ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରି ମାମଲାରେ ଦୁଇ ଯୁବକ ଗିରିଫ 

ଚୋରି ମାମଲାରେ ଦୁଇ ଯୁବକ ଗିରିଫ 

ନବରଙ୍ଗପୁର:(ତା ୧୦/୦୬/୦୨୪)(ରବିନାରାୟଣମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚକଲାପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ହୋଇଥିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।ସୂଚନା ପ୍ରକାରେ ଚଳିତ ମାସ ପାଞ୍ଚ ତାରିଖ ରାତ୍ର ଚକଲାପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଥିବା କମ୍ପ୍ୟୁଟର ସହ ଉପକରଣକୁ କିଛି ଦୁର୍ବୁତ୍ତ ଚୋରି କରି ଫେରାର ହୋଇଯାଇଥିଲେ।ତା ପର ଦିନ ସ୍ଥାନୀୟ ସରପଞ୍ଚ ଝରିଗାଁ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ।ଝରିଗାଁ ଆଇଆଇସି ତପନ କୁମାର ପତିଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଲଷ୍ମୀ ନାରାୟଣ ଦୋରା ଘଟଣାର ତଦନ୍ତ କରିଥିଲେ।ପ୍ରାଥମିକ ତଦନ୍ତ ପରେ ଚକଲାପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚଟୁପକନା ଗ୍ରାମର କୁମର ଜାନୀ(୨୪),ଧନାର ଜାନୀ(୨୬) ଏବଂ ଚାବିଲାଲ ପୂଜାରୀ(୨୫) ପ୍ରମୁଖ ଚୋରି କରିଥିବା କୌଣସି ସୂତ୍ରରୁ ଝରିଗାଁ ପୋଲିସ ଖବର ପାଇ ଗତକାଲି ଚଟୁପକନା ଗ୍ରାମରେ ଚଢ଼ାଉ କରିଥିଲେ।ଝରିଗାଁ ପୋଲିସ ଟିମ ଚଟୁପକନା ଗ୍ରାମରୁ କୁମର ଏବଂ ଧନାରକୁ ଗିରଫ କରିଥିବା ବେଳେ ଚାବିଲାଲ ଫେରାର ହୋଇଯାଇଥିଲା।ସେହିପରି ସିପିୟୁ ଏବଂ ୟୁପିଏସକୁ ଉଦ୍ଧାର କରି ଝରିଗାଁ ଥାନାକୁ ଆଣିଥିଲେ।ଆଜି ସକାଳୁ ଦୁଇ ଜଣ ଯୁବକଙ୍କୁ ଝରିଗାଁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ 

Related posts

ପୋଖରୀରୁ ମୃତ ଦେହ ଉଦ୍ଧାର:ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ 

Sunil Chandra Nayak

ଯୁଣବଳଦା ଛକ ନିକଟ ଜାତୀୟ ରାଜପଥ ପାର୍ଶ୍ବରୁ ବାଇକ ଚୋରି

masiha

ଦୁବୃର୍ତ୍ତ  ରାଇରଙ୍ଗପୁର ବଜାରରେ ଠିଆ ହୋଇଥିବା କାର୍ କାଚ ଭାଙ୍ଗି ଲୁଟି ନେଲେ ଦୁଇଲକ୍ଷ

Sunil Chandra Nayak

Leave a Comment

error: Content is protected !!