ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି…

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ

କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି…

ଧର୍ମଗଡ:ସ୍ଥାନୀୟ ସରକାରୀ ଉଚ୍ଚବିଦ୍ୟାଳୟରେ ଚଳିତ ବର୍ଷ ଅନୁଷ୍ଠିତ ବିଭିନ୍ନ ପରୀକ୍ଷାର କୃତି ପରୀକ୍ଷାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରଫେସର ଭୁବନେଶ୍ୱର ବେହେରା ୟୁଥ୍ ଅର୍ଗାନାଇଜେସନ ଓ ପ୍ରଗତି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟ ସହଯୋଗରେ ଆୟୋଜିତ ଉକ୍ତ ସମ୍ବର୍ଦ୍ଧନା ସମାରୋହରେ ସରକାରୀ ଉଚ୍ଚବିଦ୍ୟାଳୟୟ ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡଙ୍କ ସଭାପତିତ୍ୱରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ତହସିଲଦାର ସଂଜୟ କୁମାର ସାମନ୍ତରା, ମୂଖ୍ୟ ବକ୍ତା ବିଶିଷ୍ଟ ଶିକ୍ଷାବିତ ପ୍ରତାପ କିଶୋର ମୁଣ୍ଡ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜିନୀ ମାଝୀ, ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ର, ପ୍ରଗତି ଶିକ୍ଷାନୁଷ୍ଠାନର ବିଦ୍ୟାସାଗର ମୁଣ୍ଡ, ସଂଗଠନ ସଭାପତି ବିରଜା ପ୍ରସାଦ ପଣ୍ଡା, ଜିଲ୍ଲା ଯୋଜନା ବୋର୍ଡର ସଦସ୍ୟ ପ୍ରଶାନ୍ତ କୁମାର ଠାକୁର ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ନେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ ସ୍ବାଗତ ଯୋଗ୍ୟ ଓ ପ୍ରଶଂସନୀୟ ବୋଲି ବର୍ଣ୍ଣନା କରିଥିଲେ। ଏହି ସମ୍ବର୍ଦ୍ଧନା ସମାରୋହରେ ଜିଲ୍ଲା , ସମସ୍ତ ବ୍ଲକ ତଥା ଧର୍ମଗଡ ବ୍ଲକ ଅଧିନସ୍ଥ ସମସ୍ତ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସର୍ବାଧିକ ନମ୍ବର ରଖିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଉତ୍କର୍ଷ ପ୍ରମାଣପତ୍ର, ଟ୍ରଫି ସହ ପୁରସ୍କୃତ କରାଯାଇଥିଲେ। ଏହି ସମ୍ବର୍ଦ୍ଧନା ସମାରୋହରେ ମାଟ୍ରିକ ଜିଲ୍ଲା ଟପର ଯତ୍ନରାଜ ସାହୁ, ସିବିଏସଇ ଦଶମ ଶ୍ରେଣୀ ଜିଲ୍ଲା ଟପର ପୁରବ ବେହେରା, +୨ ବିଜ୍ଞାନ ଜିଲ୍ଲା ଟପର ଈଶାନେଶ୍ବର ନେଗୀ, +୨ କଳା ଜିଲ୍ଲା ଟପର ସୁହାନୀ ଚଲାନ, ସିବିଏସଇ ଦ୍ବାଦଶ ଶ୍ରେଣୀ ଜିଲ୍ଲା ଟପର ଦେବାଶିଷ ମିଶ୍ର ପ୍ରମୁଖଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା। ଶିବ ପଟ୍ଟନାୟକ ଫାଉଣ୍ଡେସନ- ଭବାନୀପାଟଣା, କିଶୋର ଅଗ୍ରୱାଲ, ମହେଶ ଅଗ୍ରୱାଲ, ପ୍ରଣବ ପଣ୍ଡା, ସୁଧିର ପଣ୍ଡା, ଆଇନଜୀବୀ ଲିଙ୍ଗରାଜ ବେହେରା, ପ୍ରାଥମିକ ଶିକ୍ଷକ ସଂଘ,ଧର୍ମଗଡ, ମାରଓ୍ବାଡି ଯୁବା ମଞ୍ଚ – ଧର୍ମଗଡ, ଉଦ୍ଧବ ଚରଣ ସାହୁ, ଦୀପ୍ତି ନାରାୟଣ ପ୍ରହରାଜ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଧର୍ମଗଡ ପ୍ରମୁଖଙ୍କ ପୃଷ୍ଠପୋଷକତାରେ ସମସ୍ତ ପୁରସ୍କାର ପ୍ରଦାନ କରାଯାଇଥିଲା। ଅଧ୍ୟାପକ ବଙ୍କିମ କୁମାର ମୁଣ୍ଡ ମଂଚ ସଂଯୋଜନା, ସଂଜିବ କୁମାର ଠାକୁର ଅତିଥି ପରିଚୟ ପ୍ରଦାନ, ସଂଗଠନର ସଂପାଦକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ସଂଜିବ କୁମାର ମୁଣ୍ଡ, ମୋ‌ହନ ଚରଣ ବିଷି, ଗୋବିନ୍ଦ ସାହୁ ଓ ରାଜେଶ କୁମାର ମୁଣ୍ଡ ପ୍ରମୁଖ ପରିଚାଳନା କରିଥିଲେ। ସୁଶ୍ରୀ ସୁହାନା ପଣ୍ଡା ଓ ରାଧାରାଣୀ ପୋଢପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲା ବେଳେ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସୁଧାଂଶୁ ପଣ୍ଡା, ବିଶ୍ବଜିତ ବେହେରା, ନିରଞ୍ଜନ ମୁଦୁଲି, ବିଶ୍ବପତି ମୁଣ୍ଡ, ସନ୍ତୋଷ ପାଣିଗ୍ରାହୀ, ଲକ୍ଷପତି ନାଏକ, ଦୁଷ୍ମନ୍ତ ପାଢ଼ୀ,ଭୁଜବଳ ନାଏକ, ସୁଶୀଲ ଚନ୍ଦ୍ର ବିଶି ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ , ସାମ୍ବାଦିକଙ୍କ ସମେତ ଜିଲ୍ଲାର ଶତାଧିକ କୃତୀ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଯୋଗଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନବରଙ୍ଗପୁର ରେ ସାର ଓ ବିହନ ର ଅଧିକୃତ ବିକ୍ରେତା ମାନଙ୍କର ଦୁଇଟି ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ 

masiha

ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

ଫରଙ୍ଗ ରୁ କନ୍ଦେନଜୋର ରାସ୍ତା ନିର୍ମାଣ କାମ ଠିକାଦାର ଙ୍କ ମର୍ଜିରେ 

Sunil Chandra Nayak

Leave a Comment

error: Content is protected !!