ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ସଚେତନ ନାଗରିକ ମଞ୍ଚ ର କର୍ମକର୍ତ୍ତା 

ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ସଚେତନ ନାଗରିକ ମଞ୍ଚ ର କର୍ମକର୍ତ୍ତା 

     ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଦାୟିତ୍ଵ ନେଇଥିବାରୁ ଆମ ସଚେତନ ନାଗରିକ ମଞ୍ଚ ତରଫରୁ ସ୍ବାଗତ କରାଯାଉଛି। ଏହା ସହ ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଙ୍କୁ ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏଥିସହ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବେ ସର୍ବଶ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ଙ୍କୁ ମଧ୍ୟ ସାଧୁବାଦ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଦେଶରେ ଓଡ଼ିଆ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ଦୈ।ପଦୀ ମୁର୍ମୁ , ରାଜ୍ୟରେ ମୁଖ୍ୟମନ୍ତ୍ରୀ ଜଣେ ଅଭିଜ୍ଞ ଆଦିବାସୀ ନେତା ମୋହନ ମାଝୀ ଓ ସୁନ୍ଦରଗଡ ଜିଲ୍ଲାର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ମଧ୍ୟ ଜଣେ ଆଦିବାସୀ ହୋଇଥିବାରୁ ସମଗ୍ର ରାଜ୍ୟ ବିଶେଷ କରି ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ଭାଇ ଭଉଣୀଙ୍କ ସହ ଜିଲ୍ଲାର ବିକାଶ କୁ ପ୍ରାଥମିକତା ଦେବେ ବୋଲି ଆଶା ପ୍ରକଟ କରାଯାଇଛି। ସହରର ବିଭିନ୍ନ କ୍ଷେତ୍ରରେ ଥିବା ବୁଦ୍ଧିଜୀବୀ ଓ ସମାଜସେବୀ ଙ୍କୁ ନେଇ ଗଠିତ ହୋଇଥିବା ସଚେତନ ନାଗରିକ ମଞ୍ଚ ନିର୍ବାଚନ ସମୟରେ ୨୪ଦଫା ଦାବି ଉପସ୍ଥାପନ କରି ନିର୍ବାଚନ ପ୍ରଚାର କରିଥିଲା। ଯାହା ଜିଲ୍ଲା ତଥା ରାଉରକେଲା କୁ ବିକଶିତ କରିପାରିବ ବୋଲି କୁହାଯାଇଥିଲା। ତେଣୁ ଏପରି ସ୍ଥଳେ କେନ୍ଦ୍ର ମନ୍ତ୍ରୀ ଜୁଏଲ ବାବୁ ଓ ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାୟିତ୍ଵ ନେଇଥିବାରୁ ଦାବି ଗୁଡ଼ିକ ପୁରଣ ହେବ ବୋଲି ମଞ୍ଚର କର୍ମକର୍ତ୍ତାମାନେ ଆଶା ରଖିଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଦାୟିତ୍ଵ ନେଇଥିବାରୁ ତଥା ଉଭୟ ଅଭିଜ୍ଞ ହୋଇଥିବାରୁ, ସେମାନଙ୍କ ଦିଗଦର୍ଶନରେ ରାଜ୍ୟ ଉନ୍ନତିର ଚରମ ସୀମାରେ ପହଞ୍ଚିବ ବୋଲି ମଞ୍ଚ ପକ୍ଷରୁ ଆଶା ପ୍ରକଟ କରାଯାଇଛି। ଓଡ଼ିଶାରେ ବିଜେପି ସରକାର ଏକ ସ୍ଥିର, ନିଶ୍ଚିତ ପ୍ରଗତିଶୀଳ ସରକାର ଗଠନ କରି ରାଜ୍ୟର ବିକାଶରେ ସହାୟକ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି, କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ଜେନା, ସାଧାରଣ ସମ୍ପାଦକ ପି ପି ରାୟ, ଉପସଭାପତି ଶଶଧର ପାତ୍ର, ଡାକ୍ତର ବସନ୍ତ କୁମାର ଦାସ, ଜଗନ୍ନାଥ ରାଉତ, କୁଞ୍ଜବିହାରୀ ରାଉତ, ଅକ୍ଷୟ ଜେନା, ସୁମନ୍ତ ବର୍ମା, ଭୀମସେନ ସାହୁ,ପ୍ରଭାସ ରାଉତ, ଉପେନ୍ଦ୍ର କୁମାର ନାୟକ ଙ୍କ ସମେତ ବହୁ କର୍ମକର୍ତ୍ତା ପ୍ରମୁଖ ଆଶା ପ୍ରକଟ କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଜି ଆସିବେ ମା ଗୁଣ୍ଡାନା ଅସ୍ଥାଇ ମନ୍ଦିରକୁ, ୯ଦିନ ପାଇବେ ପୂଜା 

masiha

ଗୋତୋମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ମୟୂରୀ ଥିମ୍ ସଙ୍ଗ ଲୋକାର୍ପିତ  ଗୀତ ସଂଗୀତ ଓ ଗାୟନ ଶୈଳୀ ଉପସ୍ଥିତ ଦର୍ଶକ ଙ୍କ ପ୍ରଶଂସା

Sunil Chandra Nayak

Leave a Comment

error: Content is protected !!