ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ୬୩ ୟୁନିଟ୍ ରକ୍ତ ସଂଗ୍ରହ

ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ୬୩ ୟୁନିଟ୍ ରକ୍ତ ସଂଗ୍ରହ

ବାଲେଶ୍ଵର,୧୨/୬/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ସୁନ୍ଦରପୁର ହାଇସ୍କୁଲ ପରିସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରପୁର ରଜ ମହୋତ୍ସବ କମିଟି ଏବଂ ଓଡିଶା ବ୍ଲଡ଼ ସେଣ୍ଟର ବାଲେଶ୍ଵରର ମିଳିତ ଉଦ୍ୟମରେ ଅନୁଷ୍ଠିତ ଶିବିରରେ ମୋଟ ୬୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଡାକ୍ତର ଲକ୍ଷ୍ମୀ ଏବଂ ତାଙ୍କର ଷ୍ଟାଫ୍ ମାମୁନି ମଲ୍ଲିକ, ବିଜୟ କୁମାର ପଟ୍ଟନାୟକ, ଜଗନ୍ନାଥ ପଣ୍ଡା, ବିନୋଦ ବିହାରୀ ଦାସ, ବିଦ୍ଯାଧର ସାହୁ ପ୍ରମୁଖ ବ୍ଲଡ଼ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଥିଲେ । ରକ୍ତଦାତା ମାନେ ସ୍ବେଚ୍ଛାକୃତ ଭାବେ କେନ୍ଦ୍ରକୁ ଆସି ରକ୍ତଦାନ କରିଥିଲେ । ଏଥିରେ ମହୋତ୍ସ ବକମିଟି ସଭାପତି ସୁରେନ୍ଦ୍ର ପ୍ରସାଦ ରାଉତ ସମ୍ପାଦକ ଚନ୍ଦ୍ରକାନ୍ତ କୁଅଁର, ମିଡିଆ ସଂଯୋଜକ ପ୍ରଭାତ କୁମାର ନାୟକ,ସଭ୍ୟ ଦାମୋଦର ମହାନ୍ତି, ପିତାମ୍ବର ନାୟକ, ବାବାଜୀ ଚରଣ ପଣ୍ଡା, ଲକ୍ଷ୍ମୀଧର ସ, ସହ- ସମ୍ପାଦକ ତପନ କୁମାର ସ ଏବଂ ସଭ୍ଯା ତଥା ସମାଜସେବୀ କୁଞ୍ଜଲତା ମାହୁନ୍ତ, କମିଟିର ସଦସ୍ୟ/ସଦସ୍ୟା ଏବଂ ମା’ ତାରିଣୀ ୟୁଥ୍ କ୍ଲବର ସମସ୍ତ ସଦସ୍ୟ ମାନେ ଶିବିର ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଡାକ୍ତରଙ୍କ ଦ୍ବାରା ପିତାମ୍ବର ନାୟକଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମଦକାଉଣ୍ଟରରେ ଲୋକାରଣ୍ୟ, କ୍ଷମତା ଠୁ ଅଧିକ ଚଢା ଦାମରେ ବିକ୍ରୀ, ଅସଲି ନକଲି ସଵୁ ସମାନ

masiha

ବନ୍ଧୁଗାଁ ବ୍ଲକର ପ୍ରତି ଗାଁର ଘରେ ଘରେ ପଛୁଆ ବର୍ଗଙ୍କ ସର୍ଭେ ପାଇଁ ଅଙ୍ଗୱାଡ଼ି ଦିଦି ବାଣ୍ଟିଲେ ସର୍ଭେ ସମ୍ବନ୍ଧୀୟ ସୁଚନା ପତ୍ର

ଶତାୟୁ,ବି.ବି. ହାଇସ୍କୁଲ,ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ୭୫ତମ ସାଧାରଣତନ୍ତ୍ର ଦିବସ -୨୦୨୪ ଉତ୍ସବ ପାଳିତ

masiha

Leave a Comment

error: Content is protected !!