ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାସନ୍ତୀ ଲତା ଜେନା ଙ୍କ କବିତା – ଶ୍ରୀରାମ ନବମୀ

ଶ୍ରୀରାମ ନବମୀ

 

  ବାସନ୍ତୀ ଲତା ଜେନା

 

ତ୍ରେତୟା ଯୁଗରେ ପବିତ୍ର ଏ ଗାଥା

    ବିଷ୍ଣୁଙ୍କର ଅବତାର

ଅଧର୍ମ ବିଲୋପ କରିବା ପାଇଁକି

    ଜନ୍ମ ତୁମ ଧରଣୀର l୧l

ଚଇତ୍ର ମାସର ଶୁକ୍ଳ ନବମୀରେ

  ଜନ୍ମ ଉତ୍ସବ ପାଳନ

ପିତା ଦଶରଥ ଜନନୀ କୌଶଲ୍ୟା

     ଜନ୍ମିଲ କୁଳ ନନ୍ଦନ l୨l

ଶ୍ରଦ୍ଧା ନାମ ତୁମ ଶ୍ରୀରାମ ହୋଇଲା

    କୁଳଗୁରୁ ରଖି ଥିଲେ

ରାମ ନାମ ଜପି ଦସ୍ୟୁରତ୍ନାକର

     ବାଲମିକ ହୋଇ ଗଲେ l୩l

ରାମ ରସ ପାନେ ବୀର ହନୁମାନ

     ହୋଇଲା ଜଗତେ ଶ୍ରେଷ୍ଠ

ଭକ୍ତି ବିଶ୍ୱାସରେ ପ୍ରଭୁଙ୍କୁ ପାଇଲା

    ସଂସାରେ ହେଲା ବଳିଷ୍ଠ l୪l

ଅଭିଶପ୍ତ ନାରୀ ଅହଲ୍ୟା ସୁନ୍ଦରୀ

     ପଥରେ ଯେ ପଡି ଥିଲା

ତୁମ ପାଦ ସ୍ପର୍ଶେ ଶାପ ମୁକ୍ତି ହୋଇ

    ନିଜ ରୂପ ସେ ପାଇଲା l୫l

ରାକ୍ଷସ ମାନଙ୍କୁ ସଂହାର କରିଣ

     କଲ ଶାନ୍ତ ବସୁଧାକୁ

ପ୍ରାପ୍ତ ବୟାସରେ ଶିବ ଧନୁ ଭାଙ୍ଗି

     ବିବାହ କଲ ସୀତାଙ୍କୁ l୬l

ଚଉଦ ବରଷ ବନ ବାସ ଗଲ

     ପିତୃ ସତ୍ୟ ପାଳନରେ

ଅନୁଜ ଲକ୍ଷ୍ମଣ ପତ୍ନୀ ସୀତା ଥିଲେ 

    ବନ ଗମନ କାଳରେ l୭l

ଦଣ୍ଡକାରଣ୍ୟରେ ଅବସ୍ଥାନ ବେଳେ

       ପତ୍ନୀ ସୀତା ଏକା ଥିଲେ

ପାପୀଷ୍ଠ ରାବଣ ସୀତା ମାତା ହରି

     ଅଶୋକ ବନେ ରଖିଲେ l୮l

ବାନର ସେନା ସହଯୋଗ କଲେ

    ସେତୁ ବନ୍ଧର ନିର୍ମାଣ

ରାବଣ ବଦ୍ଧିଣ ସୀତା ଉଦ୍ଧାରିଲେ

     ଧର୍ମର କଲେ ସ୍ଥାପନ l୯l

ଚଉଦ ବରଷ ଅତିକ୍ରମ ପରେ

     ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ

ରଜ ସିଂହାସନେ ଅଭିସିକ୍ତ ହୋଇ

    ହେଲେ ପ୍ରଜାନୁରଞ୍ଜନ l୧୦l

ଅବତାରୀ ରାମ ସମ୍ପୂର୍ଣ୍ଣ ଜୀବନ

    ନର ରୂପେ ବିତାଇଲେ

ସ୍ୱଦେହରେ ପ୍ରଭୁ ସ୍ୱର୍ଗ ଧାମ ଗଲେ

    ସାଥେ ପ୍ରଜାମାନେ ଥିଲେ l୧୧l

ଚରଣେ ଶରଣ ହେ ରଘୁନନ୍ଦନ

     ଆଶ୍ରା ଟିକେ ଦେଉ ଥିବ

ରାମ ନାମ ଶବ୍ଦ ଅମୃତ ସମାନ

     କୃପା ବାରୀ ଛିଞ୍ଚୁ ଥିବ l୧୨l

ଗାନ୍ଧୀନଗର ପୋଷ୍ଟ / ଜିଲ୍ଲା : ନବରଙ୍ଗପୁର

Related posts

ଅପର୍ତ୍ତି ସେଠୀ ଙ୍କ କବିତା ହଜ୍‌ବ୍ଯାଣ୍ଡ୍

Sunil Chandra Nayak

ରାହୁଳ ଗାନ୍ଧୀଙ୍କ “ଭାରତ ଯୋଡ଼”ପଦଯାତ୍ରା ର ଶୁଭ ମନାସିଲେ କଂଗ୍ରେସ କର୍ମକର୍ତ୍ତା

Sunil Chandra Nayak

ଲାଞ୍ଜିଗଡ ବ୍ଲକ ଗସ୍ତରେ ଜଳଶକ୍ତି ଅଭିଯାନର ନୋଡାଲ ଅଫିସର , ସାମିଲ ହେଲା ଜିଲ୍ଲା ଓ ବ୍ଲକ ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!