ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର ୩ଘଣ୍ଟା ଧରି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ,ଅଳ୍ପକେ ବର୍ତ୍ତିଲେ ଚାଳକ

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର

୩ଘଣ୍ଟା ଧରି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ,ଅଳ୍ପକେ ବର୍ତ୍ତିଲେ ଚାଳକ

ବସ୍ତା ,୧୩।୬: ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ବସ୍ତା ନିକଟ ଓପିଟିସିଏଲ ପାଓ୍ବାର ଗ୍ରୀଡ଼ ନିକଟରେ ଏକ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟିବା ସମୟରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେବାରୁ ସମ୍ପ୍ରତି ଗ୍ରୀଡ଼ରେ ୩ଘଣ୍ଟା ଧରି ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ସୂଚନାରୁ ପ୍ରକାଶ ଗୁରୁବାର ସକାଳ ସମୟରେ ଉକ୍ତ ରାଜପଥ ଦେଇ ଏକ ଟ୍ୟାଙ୍କର (ଜିଜେ୧୨ ବିଡ଼ବ୍ଲ୍ୟୁ ୮୨୮୯) ବାଲେଶ୍ବରରୁ ପଶ୍ଚିମବଙ୍ଗ ଅଭିମୁଖେ ଯିବା ସମୟରେ ଭାରସାମ୍ୟ ହରାଇ ବସ୍ତା ପାଓ୍ବାର ଗ୍ରୀଡ଼ ସମ୍ମୁଖରେ ତଥା ନୟନଯୋଡ଼ି ପାର୍ଶ୍ବରେ ଥିବା ୪୪୦ ଭୋଲ୍ଟ ବିଦ୍ୟୁତ ଖୁଣ୍ଟକୁ ଉପରେ ଓଲଟି ପଡ଼ିଥିଲା।ଯାହା ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଜାତୀୟ ରାଜପଥ ପହରା ପୁଲିସ ପହଞ୍ଚି ବିଦ୍ୟୁତ ସରବରାହକୁ ବିଛିନ୍ନ କରିବା ଲାଗି ବିଦ୍ୟୁତ ବିଭାଗକୁ ଜଣାଇବା ସହ ବସ୍ତା ପୁଲିସକୁ ଖବର ଦେଇଥିଲେ।ବସ୍ତା ପୁଲିସ ପହଞ୍ଚି କ୍ରେନ ଯୋଗେ ଟ୍ୟାଙ୍କରଟିକୁ ନୟନଯୋଡ଼ିରୁ ଉଦ୍ଧାର କରିବା ପରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଖୁଣ୍ଟ ମରାମତି କରି ପୁନଃ ବିଦ୍ୟୁତ ସଂଯୋଗ କରି ପାଖା ପାଖି ୩ଘଣ୍ଟା ପରେ ବିଦ୍ୟୁତ ସେବା ଯୋଗାଇଥିଲେ।ମାତ୍ର ଏହି ଦୁର୍ଘଟଣାରେ ଟ୍ୟାଙ୍କର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ବସ୍ତା ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଅନ୍ଧାରିଆ ଭିତରେ ଚାଲିଛି  ଅଶନା ପ୍ରାଥମିକ ଚିକିତ୍ସାଳୟ ରେ ସ୍ବାସ୍ଥ୍ୟ ସେବା ; ଟାଟା ପାଓ୍ବାରର ଅଣଦେଖା ; ଟ୍ରାନ୍ସଫର୍ମର ବସିଛି; କିନ୍ତୁ ବିଦ୍ୟୁତ ସଂଯୋଗ ନାହିଁ ; ତୁରନ୍ତ ବିଦ୍ୟୁତ ସଂଯୋଗ ନେଇ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ଙ୍କ ଦାବି

ବିଜୁବାବୁଙ୍କ ଜୟନ୍ତୀ ଅବସରରେ  ବରଗଡ, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଆରମ୍ଭ

Sunil Chandra Nayak

ସମୀକ୍ଷା ସମନ୍ବିତା ଶତପଥୀଙ୍କୁ ସମ୍ବର୍ଦ୍ଧିତ କଲା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ “

masiha

Leave a Comment

error: Content is protected !!