ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଲବ ଅଫ ବ୍ରହ୍ମପୁର ଇଷ୍ଟ ପକ୍ଷରୁ ବୃତ୍ତିଗତ ଉତ୍କର୍ଷ ସମ୍ମାନ 

ରୋଟାରୀ କ୍ଲବ ଅଫ ବ୍ରହ୍ମପୁର ଇଷ୍ଟ ପକ୍ଷରୁ ବୃତ୍ତିଗତ ଉତ୍କର୍ଷ ସମ୍ମାନ 

ବ୍ରହ୍ମପୁର ;- ପ୍ରତିବର୍ଷ ଜାନୁଆରୀ ମାସରେ ରୋଟାରୀ କ୍ଲବ ଅଫ ବ୍ରହ୍ମପୁର ଇଷ୍ଟ ପକ୍ଷରୁ “ବୃତ୍ତିଗତ ଉତ୍କର୍ଷ ସମ୍ମାନ” ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେ ଷଙ୍କୁ ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ପରିବେଶ ସୁରକ୍ଷା ଓ ସମାଜ କଲ୍ୟାଣ ଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ଚର୍ଚ୍ଚାରେ ରହି ଆସିଥିବା ଗୋଷ୍ଠୀ ଶିକ୍ଷାଧିକାରୀ ଡାଃ ଶଙ୍କର ନାରାୟଣ ବେଜ ଓ ସାମ୍ବାଦିକତା ଓ ଗଣମାଧ୍ୟମରେ ନିଜ ପ୍ରତିଭାର ଭୂୟୋ ବିକାଶ ସାଧନ କରିବା ସଙ୍ଗେ ସଙ୍ଗେ ସାମାଜିକ ବିକାଶକୁ ପ୍ରାଧାନ୍ୟ ଦେଉଥିବା ଅଗ୍ରଣୀ ବରିଷ୍ଠ ସାମ୍ବାଦିକ ଶ୍ରୀ ସୁଦୀପ କୁମାର ସାହୁଙ୍କୁ ବୃତ୍ତିଗତ ଉତ୍କର୍ଷ ସମ୍ମାନ ରେ ସମ୍ମାନିତ କରାଯାଇଛି । ଚଳିତ ସାଧାରଣତନ୍ତ୍ର ଦିବସ ସମାରୋହ ଅବସରରେ ଏ ବିଶିଷ୍ଠ ବ୍ୟକ୍ତିତ୍ଵ ଦ୍ଵୟଙ୍କୁ ରୋଟାରୀ କ୍ଲବ ଅଫ ବ୍ରହ୍ମପୁର ଇଷ୍ଟର ପ୍ରାକ୍ତନ ସଭାପତି ରୋଟାରିଆନ ନରଶୁ ଜେନା ଓ ପ୍ରାକ୍ତନ ସଭାପତି ରୋଟାରିଆନ ଗଦାଧର ରାଉଳଙ୍କ ଦ୍ଵାରା ଯଥାକ୍ରମେ ସମ୍ମାନିତ କରଯାଇଥିଲା । ପ୍ରକାଶ ଥାଉ କି ପୂର୍ବରୁ ମଧ୍ୟ ପୌଷ୍ଟିକ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତି ଓ ତାଲିମ ପାଇଁ ଶ୍ରୀମତୀ ସସ୍ମିତା ଦଳେଇଙ୍କୁ କ୍ଲବର ସନନ୍ଦ ସଭ୍ୟ ରୋଟାରିଆନ ଯୋଗେନ୍ଦ୍ର କପୂରଙ୍କ ଦ୍ଵାରା ସମ୍ମାନିତ କରଯାଇଥିଲା । ସଭାପତି ରୋଟାରିଆନ ଡାଃ. ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏ ସମାରୋହରେ କ୍ଲବର ବହୁ ପ୍ରାକ୍ତନ ସଭାପତି ଓ ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ଶେଷରେ କ୍ଲବର ସମ୍ପାଦକ ରୋଟାରିଆନ ଅଶ୍ଵିନୀ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Related posts

କପିଳାସ ବାଲିଘାଟ ସୀମା ନିର୍ଦ୍ଧାରଣ କଲା ଖଣି ବିଭାଗ

ବିଶିଷ୍ଟ ହିନ୍ଦୀ ଲେଖକ ,ନାଟ୍ୟକାର ଶ୍ରୀ ଅସଗର ବଜାହତ ଜୀ ଙ୍କୁ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ହିନ୍ଦୀ ବିଭାଗ ରେ ସ୍ଵାଗତ

Sunil Chandra Nayak

ଶୀତଳଷଷ୍ଠୀ ପାଇଁ ରୁପ୍ରା – ଖମ୍ବପଡ଼ା ଶୈବପୀଠରେ ଥାଳଉଠା କାର୍ଯ୍ୟକ୍ରମ 

Leave a Comment

error: Content is protected !!