ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ରୋଷେୟା ଏବଂ ସେବାୟତ ସଂଘର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ରୋଷେୟା ଏବଂ ସେବାୟତ ସଂଘର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

ଡାବୁଗାଁ, ୧୬/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଅନୁସୂଚିତ ଜନଜାତି ଓ ଜାତି ଉନୟନ୍ନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ରୋଷେୟା ଏବଂ ସେବାୟତ ସଂଘର କର୍ମକର୍ତ୍ତା ମାନେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ଏକ ଦାବିପତ୍ର ଉମରକୋଟ ସ୍ଥିତ ବାସଭବନରେ ରବିବାର ପ୍ରଦାନ କରିଛନ୍ତି | ଆଜକୁ ଦୀର୍ଘ ୩୦ ବର୍ଷ ଅର୍ଥାତ ୧୯୯୩ ମସିହାରୁ ରୋଷେୟା ଓ ସେବାୟତ ମାନେ ବିଭାଗ ଅଧୀନ ବିଦ୍ୟାଳୟ ଗୁଡିକରେ ରୋଷେଇ କରି ପିଲା ମାନଙ୍କୁ ୨ ଓଳି ଖାଇବାକୁ ଦେବା ସହ ପିଲା ମାନଙ୍କ ସେବା ଯତ୍ନ ସହ ୨୪ ଘଣ୍ଟା ଉପସ୍ଥିତ ରହି ଦାୟିତ୍ଵ ତୁଲାଇ ଆସୁଛନ୍ତି | ରୋଷେୟା ମାନଙ୍କୁ ନିୟମିତ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି | ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲା ସଂଘ ଇଉପିଏ ସଭାପତି ସିନ୍ଧୁ ଭତ୍ରା ଓ ତୁଲେଶ୍ଵର ନାୟକ, ସମ୍ପାଦକ ରାଜେନ୍ଦ୍ର ନାୟକ, ନବରଙ୍ଗପୁର ବ୍ଲକ ସଭାପତି କୈଳାସ ପ୍ରଧାନୀ, ଉମରକୋଟ ବ୍ଲକ ଉପସଭାପତି ରାଜୁ ନାୟକ, ଶଙ୍କର କେଉଟ, ଦିନୁ ଭତ୍ରା, ଗୋପବନ୍ଧୁ ଭତ୍ରା, ଯୁଧିଷ୍ଠିର ନାୟକ, ମୋହନ ସିଂ ପୂଜାରୀ, ସୁଶୀଲ ଭତ୍ରା, ନରସିଂହ ଭତ୍ରା, ମୋହନ ମାଝି, ଉଦୟନାଥ ଭତ୍ରା, ଖଗପତି ମାଝି ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମହୋତ୍ସବ କମିଟି ଓ ସାମ୍ୱାଦିକ ଙ୍କ ବୈଠକ

Sunil Chandra Nayak

ଜଳକା ନଦୀରୁ ମିଳିଥିବା ଡଲଫିନର ମୃତ୍ୟୁ ବନ ବିଭାଗ ହତାଶ

masiha

ଜିଲ୍ଲାସ୍ତରୀୟ ବିଶ୍ଵ ଜଳ ଦିବସ ୨୦୨୫ ସମ୍ମିଳନୀ ଅନୁଷ୍ଠିତ

masiha

Leave a Comment

error: Content is protected !!