ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ବ୍ୟକ୍ତି ର‌ ଶବ ଉଦ୍ଧାର,ପୋଲିସର ତଦନ୍ତ ଜାରି

ଅଜଣା ବ୍ୟକ୍ତି ର‌ ଶବ ଉଦ୍ଧାର,ପୋଲିସର ତଦନ୍ତ ଜାରି

ଲକ୍ଷ୍ମୀପୁର ୩୧/୦୫ // କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ବିଜାଘାଟି ପଂଚାୟତ ଅନ୍ତର୍ଗତ କଲମ ଗାଁ ଠାରୁ ତିନି କିଲୋମିଟର ଦୁର ରାସ୍ତା କଡ଼ରେ ପୋତା ଯାଇଥିବା ଏକ ଅଜଣା ଶବକୁ ପୋଲିସ ଉଦ୍ଧାର କରିଥିବା ଜଣା ପଡ଼ିଛି।ଘଟଣାରୁ ଜଣା ପଡିଛିକୀ ଗ୍ରାମର କିଛି ଲୋକ ଆମ୍ବ ଆଣିବାକୁ ପାଖ ଜଙ୍ଗଲକୁ ଯାଉଥିବା ବେଳେ କିଛି ଦୁର୍ଗନ୍ଧ ହେବା ଜାଣିପାରି ଘଟଣା ସ୍ଥଳରେ ପହଞ୍ଚି ଥିଲେ।ଉକ୍ତ ସ୍ଥାନରେ ମାଟି ତଳେ ପୋତା ହୋଇଥିବା ଏକ ମୃତ ଦେହର ଗୋଡ଼ ଦେଖା ଯାଉଥିବା ଦେଖି ସମସ୍ତେ ଭୟଭୀତ ହୋଇ ପଡ଼ି ଥିଲେ।ପରେ ସେମାନେ ବିଯା ଘାଟି ସରପଂଚ ଙ୍କୁ ଖବର ଦେଇଥିଲେ।ସରପଂଚ ଖବର ପାଇ ସ୍ଥାନୀୟ ପୋଲିସକୁ ଜଣାଇବା ପରେ ଥାନା ଅଧିକାରୀ ସୁଷମା କହଁର ସଦଳବଳେ ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପହଁଚିଥିଲେ।ମଜିଷ୍ଟେଟ ଦାୟିତ୍ଵରେ ଥିବା ତହସିଲଦାର ସଙ୍ଗିତା ସେନ୍ ଙ୍କ ଉପସ୍ଥିତି ରେ ମୃତ ଦେକୁ ମାଟିତଳୁ ବାହାର କରାଯାଇଥିଲା।ଉକ୍ତ ମୃତ ଦେହ ପଚି ଶଢ଼ୀ ଯାଇଥିବାରୁ ଚିହ୍ନିବା କଷ୍ଟ କର ହୋଇପଡ଼ିଥିଲେ ବି ତାହା ଏକ ପୁରୁଷ ର ବୋଲି ଜଣା ପଡିଥିଲା।ମୃତ ଦେହର ମୁଣ୍ଡ ସହ ଶରୀରର କିଛି ସ୍ଥାନରେ ଆଘାତ ର ଚିହ୍ନ ଥିବା ଜଣା ପଡ଼ିଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି।ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

ପ୍ରମୋଦ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ 

Sunil Chandra Nayak

ଲିଫ୍ଟ ଦେବାକୁ ପଡିଲା ମହଙ୍ଗା, ନିର୍ଦ୍ଧାରିତ ସ୍ଥାନରୁ ମାତ୍ର କେଇ ମିଟର ବାଇକ ଅତିକ୍ରମ ଦ୍ଵାରା ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ

Sunil Chandra Nayak

୧୭ଜଣ ମହିଳା ଗ୍ରୁପର ଟିପଚିନ୍ହ ନେଇ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରିଥିବା କୁ ନେଇ କେଗାଁ ଥାନାରେ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!