ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଛ ଲଗାଅ:ପରିବେଶ ସୁରକ୍ଷା କର:ଗ୍ରୀଷ୍ମ ପ୍ରବାହ କୁ ରୋକ 

ଗଛ ଲଗାଅ:ପରିବେଶ ସୁରକ୍ଷା କର:ଗ୍ରୀଷ୍ମ ପ୍ରବାହ କୁ ରୋକ 

ନବରଙ୍ଗପୁର:(ରବି ନାରାୟଣ ମହାନ୍ତି)ପ୍ରିୟ ବନ୍ଧୁଗଣ, ଆପଣ ମାନେ ଭଲ ଭାବରେ ଅବଗତ ଅଛନ୍ତି ଯେ, ବିଗତ କିଛି ବର୍ଷ ହେଲା ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି l ପୁଣିଥରେ ଆପଣ ମାନଙ୍କ ଅବଗତି ନିମନ୍ତେ ଜଣାଇବା ପାଇଁ ଚାହେଁ ଯେ, ଛତ୍ତିଶଗଡ଼ ରାଜ୍ୟ ତଥା ଆମ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ନଗରନାର ବୃହତ ଇସ୍ପାତ କାରଖାନା ଆଉ ଅଳ୍ପ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି l ଏହା ଦ୍ଵାରା କୋରାପୁଟ ଜିଲ୍ଲା ଏବଂ ନବରଙ୍ଗପୁର ଜିଲ୍ଲା ବହୁ ମାତ୍ରାରେ ପ୍ରଭାବିତ ହେବାକୁ ଯାଉଛି, କାରଣ ଏହା ନଗରନାର ଠାରୁ ଆମ ଅଞ୍ଚଳ ର ଦୁରତ୍ଵ ଆକାଶମାର୍ଗରୁ ପ୍ରାୟ କୋଡ଼ିଏ ବାଇଶି କିଲୋମିଟର ହେବ l ଏହା ଦ୍ଵାରା ଉତ୍ତାପ ବୃଦ୍ଧି, ପରିବେଶ ପ୍ରଦୂଷିତ ହେବା ସହିତ ଆମର ଦୈନନ୍ଦିନ ଜୀବନରେ ବହୁତ ଖରାପ ପ୍ରଭାବ ପକାଇବ l *ଏହି ସମସ୍ୟାର ସମାଧାନ ହେଉଛି ବହୁ ସଂଖ୍ୟାରେ ବୃକ୍ଷରୋପଣ କରିବା l* ଏହି ଅବସରରେ ସମସ୍ତଙ୍କୁ ଅନୁରୋଧ, ନିଜ ନିଜ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ଗୋଟିଏ ବୃକ୍ଷ ରୋପଣ କରିବା ପରିବେଶ କୁ ସୁରକ୍ଷା ଦେବା l ଏଭଳି ସୂଚନା ଦେଇଛନ୍ତି ଆମ ଜିଲ୍ଲାପାଳ କାର୍ଯ୍ୟାଳୟର ପ୍ରିୟ ବଡ ଭାଇ ତ୍ରିପତି ବାଲାଜୀ ସାହୁ l ତେବେ ଆଜି ଶପଥ ନେବା ସମସ୍ତଙ୍କ ବାଡ଼ି ବଗିଚା ରେ ଗଛ ଲଗାଇ ଏଭଳି ଗ୍ରୀଷ୍ମ ପ୍ରବାହ କୁ ରୋକିବା ଦିଗରେ ପ୍ରୟାସ ଜାରୀ ରଖିବା l ତେବେ ଆସନ୍ତୁ ଗଛ ଲଗାଇ ସମସ୍ୟା ର ସମାଧାନ କରିବା l

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ 

Related posts

ସିଦ୍ଧି ଶ୍ରୀକ୍ଷେତ୍ର ତୁମୁରା ଜଗନ୍ନାଥ ମନ୍ଦିର ର ମୁଖ୍ୟ ସେବକ କୁ ଭେଟିଲେ ଇଂ ଧୀରେନ୍ଦ୍ର କୁମାର ନାଏକ 

masiha

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ : ଜନ୍ମସ୍ଥାନରେ ପାଳିତ ହେବ ଜନ୍ମଜୟନ୍ତୀ 

Sunil Chandra Nayak

ଘୁଞ୍ଚିଲା ଲ୍ୟାମ୍ପସ ଏମଡି ଙ୍କ ତଦନ୍ତ ତାରିଖ 

masiha

Leave a Comment

error: Content is protected !!