ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର ୩ଘଣ୍ଟା ଧରି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ,ଅଳ୍ପକେ ବର୍ତ୍ତିଲେ ଚାଳକ

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର

୩ଘଣ୍ଟା ଧରି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ,ଅଳ୍ପକେ ବର୍ତ୍ତିଲେ ଚାଳକ

ବସ୍ତା ,୧୩।୬: ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ବସ୍ତା ନିକଟ ଓପିଟିସିଏଲ ପାଓ୍ବାର ଗ୍ରୀଡ଼ ନିକଟରେ ଏକ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟିବା ସମୟରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେବାରୁ ସମ୍ପ୍ରତି ଗ୍ରୀଡ଼ରେ ୩ଘଣ୍ଟା ଧରି ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ସୂଚନାରୁ ପ୍ରକାଶ ଗୁରୁବାର ସକାଳ ସମୟରେ ଉକ୍ତ ରାଜପଥ ଦେଇ ଏକ ଟ୍ୟାଙ୍କର (ଜିଜେ୧୨ ବିଡ଼ବ୍ଲ୍ୟୁ ୮୨୮୯) ବାଲେଶ୍ବରରୁ ପଶ୍ଚିମବଙ୍ଗ ଅଭିମୁଖେ ଯିବା ସମୟରେ ଭାରସାମ୍ୟ ହରାଇ ବସ୍ତା ପାଓ୍ବାର ଗ୍ରୀଡ଼ ସମ୍ମୁଖରେ ତଥା ନୟନଯୋଡ଼ି ପାର୍ଶ୍ବରେ ଥିବା ୪୪୦ ଭୋଲ୍ଟ ବିଦ୍ୟୁତ ଖୁଣ୍ଟକୁ ଉପରେ ଓଲଟି ପଡ଼ିଥିଲା।ଯାହା ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଜାତୀୟ ରାଜପଥ ପହରା ପୁଲିସ ପହଞ୍ଚି ବିଦ୍ୟୁତ ସରବରାହକୁ ବିଛିନ୍ନ କରିବା ଲାଗି ବିଦ୍ୟୁତ ବିଭାଗକୁ ଜଣାଇବା ସହ ବସ୍ତା ପୁଲିସକୁ ଖବର ଦେଇଥିଲେ।ବସ୍ତା ପୁଲିସ ପହଞ୍ଚି କ୍ରେନ ଯୋଗେ ଟ୍ୟାଙ୍କରଟିକୁ ନୟନଯୋଡ଼ିରୁ ଉଦ୍ଧାର କରିବା ପରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଖୁଣ୍ଟ ମରାମତି କରି ପୁନଃ ବିଦ୍ୟୁତ ସଂଯୋଗ କରି ପାଖା ପାଖି ୩ଘଣ୍ଟା ପରେ ବିଦ୍ୟୁତ ସେବା ଯୋଗାଇଥିଲେ।ମାତ୍ର ଏହି ଦୁର୍ଘଟଣାରେ ଟ୍ୟାଙ୍କର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ବସ୍ତା ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

୧- କୁଞ୍ଜକାନ୍ତସ୍ଥିତ ମା’ ବନଦୁର୍ଗାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା, ଚତୁର୍ଥ ଦିବସରେ କୁଷ୍ମଣ୍ଡା ଦେବୀ ବେଶରେ ଦର୍ଶନ ଦେଲେ ମା’ , ୨- ଆକର୍ଷଣୀୟ ଅଫର୍ ନେଇ ଆସିଛି ଜେଇଲୋ ଇଭି ସୋରୁମ୍, ଗାଡ଼ି କିଣିଲେ ମିଳିବ ୫ ହଜାର ଟଙ୍କା ରିହାତି ସହ ଆକର୍ଷଣୀୟ ଉପହାର!

Sunil Chandra Nayak

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳା ଆରମ୍ଭ

masiha

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟରେ ସେଲ୍ଫ ଡିଫେନ୍ସ ପ୍ରଶିକ୍ଷଣ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!