ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଗିରଫ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ଡୁମେରବାହାଲ ଗ୍ରାମର ଯୁବକ ଦେବରାଜତାଣ୍ଡି(୩୨) ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଯୁବକ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମିଶନ ହସ୍ପିଟାଲରେ ଭର୍ତି କରାଯାଇଛି । ଅଭିଯୁକ୍ତ ଯୁବକ ଅନନ୍ତ ଚିନ୍ଦା (୪୭)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ  ଅଭିଯୋଗ କାରୀ ଚିତରଞ୍ଜନ ତାଣ୍ଡି ତାଙ୍କ ପୁଅ ଦେବରାଜ ତାଣ୍ଡି (୩୨) ବର୍ଷ ରବିବାର ସକାଳ ନଅ ଘଣ୍ଟା ସମୟରେ କୌଣସି କାମରେ ଠେଲୋକୋଡୁଙ୍ଗୁରୀ ଗ୍ରାମକୁ ଯାଇଥିବା ବେଳେ ଗ୍ରାମର ଅନନ୍ତ ଚିନ୍ଦାଙ୍କ ସହିତ ବଚସା ହୋଇଥିଲା । ସାମାନ୍ୟ ବଚସାକୁ ନେଇ ଅନନ୍ତ ଚିନ୍ଦା ଓ ସ୍ତ୍ରୀ ଆସୁମତି ଚିନ୍ଦା ଟାଙ୍ଗିଆ ଓ ଠେଙ୍ଗାରେ ଦେବରାଜ ତାଣ୍ଡିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଫଳରେ ତାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ହୋଇଥିବା ଜଣାପଡିଛି । ସେଠାରୁ ରକ୍ତ ଜୁଡୁବୁଡୁ ଗୁରୁତର ଅବସ୍ଥାରେ ଖଡ଼ିଆଳ ମିଶନ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏନେଇ ଥାନାରେ କେଶ ନଂ ୧୪୩/୨୩ ମାମଲା ରୁଜୁ କରି ଅଭିଯୁକ୍ତ ଅନନ୍ତ ଚିନ୍ଦା ୩୦୭ ଦଫା ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଖଡ଼ିଆଳ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି ।କିନ୍ତୁ ପରିବାର ପକ୍ଷରୁ ଅଭିଯୁକ୍ତ ଅନନ୍ତ ଚିନ୍ଦା ର ସ୍ତ୍ରୀ ଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିବାକୁ ଦାବି କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବୋରାପଦା ଅଞ୍ଚଳରୁ ପୁଣି ହାତୀ ର ମୃତ ଦେହ ଠାବ, ବିଦୂତ ଆଘାତ ରେ ମରିଥିବା ସନ୍ଦେହ

ଭିଜିଲାନ୍ସ ଚଢ଼ଉ: ଧର୍ମଗଡ଼ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ପାଖରୁ ମିଳିଲା ବିପୁଳ ସମ୍ପତ୍ତି, ଚଢାଉ ଜାରି

ଲକ୍ଷାଧିକ ଟଙ୍କାର ଶାଗୁଆନ୍ କାଠ ଜବତ

Sunil Chandra Nayak

Leave a Comment

error: Content is protected !!