ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କାମୁଡାରେ ୮ ବର୍ଷ ର ନାବାଳିକା ଙ୍କ ମୃତ୍ୟୁ ସାପ କୁ ଧରି ମେଡିକାଲ ଆସିଲେ ପରିବାର ଲୋକେ

ସାପ କାମୁଡାରେ ୮ ବର୍ଷ ର ନାବାଳିକା ଙ୍କ ମୃତ୍ୟୁ ସାପ କୁ ଧରି ମେଡିକାଲ ଆସିଲେ ପରିବାର ଲୋକେ

 ନବରଙ୍ଗପୁର:(୭|୬)(ରବି ନାରାୟଣ ମହାନ୍ତି)ସାପ କାମୁଡ଼ାରେ ତୃତୀୟ ଶ୍ରେଣୀ ରେ ପଢ଼ୁଥିବା ୮ ବର୍ଷ ର ନାବାଳିକା ଙ୍କ ମୃତ୍ୟୁ l ଏହିପରି ହୃଦୟ ବିତାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ବୋବେଇ ପଂଚାୟତ ର ଚୋରବେଡା ଗ୍ରାମ ରେ,ସୂଚନା ଅନୁଯାଇ ଚୋରବେଡା ଗ୍ରାମର ଗୋବିନ୍ଦ ଗଣ୍ଡ ଙ୍କ ୮ ବର୍ଷ ର ଝିଅ ଦୀପାଳି ଗଣ୍ଡ ଗତକାଲି ରାତିରେ ବାପା ମା ଙ୍କ ସହ ତଳେ ବିଛଣା ରେ ଶୋଇଥିବା ବେଳେ ହଠାତ ଏକ ବିଷଧର ସାପ ଦୀପାଳି ର କାନ ପାଖେ କାମୁଡିଦେଇ ଥିଲା l ସାଙ୍ଗେ ସାଙ୍ଗେ ପରିବାର ଲୋକେ ଦୀପାଳି ଙ୍କୁ ଏବଂ ସେହି କାମୁଡିଥିବା ବିଷଧର ସାପ କୁ ରାଇଘର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର କୁ ଧରି ଆସିଥିଲେ lଦୀପାଳି ଙ୍କୁ ଡକ୍ଟର ମୃତ ଘୋଷଣା କରିଥିଲେ l ସୂଚନା ଥାଉକି ଦୀପାଳି ଯୋଡ଼େଙ୍ଗା କନ୍ୟାଶ୍ରମ ରେ ତୃତୀୟ ଶ୍ରେଣୀ ରେ ପାଠ ପଢୁଥିଲା,ବାପା ମା ଗୋଟିଏ ମାତ୍ର ଝିଅ କୁ ଏହିପରି ହରେଇ ପରିବାର ଏବଂ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି,ଦୀପାଳି ଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ବିଦ୍ୟାଳୟର ଶିକ୍ଷକ ଏବଂ ପ୍ରଧାନଶିକ୍ଷକ ମେଡିକାଲ ରେ ପହଞ୍ଚି ଦୁଃଖ ପ୍ରକାଶ କରିଥିଲେ,ଘଟଣାସ୍ଥଳ ରେ ପୋଲିସ ପହଞ୍ଚି ଶବ କୁ ବ୍ୟବଚ୍ଛେଦ ପାଇଁ ପଠେଇବା ପରେ ନାବାଳିକା ଦୀପାଳି ଙ୍କ ଶବ କୁ ପରିବାର କୁ ହସ୍ତାନ୍ତର କରାଯାଇଥିଲା l

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍

Related posts

ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ପ୍ରଦାନ ନବରଙ୍ଗପୁର ଜିଲ୍ଲାର ହିତାଧିକାରୀ ଲାଇଭ ଷ୍ଟ୍ରିମିଙ୍ଗ ରେ ଯୋଡ଼ି ହେଲେ

Sunil Chandra Nayak

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ବନ୍ଧୁତ୍ୱ ଦିବସ -୨୦୨୬ ପାଳିତ

Sunil Chandra Nayak

ନୂଆ- ଓ, ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ 

masiha

Leave a Comment

error: Content is protected !!