ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ଲୀଳା ମହୋତ୍ସବ ନିମନ୍ତେ ବରିଷ୍ଠ କଳାକାର ସଂଘର ପ୍ରସ୍ତୁତି ବୈଠକ

ଭାରତ ଲୀଳା ମହୋତ୍ସବ ନିମନ୍ତେ ବରିଷ୍ଠ କଳାକାର ସଂଘର ପ୍ରସ୍ତୁତି ବୈଠକ

ବ୍ରହ୍ମପୁର,୦୯/୬/୨୪- କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ ପକ୍ଷରୁ ସଂଘର ବାର୍ଷିକୋତ୍ସବ ଅବସରରେ “ରାଜ୍ଯ ସ୍ତରୀୟ ଭାରତ ଲୀଳା ମହୋତ୍ସବ : ୨୦୨୪” ଆୟୋଜନ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ଼ ସ୍ଥିତ ‘ମାନସ ଭବନ’ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ କଳାପ୍ରାଣ କୈଳାସ ପାଣିଗ୍ରାହୀ, ଶିକ୍ଷାବିତ୍ ଶଙ୍କର୍ଷଣ ସାବତ ଏବଂ ସୀମାନ୍ତ ନଟରାଜ ଡା. ତିରୁପତି ସାହୁ ମଞ୍ଚାସୀନ ଥିଲେ । ସଂଘ ସଂପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ କ୍ରମରେ ବୈଠକର ଆଭିମୁଖ୍ୟ ଉପସ୍ଥାପନ ସହିତ ଜୁଲାଇ ତିନି ତାରିଖ ସଂଘ ବାର୍ଷିକୋତ୍ସବ ଅବସରରେ ‘ଭାରତ ଲୀଳା ମହୋତ୍ସବ’ ପ୍ରସ୍ତାବ ଆଗତ କରିଥିଲେ । କାର୍ଯ୍ୟକାରୀ କମିଟୀ ସଦସ୍ଯ/ସଦସ୍ୟା ମାନେ ଆଲୋଚନା ପୂର୍ବକ ପ୍ରସ୍ତାବ ଅନୁମୋଦନ ସମେତ ଉକ୍ତ ଦିବସରେ ଏକ ବର୍ଣ୍ଣାଢ୍ୟ କଳାକାର ଶୋଭାଯାତ୍ରା ଅନୁଷ୍ଠାନ ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ପରିପ୍ରେକ୍ଷୀରେ ସମସ୍ତ ଭାରତ ଲୀଳା ଲୋକ ନାଟ୍ଯ ଦଳ ମାନେ ଅଂଶ ଗ୍ରହଣ ନିମନ୍ତେ ସଂଘ ସହ ଯୋଗାଯୋଗ କରିବା ନିମନ୍ତେ ଆନୁଷ୍ଠାନିକ ପରାମର୍ଶ ଦିଆଯାଇଛି । ସ୍ଥାନୀୟ ହିଲ୍ ପାଟଣା ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ କାର୍ଯ୍ଯକ୍ରମ ଆୟୋଜନ ସଂକ୍ରାନ୍ତରେ ସଂପୃକ୍ତ ବିଭାଗ ସହ ଯୋଗାଯୋଗ ପାଇଁ ସଂପାଦକଙ୍କୁ ଦାୟିତ୍ବ ନ୍ଯସ୍ତ କରାଯାଇଛି । ବୈଠକରେ ସର୍ବଶ୍ରୀ ବଳଦେବ ସାହୁ, ମୃତ୍ଯୁଞ୍ଜୟ ତ୍ରିପାଠୀ, ଦେବେନ୍ଦ୍ର ପ୍ରସାଦ ଶର୍ମା, ଟି. ତାରିଣୀ ରାଓ, କୁନୁ ବେହେରା, ପ୍ରଦୀପ କୁମାର ସାହୁ, ଗୀତା ସ୍ବାଇଁ, ବନ୍ଦନା ନନ୍ଦ, ବନ୍ଦନା ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଅଭିରାମ ରାଉଳ ଆନୁଷ୍ଠାନିକ ଧନ୍ଯବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପଞ୍ଚାୟତ ସମିତି ବୈଠକରୁ ବାଛନ୍ଦ ହୋଇ ସରପଞ୍ଚ,ସମିତି ସଭ୍ୟଙ୍କ ଅନଶନର ଦ୍ଵିତୀୟ ଦିନରେ ଵ୍ଲକ କାର୍ଯ୍ୟାଳୟ ଅଚଳ

masiha

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ପାଇଁ ବାଟୋଇ ହାହାକାର, ଜଳଛତ୍ର କେବଳ ନାମକୁ ମାତ୍ର 

Sunil Chandra Nayak

ଜଗନ୍ନାଥ ଉଚ୍ଚ ବିଦ୍ଯାପୀଠ ରୁପ୍ରାର ରୌପ୍ଯ ଜୟନ୍ତୀ ପାଳନ ପାଇଁ ଗଠନ ହେଲା ପୁରାତନ ଛାତ୍ର ସଂସଦ ଆଲୁମିନି କମିଟି

Sunil Chandra Nayak

Leave a Comment

error: Content is protected !!