ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ମୁକ୍ତିଲାଭ କଲା କ୍ଷୁଦ୍ର ଚଳଚ୍ଚିତ୍ର ରିଲୋ ରିଲୋ

ମୁକ୍ତିଲାଭ କଲା କ୍ଷୁଦ୍ର ଚଳଚ୍ଚିତ୍ର ରିଲୋ ରିଲୋ

 ରାଇଘର ୨୮/୫ ନବରଙ୍ଗପୁର ଜିଲା ରାଇଘର ତପନ କଲ୍ୟାଣ ମଣ୍ଡପଠାରେ ମୁକ୍ତିଲାଭ କଲା ରତ୍ନମଞ୍ଜରୀ ଆର୍ଟ ନିବେଦିତ କ୍ଷୁଦ୍ର ଚଳଚ୍ଚିତ୍ର ରିଲୋ ରିଲୋ, କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠି, ସଭାପତି ଭାବେ ରାଇଘର ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ୟକ୍ଷ ପରୀକ୍ଷିତ ସାହୁ,ମୁଖ୍ୟବକ୍ତା ଭାବେ ଅଧ୍ୟାପକ ତଥା ନାଟ୍ୟକାର ଗୋପାଳ ମହାରଣା,ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ତଥା ସମାଜସେବୀ ପ୍ରିତିସ୍ନିଗ୍ଧା ମହାପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ନାଥ ପଣ୍ଡା ଯୋଗଦେଇଥିଲେ। ସ୍ଵାଗତିକା ବାହିନୀପତି ଓ ଅଭିରାମ ଲେଙ୍କା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରକାଶ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ, ଶିକ୍ଷକ ପ୍ରଦୀପ ମଲ୍ଲିକ,ବିଚିତ୍ର ସାମନ୍ତରାୟ, ଲଷ୍ମୀପ୍ରିୟା ନାୟକ, ଗୌରାଙ୍ଗ ପାଲ, ହିମାଂଶୁ ଦାସ, ସୁପ୍ରିୟ ମହାପାତ୍ର, ବିଚିତ୍ର ପଣ୍ଡା ସହଯୋଗ କରିଥିବା ବେଳେ, ଅନୁଷ୍ଠାନ ପକ୍ଷରୁ ମୃତ୍ୟୁର ଶବ୍ଦ, କଞ୍ଚାମାଟି, ଆଶା ଭଳି କ୍ଷୁଦ୍ର ଚଳଚ୍ଚିତ୍ର ଦର୍ଶକଙ୍କ ମନକୁ ଛୁଇଁପାରିଥିବା ବେଳେ ଏହି ରିଲୋ ରିଲୋ ଚଳଚ୍ଚିତ୍ର ମଧ୍ୟ ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁପାରିଛି ଚଳଚ୍ଚିତ୍ର ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଲଷ୍ମୀ ଗଣ୍ଡଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କ ମନ ମୋହିଥିଲା.ଉକ୍ତ ଚଳଚ୍ଚିତ୍ର ରେ ପ୍ରଯୋଜକ ଭାବେ ଧନଞ୍ଜୟ ମଲ୍ଲ, ରଚନା,ନିର୍ଦ୍ଦେଶନା ଓ ସମ୍ପାଦନା ଭାବେ ରୋଶନ ବରାଳ, ସହ ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟ ରେ କେଶବ ପଟ୍ଟନାୟକ ଓ ସଂଗୀତରେ ଚିତ୍ରସେନ ଦୁର୍ଗାଙ୍କୁ ଦେଖିବାକୁ ମିଳିଥିଲା,ରତ୍ନ ମଞ୍ଜରୀ ଶିଶୁ କଳାକାର ସମ୍ମାନରେ ମନ୍ମଥ ଦାସ, ରତ୍ନ ମଞ୍ଜରୀ ଶିଶୁ ପ୍ରତିଭା ସମ୍ମାନରେ ସାଇଅନୁଷ୍କା ମହାରଣା, ରତ୍ନ ମଞ୍ଜରୀ ଯୁବ କଳାକାର ସମ୍ମାନରେ ଶୀତଲ ବେହେରା,ଉର୍ବଶୀ ନାୟକ ଓ ଗୌରୀ ଗଣ୍ଡଙ୍କୁ ସମ୍ମାନିତ କରାଯାଇଥିଲା.ସ୍ଥାନୀୟ କଳାକାର ମାନଙ୍କୁ ନେଇ ସମାଜର ନିଚ୍ଛକ ଘଟଣା କୁ ଚଳଚ୍ଚିତ୍ର ମାଧ୍ୟମରେ ଲୋକଲୋଚନକୁ ଆଣିବା ହେଉଛ ଏହି ଚଳଚ୍ଚିତ୍ରର ଉଦ୍ଦେଶ୍ୟ ବୋଲି ଚଳଚ୍ଚିତ୍ରର ପ୍ରଯୋଜକ ଧନଞ୍ଜୟ ମଲ୍ଲ ପ୍ରକାଶ କରିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆସୁଅଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଙ୍କାଗଡ’

Sunil Chandra Nayak

ସ୍ୱସ୍ତି ଝଙ୍କାରର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ଦେବଦାସୀ

Sunil Chandra Nayak

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବ  ଉଦ୍‌ଘାଟନୀ ସନ୍ଧ୍ୟାରେ ଇତିହାସର ଅନନ୍ୟ କାହାଣୀ କାଳିଦାସ

masiha

Leave a Comment

error: Content is protected !!