ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କ୍ଷୁଦ୍ରଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ କେନ୍ଦ୍ରାପଡା

ପ୍ରକାଶ ପାଇଲା କ୍ଷୁଦ୍ରଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ କେନ୍ଦ୍ରାପଡା

ବାଲେଶ୍ଵର,୦୮/୬/୨୪- ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ଅହରହ ପ୍ରଚେଷ୍ଟା ଜାରି ରଖିଛି । ହ୍ଵାଟ୍ସଆପ୍ ଗୃପରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ସାହିତ୍ୟ ବନ୍ଧୁ ମାନଙ୍କ ପ୍ରତିଭା ବିକାଶ ପାଇଁ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି । ଏହି ପରିପ୍ରେକ୍ଷୀରେ ଗତ ତା ୦୨/୬/୨୪ ରିଖ ରବିବାର କ୍ଷୁଦ୍ରଗଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା – ” ବୃଦ୍ଧାଶ୍ରମ “। ଏଥିରେ (୧) ଶୋଭାମୟୀ ପତ୍ରୀ, ତୁଳସୀକ୍ଷେତ୍ର, କେନ୍ଦ୍ରାପଡା (୨) ଆନନ୍ଦିନୀ ମିଶ୍ର, ଝାରସୁଗୁଡା (୩) ପଦ୍ମାବତୀ ଆଚାର୍ଯ୍ୟ, କଣ୍ଟାମାଳ, ବୌଦ୍ଧ (୪) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ (୫) ପ୍ରତିମା ଶତପଥୀ, ଯାଜପୁର (୬) ସ୍ନିଗ୍ଧା ମହାନ୍ତି, ନାହାଙ୍ଗ, ଝାଡେଶ୍ବରପୁର, କଟକ (୭) ଡଃ ସଙ୍ଗୀତା ନାଏକ ପୁରୋହିତ, କୁଲିତାପଡା, ମୋଦିପଡା, ସମ୍ବଲପୁର (୮) ରାମଚନ୍ଦ୍ର ବେହେରା, ତେନ୍ତୁଳିପଦା, ଜଗତସିଂହପୁର୯) ଯସ୍ମିତା ପ୍ରଧାନ, ରନ୍ତଲେଇ, ଅନୁଗୁଳ (୧୦) ଉପେନ୍ଦ୍ର ବସ୍ତିଆ, ରାଉରକେଲା, ସୁନ୍ଦରଗଡ (୧୧) ମମତା ବେହୁରା, କଟକ (୧୨) ସୁକାନ୍ତି ସ୍ବାଇଁ, ରାଇପଲ୍ଲୀ, ଆସିକା, ଗଞ୍ଜାମ (୧୩) ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର (୧୪) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା (୧୫) ଅପରାଜିତା ପରିଡା, କୁଜଙ୍ଗ, ଜଗତସିଂହପୁର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଯାହାର ଫଳାଫଳ ପ୍ରକାଶ ପାଇଛି ।

           ସମସ୍ତଙ୍କ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ଡଃ ତାନଶ୍ରୀ ପାଣିଗ୍ରାହୀ, ଯିଏ କି ପେଷାରେ ଜଣେ ଶିକ୍ଷୟିତ୍ରୀ ଓ ନିଶାରେ ଜଣେ ସୁ-ସାହିତ୍ୟିକା, ଘର ବାଲେଶ୍ଵର । ତାଙ୍କ ସମୀକ୍ଷାରୁ ଶୋଭାମୟୀ ପତ୍ରୀ ପ୍ରଥମ, ଆନନ୍ଦିନୀ ମିଶ୍ର ଦ୍ବିତୀୟ ଓ ପଦ୍ମାବତୀ ଆଚାର୍ଯ୍ୟଙ୍କୁ ତୃତୀୟ ସ୍ଥାନ ମିଳିଛି । ଏଥିପାଇଁ ନିର୍ଦ୍ଦିଷ୍ଟ ଶବ୍ଦ ସଂଖ୍ଯା ଦିଆଯାଇଥିଲା । ଲେଖା ସୁନ୍ଦର ହେଲେ ଶବ୍ଦ ସଂଖ୍ଯା ଅଧିକ ଏବଂ ପ୍ରବନ୍ଧ ଲେଖାକୁ ବିଚାରକୁ ନିଆ ଯାଇନାହିଁ । ତେଣୁ ସମସ୍ତଙ୍କୁ ଅନୁରୋଧ ସୂଚନାଟିକୁ ଭଲ ଭାବେ ପଢି ଲେଖା ପଠାନ୍ତୁ । ତା ମଧ୍ୟରୁ ଉଚ୍ଚକୋଟୀର ଲେଖାକୁ ନିଶ୍ଚୟ ସ୍ଥାନ ମିଳିବ । ଏ ଫଳାଫଳ ନେଇ କେହି ବିଚଳିତ ନହୋଇ ସାହିତ୍ୟର ଉନ୍ନତି ତଥା ପ୍ରତିଭାର ବିକାଶ ପାଇଁ ଲେଖା ଜାରି ରଖନ୍ତୁ ନିଶ୍ଚୟ ଦିନେ ସ୍ଥାନ ମିଳିବ ବୋଲି ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟରେ ରାଜସ୍ବ ନିରୀକ୍ଷକ ମରୁଡି ; ୭ ଜଣରୁ ୩ ଜଣ ଡେପୁଟେସନ;ଉନ୍ନୟନ କାମ ଆଗେଇବ କେମିତି ? ଜନସାଧାରଣ ହନ୍ତସନ୍ତ 

Sunil Chandra Nayak

ବନ୍ଧୁଗାଁ ଶ୍ରୀ ଶିରିଡ଼ି ସାଇ ବାବା ମନ୍ଦିରର ୨ୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ

masiha

ବାଡିରେ ଫୁଟିଲା ବ୍ରହ୍ମକମଳ ଫୁଲ

masiha

Leave a Comment

error: Content is protected !!