ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ 

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ 

ଡାବୁଗାଁ, ୧୧/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାର ସିଂସାରି ଫାଣ୍ଡି ଅଧୀନ ସିନ୍ଧିଗାଁ ଗ୍ରାମରେ ବିଷାକ୍ତ ସାପ କାମୁଡାରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ନେଇ ମଙ୍ଗଳବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନାର ସିଂସାରି ଫାଣ୍ଡି ଅଧୀନ ସିନ୍ଧିଗାଁ ଗ୍ରାମର ବୀରବଲ ଭତ୍ରା ଙ୍କ ପରିବାର ଲୋକେ ସୋମବାର ରାତ୍ରିରେ ରାତ୍ର ଭୋଜନ ସାରି ଶୋଇଥିଲେ | ରାତ୍ର ପ୍ରାୟ ୨ ଘ. ସମୟ ହେବ ବୀରବଲ ଙ୍କ ପୁଅ ଧନିରାମ ଭତ୍ରା (୩୯) ଙ୍କ ଡାହାଣ ହାତର କହୁଣିରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା | ଧନିରାମ କଣ ଗୋଟେ କାମୁଡି ଦେଲା ବୋଲି ପାଟି କରିଥିଲେ | ପଟି ଶୁଣିପାରିବାର ଲୋକେ ଉଠି ଦେଖିଥିଲେ ଯେ ଘର ଭିତରେ ଏକ ବିଷାକ୍ତ ସାପ ରହିଛି | ସଙ୍ଗେ ସଙ୍ଗେ ପରିବାର ଲୋକେ ଧନିରାମ ଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ | ସେଠାରେ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଥିଲା | ମଙ୍ଗଳବାର ପୂର୍ବାହ୍ନ ୧୧ ଘ. ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଧନିରାମ ଙ୍କ ମୃତ୍ୟୁ ଘଟିଛି | ଏନେଇ ମୃତକର ମାମୁଁ ପୁଅ ଭାଇ ଗୁରୁବାରୁ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୧/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଧର୍ମଗଡ ରୋଡ଼ ରେଲ ଷ୍ଟେସନ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଲେ ଧର୍ମଗଡ ବିଧାୟକ

masiha

ଲକ୍ଷ୍ମୀପୁର ବାସନ୍ତୀ କଲ୍ୟାଣ ମଣ୍ଡପ ପରିସରରେ ଭାରତୀୟ ୭୫ ତମ ସମ୍ବିଧାନ ଦିବସ ପାଳିତ 

masiha

ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ପୁରୀ ରଥଯାତ୍ରା -୨୦୨୬ ସମୀକ୍ଷା ବୈଠକ ରଥଯାତ୍ରାର ଯଥେଷ୍ଟ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ

Sunil Chandra Nayak

Leave a Comment

error: Content is protected !!