ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଲେଭେନ ରୋୟାଲ ଗ୍ରୀନ ଟେନିସ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଚମ୍ପିୟାନ 

ଇଲେଭେନ ରୋୟାଲ ଗ୍ରୀନ ଟେନିସ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଚମ୍ପିୟାନ 

ଜୁନାଗଡ଼ ୩/୭ ( ମ ନି ସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗାଁ ମିନି ଷ୍ଟାଡିୟମ ଠାରେ ଇଲେଭେନ ରୋ ୟାଲ ଗ୍ରୀନ ଟେନିସ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ହୋଇଯାଇଛି ।ଉଦଯାପିତ ଫାଇ ନାଳ ମ୍ୟାଚ ଚିଲିଗୁଡ଼ା କ୍ରିକେଟ ଦଳ ଏବଂ ଗୁମା ବାହାଲ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ଚିଲିଗୁଡ଼ା ଦଳ ଟଚ ଜିତି ବ୍ୟାଟିଂ କରିଥିଲେ ।ନିର୍ଦ୍ଧାରିତ ୧୨ ଓଭରରେ ଚିଲିଗୁଡ଼ା ଦଳ ୧୩୫ ର ନ କରିଥିବା ବେଳେ ଗୁମା ବାହାଲ ଦଳ ୧୧ ଓଭର ୪ ବଳରେ ୧୦୧ ର ନ ସଂଗ୍ରହ କରି ଅଲ ଆଉଟ ହୋଇଥିଲେ ।ଏଥିରେ ଚିଲିଗୁଡ଼ା ଦଳ ଚମ୍ପିୟାନ ହୋଇଥିଲା । ଏହି ଖେଳରେ ୧୬ ଗୋଟି କ୍ରିକେଟ ଦଳ ଅଂଶ ଗ୍ରହଣ କରି ଥିଲେ ।ଖେଳ ୫ ଦିନ ଧରି ଦାସି ଗାଁ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା । ଉଦଯାପିତ ପୁରସ୍କାର ବିତରଣ ଉତ୍ସବ ରେ ଦାସି ଗାଁ ସମିତି ସଭ୍ୟ ସୌମେନ୍ଦ୍ର ପ୍ରକାଶ ମୁଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବେ ପିଇଓ ଗଜାନନ ନ।ଏକ ,ଜି ଆର ଏସ ବିରେନ୍ଦ୍ର ନ।ଏକ ,ଯୋଗାଣ ସହାୟକ ଡବଲ କିଶୋର ନିଆଲ ,ପ୍ରମୋଦ ନାଗ ,ଫୁଲ କୁମାର ନିଆଲ ଏବଂ ସୟମ୍ବର ବାଗ ପ୍ରମୁଖ ଯୋଗଦାନ କରି ଉଭୟ ଦଳକୁ ପୁରସ୍କୃତ କରିଥିଲେ ।ଏଥିରେ ଆୟୋଜକ କମିଟିର ଲିଙ୍କନ ବାଗ ,ନରେଶ ବେମାଲ ,ଖମ୍ବେଶ୍ୱର ସୁନାନୀ ,ସୁରେଶ ବେମାଲ ,ବିକାଶ ବେମାଲ ଏବଂ ସୁବ୍ରତ ମାଝି ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।ଏହି ଖେଳକୁ କ୍ଷୀର ସିନ୍ଧୁ ବେମାଲ ଏବଂ ମଣ୍ଡୁ ନାଗ ପରିଚାଳନା କରି ଥିବା ବେଳେ ପଙ୍କଜ ସୁନାନୀ ଧାରା ବିବରଣୀ ପ୍ରଦାନ କରିଥିଲେ । ପ୍ରମୋଦ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ରାଜୀବ କୁମାର ୟଙ୍ଗକମଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

masiha

ଦୁର୍ଗମ ଅଞ୍ଚଳ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା /ଆଦିବାସୀ ନୃତ୍ୟରେ ଦୁଲୁକିଲା ଚଢ଼େଇପାହାଡି ସ୍ପୋର୍ଟ ପଡିଆ

masiha

ବନ୍ଧୁଗାଁ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!