ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁମାଧଵ ତୀର୍ଥ ରେ ଶ୍ରୀ ରାମ ନବମୀ ମହୋତ୍ସବ ସୁବର୍ଣ୍ଣ ଜୟନ୍ତୀ ଆରମ୍ଭ

କୋକସରା,୧୦/୪ (ମ ନି ସ): କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ଗୁଡାହାଣ୍ଡି ଡୋକାରିଚଞ୍ଚରା ମଧ୍ୟରେ ରହିଥିବା ପୌରାଣିକ କିମ୍ବଦନ୍ତୀ ବହନ କରିଥିବା ମଧୁମାଧଵ ତୀର୍ଥ କ୍ଷେତ୍ରରେ ଆଜି ଠାରୁ ଶ୍ରୀ ରାମ ନବମୀ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ର ଶୁଭାରମ୍ଭ ହୋଇଛି। ୫୦ ବର୍ଷ ପୂର୍ତ୍ତି ଅବସରରେ ଶ୍ରୀ ରାମ ନବମୀ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳିତ ହେଉଛି। କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପ୍ରାକୃତିକ ପରିବେଶ ମଣ୍ଡିତ ଅତି ମନୋରମ ସ୍ଥାନ ରେ ରହିଛି ପ୍ରଭୁ ଶ୍ରୀ ରାମ ଙ୍କ ମନ୍ଦିର। ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ରାମ ନବମୀ ମହୋତ୍ସବ ପାଇଁ ଉନ୍ନୟନ କମିଟି ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରବିବାର ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ଶ୍ରୀ ରାମ ନବମୀ ମହୋତ୍ସବ ଅନୁଷ୍ଠିତ ହେବ। ରବିବାର ଶ୍ରୀ ରାମ ନବମୀ ମହୋତ୍ସବ ଦେଖିବା ପାଇଁ ପ୍ରାୟ ୫ ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ମହୋତ୍ସବ କୁ ଶାନ୍ତି ଶୃଙ୍ଖଳା ପାଇଁ ଆମପାଣି ପୋଲିସ ପକ୍ଷରୁ ଟ୍ରାଫିକ କୁ ଶୃଙ୍ଖଳିତ କରିବା ସହ ଭିଡ଼ କୁ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ରହିଛନ୍ତି। ଆଜି ଶ୍ରୀରାମ ନବମୀ ମହୋତ୍ସବ ରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ଧର୍ମଗଡ଼ ବିଧାୟକ ମୌଷଧି ବାଗ ସମେତ କଳାହାଣ୍ଡି ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଆମପାଣି ଜୋନ ଜିଲ୍ଲା ପରିଷଦ ସଦସ୍ୟ ହେମନ୍ତ ମାଝୀ ଙ୍କ ସମେତ ଧର୍ମଗଡ଼, କଲମପୁର ,କୋକସରା ବ୍ଲକ ର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ଉପସ୍ଥିତ ରହିଥିଲେ। ଶ୍ରୀରାମ ମନ୍ଦିର ଉନ୍ନୟନ କମିଟି ପକ୍ଷରୁ ଶ୍ରଦ୍ଧାଳୁ ଙ୍କ ପାଇଁ ଅନ୍ନଭୋଗ ସହ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଶ୍ରୀ ରାମ ନବମୀ ମହୋତ୍ସବ ର ପରିଚାଳନା ଗୁଡହାଣ୍ଡି ଡୋକରୀ ଚଞ୍ଚରା ଉନ୍ନୟନ ସମିତି ଦ୍ୱାରା ସମ୍ପାଦିତ ହେଉଛି। ମ ନି ସ 

Related posts

ଅର୍ଥ ସାଜିଛି ବାଧକ,ଅର୍ଥ ଅଭାବରୁ ଏବେ ଶଯ୍ୟାଶାୟୀ ଟିଟୁନୁ

Sunil Chandra Nayak

ଟାଟା ଷ୍ଟିଲ, ମେରାମଣ୍ଡଳୀ ରେ ସୁରକ୍ଷା ସଚେତନତା

Sunil Chandra Nayak

ମିନତି ଙ୍କ କବିତା ଶଙ୍ଖା ସିନ୍ଦୂର

Sunil Chandra Nayak

Leave a Comment

error: Content is protected !!