ ଲୋକ ମେଡିକାଲରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ଯାଳୟ ଏବଂ ମଡେଲ ଡିଗ୍ରୀ କଲେଜ ଠାରେ ଆଇସେକ୍ଟ୍ ଦ୍ୱାରା କୌଶଳ ବିକାଶ ଯାତ୍ରା ଆୟୋଜିତ 

masiha

ଅନ୍ବେଷା ର ସାମୁହିକ ଜନ୍ମ ଦିବସ ପାଳନ

Sunil Chandra Nayak

ଜିଲ୍ଲାପାଳ ଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟ ରେ ସମୀକ୍ଷା,ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଓ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପରିଦର୍ଶନ ତଥା ସ୍ଥିତି ଯାଞ୍ଚ

Sunil Chandra Nayak

Leave a Comment

error: Content is protected !!