ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଛ ଲଗାଅ:ପରିବେଶ ସୁରକ୍ଷା କର:ଗ୍ରୀଷ୍ମ ପ୍ରବାହ କୁ ରୋକ 

ଗଛ ଲଗାଅ:ପରିବେଶ ସୁରକ୍ଷା କର:ଗ୍ରୀଷ୍ମ ପ୍ରବାହ କୁ ରୋକ 

ନବରଙ୍ଗପୁର:(ରବି ନାରାୟଣ ମହାନ୍ତି)ପ୍ରିୟ ବନ୍ଧୁଗଣ, ଆପଣ ମାନେ ଭଲ ଭାବରେ ଅବଗତ ଅଛନ୍ତି ଯେ, ବିଗତ କିଛି ବର୍ଷ ହେଲା ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି l ପୁଣିଥରେ ଆପଣ ମାନଙ୍କ ଅବଗତି ନିମନ୍ତେ ଜଣାଇବା ପାଇଁ ଚାହେଁ ଯେ, ଛତ୍ତିଶଗଡ଼ ରାଜ୍ୟ ତଥା ଆମ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ନଗରନାର ବୃହତ ଇସ୍ପାତ କାରଖାନା ଆଉ ଅଳ୍ପ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି l ଏହା ଦ୍ଵାରା କୋରାପୁଟ ଜିଲ୍ଲା ଏବଂ ନବରଙ୍ଗପୁର ଜିଲ୍ଲା ବହୁ ମାତ୍ରାରେ ପ୍ରଭାବିତ ହେବାକୁ ଯାଉଛି, କାରଣ ଏହା ନଗରନାର ଠାରୁ ଆମ ଅଞ୍ଚଳ ର ଦୁରତ୍ଵ ଆକାଶମାର୍ଗରୁ ପ୍ରାୟ କୋଡ଼ିଏ ବାଇଶି କିଲୋମିଟର ହେବ l ଏହା ଦ୍ଵାରା ଉତ୍ତାପ ବୃଦ୍ଧି, ପରିବେଶ ପ୍ରଦୂଷିତ ହେବା ସହିତ ଆମର ଦୈନନ୍ଦିନ ଜୀବନରେ ବହୁତ ଖରାପ ପ୍ରଭାବ ପକାଇବ l *ଏହି ସମସ୍ୟାର ସମାଧାନ ହେଉଛି ବହୁ ସଂଖ୍ୟାରେ ବୃକ୍ଷରୋପଣ କରିବା l* ଏହି ଅବସରରେ ସମସ୍ତଙ୍କୁ ଅନୁରୋଧ, ନିଜ ନିଜ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ଗୋଟିଏ ବୃକ୍ଷ ରୋପଣ କରିବା ପରିବେଶ କୁ ସୁରକ୍ଷା ଦେବା l ଏଭଳି ସୂଚନା ଦେଇଛନ୍ତି ଆମ ଜିଲ୍ଲାପାଳ କାର୍ଯ୍ୟାଳୟର ପ୍ରିୟ ବଡ ଭାଇ ତ୍ରିପତି ବାଲାଜୀ ସାହୁ l ତେବେ ଆଜି ଶପଥ ନେବା ସମସ୍ତଙ୍କ ବାଡ଼ି ବଗିଚା ରେ ଗଛ ଲଗାଇ ଏଭଳି ଗ୍ରୀଷ୍ମ ପ୍ରବାହ କୁ ରୋକିବା ଦିଗରେ ପ୍ରୟାସ ଜାରୀ ରଖିବା l ତେବେ ଆସନ୍ତୁ ଗଛ ଲଗାଇ ସମସ୍ୟା ର ସମାଧାନ କରିବା l

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ 

Related posts

ପରଲୋକଗତ ହେଲେ ରାଜଗାଙ୍ଗପୁର କଂଗ୍ରେସର ବରିଷ୍ଠ ନେତା

Sunil Chandra Nayak

ଜିଲ୍ଲାସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଜିଲ୍ଲା ମୁଖ୍ୟାଳୟ ନବରଙ୍ଗପୁର ଏବଂ ଉମରକୋଟ କୁ ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତାରେ ସଡ଼କ ସୁରକ୍ଷା ଉପରେ ଗାଡି ଚାଳକଙ୍କୁ ସଚେତନ 

masiha

Leave a Comment

error: Content is protected !!