ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରେନ ଧକ୍କାରେ ସିକେରକୁପାର ଯୁବକଙ୍କ ଗୋଡ଼ କଟିଲା : ଗୁରୁତର ଭାବେ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କଲା ରେଳ ସୁରକ୍ଷା ବଳ     

ଟ୍ରେନ ଧକ୍କାରେ ସିକେରକୁପାର ଯୁବକଙ୍କ ଗୋଡ଼ କଟିଲା : ଗୁରୁତର ଭାବେ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କଲା ରେଳ ସୁରକ୍ଷା ବଳ     

ଲାଞ୍ଜିଗଡ଼,୦୨/୦୬(ମନିସ)-ଆଜି ଅପରାହ୍ନରେ କୌଣସି କାମରେ ଟିଟିଲାଗଡ଼ କିମ୍ବା ବଲାଙ୍ଗୀର ଯାଇଥିବାବେଳେ ଦେଗାଁ ଷ୍ଟେସନରେ ଟ୍ରେନ ଦୁର୍ଘଟଣାର ଶିକାର ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ରୋଡ଼ ପଂଚାୟତ ସିକେରକୁପା ଗାଁର ଜଣେ ଯୁବକ ମୋହନ ଦୁର୍ଗା(୨୫)। ରେଳ ସୁରକ୍ଷା ବଳର କର୍ମଚାରୀମାନେ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ବଲାଙ୍ଗୀର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି। ଟ୍ରେନ ଧକ୍କାରେ ମୋହନଙ୍କ ବାମଗୋଡ଼ ଆଣ୍ଠୁରୁ ତଳକୁ ସମ୍ପୂର୍ଣ୍ଣ କଟିଯାଇଥିବାବେଳେ ଡାହାଣ ଗୋଡ଼ ଗୋଇଠି ପାଖରୁ କଟିଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ଡାକ୍ତର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ତେବେ ପାଖରେ କେହି ନିଜର ଲୋକ ନଥିବାରୁ ସେ ଏବେ ଜୀବନ ସହିତ ସଂଘର୍ଷ କରୁଛନ୍ତି। ସୂଚନାଯୋଗ୍ୟ, ଦୁଇ ସପ୍ତାହ ତଳେ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପ୍ରଥମ ପତ୍ନୀଙ୍କ ପରେ ଦ୍ଵିତୀୟ ସ୍ତ୍ରୀ ବି ତାଙ୍କୁ ଛାଡି କୁଆଡେ ପଳାଇଯାଇଛି। ଦ୍ଵିତୀୟ ସ୍ତ୍ରୀକୁ ଖୋଜିବାକୁ ଯାଇଥିବାବେଳେ ମୋହନ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି। ଅପରପକ୍ଷରେ ମୋହନଙ୍କ ଘରେ ତାଙ୍କ ବିଧବା ମାଆଙ୍କ ସହିତ ପ୍ରଥମ ସ୍ତ୍ରୀର ଏକ ଦୁଇ ବର୍ଷର ଶିଶୁ ରହିଛି। ସ୍ୱାମୀ ମୃତ୍ୟୁରେ ମ୍ରିୟମାଣ ମୋହନଙ୍କ ବିଧବା ମାଆ ପୁଅର ଦୁର୍ଘଟଣା ଖବର ଶୁଣି ସତେ ଯେମିତି ହତବାକ ହୋଇଯାଇଛନ୍ତି। ଏବେ ପୁଅକୁ ବୁର୍ଲା ନେବ କିଏ ଓ ସେଠାରେ ପୁଅର ଚିକିତ୍ସା ହେବ ସେନେଇ ସନ୍ଦିହାନ ହୋଇପଡିଛନ୍ତି।

ଲାଞ୍ଜିଗଡ଼ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀର ୪୩ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

କୁଳବେଉସାରେ ମନ ବଳାଉନାହାନ୍ତି ଝାଡୁ କାରିଗର

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ୨ୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଉଦଯାପିତ 

masiha

Leave a Comment

error: Content is protected !!