ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲା ସ୍ତରୀୟ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ 

ଜିଲା ସ୍ତରୀୟ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ 

ଡାବୁଗାଁ, ୧୧/୭ (ମ.ନି.ସ.)- ନବରଙ୍ଗପୁର ଜିଲା ସଦରମହକୁମାସ୍ଥିତ ଜିଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟ|ଳୟ ସମ୍ମିଳନୀ କକ୍ଷଠାରେ ଜିଲା ସ୍ତରୀୟ ଜାତୀୟ ମତ୍ସ୍ୟଚାଷୀ ଦିବସ ବୁଧବାର ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଦିଲ୍ଲୀପ କୁମାର କବିରାଜ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଥିଲେ ଯେ ଜିଲାରେ ମତ୍ସ୍ୟ ଚାଷୀ ମାନେ କିପରି ଜିନ ଚାଷରେ ୨ଗୁଣ ଲାଭବାନ ହୋଇପାରିବେ ଏବଂ ମତ୍ସ୍ୟ ଚାଷ ସମୟରେ ଉପଜୁଥିବା ବିଭିନ୍ନ ସମସ୍ୟା ଓ ସେ ସବୁର ପ୍ରତିକାର ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ଓ କିଛି ଅଗ୍ରଣୀ ମତ୍ସ୍ୟ ଚାଷୀ ମାନଙ୍କୁ ନିଜର ଅଭିଜ୍ଞତା ପରିପ୍ରକାଶ କରିବାକୁ ଆହ୍ଵାନ ଦେଇଥିଲେ | ଅନ୍ୟ ଅତିଥି ମାନେ ନିଜ ଅଭିଭାଷଣରେ ଜିଲର ମତ୍ସ୍ୟଚାଷୀ ମାନେ କିପରି ଭାବେ ମାଛ ଚାଷ କରିବା ଦ୍ଵାରା ଉପକୃତ ହୋଇ ପାରିବେ ଓ ଅଧିକ ରୁ ଅଧିକ ମାଛ ଉତ୍ପାଦନ ବୃଦ୍ଧି କରିବା ସହିତ ନିଜର ଜୀବିକା ଅତିବାହିତ କରିପାରିବେ ଏବଂ ମତ୍ସ୍ୟ ବିଭାଗରେ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଉପରେ ଅତିଥି ମାନେ ଆଲୋକପାତ କରିଥିଲେ | ଏଥିରେ ସହକାରୀ ପ୍ରାଣୀ ଚିକିତ୍ସକ ଡା. ପ୍ରଜ୍ଞା ପଣ୍ଡା, ନନ୍ଦହାଣ୍ଡି ସହକାରୀ ପ୍ରାଣୀ ଚିକିତ୍ସକ ଡା. ବିଶ୍ଵ ରଞ୍ଜନ ସାହୁ, ଅବସରପ୍ରାପ୍ତ ସହକାରୀ ମତ୍ସ୍ୟ ଅଧିକାରୀ ଚନ୍ଦ୍ର ଶେଖର ମହାପାତ୍ର, ସହକାରୀ ମତ୍ସ୍ୟ ଅଧିକାରୀ ସଞ୍ଜନା ସାମଲ ପ୍ରମୁଖ ମଞ୍ଚାସୀନ ଥିଲେ | ଏଥିରେ ପଞ୍ଚାୟତ ପୋଖରୀ ନିଲାମ ନେଇ ମାଛ ଚାଷ କରୁଥିବା ନନ୍ଦହାଣ୍ଡି ବ୍ଲକ ର ମାଁ ଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀ, ଶ୍ରେଷ୍ଠ ମତ୍ସ୍ୟ ଚାଷୀ ଭାବେ ତେନ୍ତୁଳୀଖୁଣ୍ଟି ବ୍ଲକ ର ଲଳିତ ମୋହନ ନାୟକ, ଶ୍ରେଷ୍ଠ ଉଦ୍ୟୋଗକାରୀ ଭାବେ ଦେବାନନ୍ଦ ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା | ଏଥିରେ ସହକାରୀ ମତ୍ସ୍ୟ ଅଧିକାରୀ ବିଜୟ କୁମାର ମାଝି, ରାଜେଶ କୁମାର ଦାସ, ଏସ. ଭବାନୀ ରେଡ୍ଡୀ, ଭାବଗ୍ରାହୀ ନାୟକ, ଦେବବ୍ରତ ମିତ୍ର, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଅଶ୍ଵିନୀ କୁମାର ଜେନା, ଲକ୍ଷ୍ମୀପ୍ରିୟା ଦାଶ ଓ ମନୋରଞ୍ଜନ ମାଝି, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଉତ୍ତମ କୁମାର ଗଣ୍ଡ ପ୍ରମୁଖ ସହଯୋଗ କରିଥିଲେ | ଶେଷରେ ସହକାରୀ ମତ୍ସ୍ୟ ଅଧିକାରୀ ଶୁଭେନ୍ଦୁ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

Sunil Chandra Nayak

୭୫ତମ ସମ୍ବିଧାନ ଦିବସ ପାଳିତ

masiha

ସମସ୍ୟା ଘେରରେ ଜୁନାଗଡ଼ ସଂସ୍କୃତି ଭବନ ।କାମ ଦେଉନି ଏ ସି ଛାତ ଫାଟି ପଡୁଛି ସିମେଣ୍ଟ ଅତଡା

Sunil Chandra Nayak

Leave a Comment

error: Content is protected !!