ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ସାହିତ୍ୟ ଆସର 

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ସାହିତ୍ୟ ଆସର 

ରାଉରକେଲା: ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଶ୍ରଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ସଭା ତଥା ଶ୍ରୀଜଗନ୍ନାଥଙ୍କୁ ନେଇ ସ୍ବରଚିତ କବିତା ପାଠ ଉତ୍ସଵ ସଂସଦର ସଭାପତି ବ୍ରଜେନ୍ଦ୍ର ଦାସଙ୍କ ପୌରୋହିତ୍ଵରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସାଧରଣ ସମ୍ପାଦକ ନୃସିଂହ ଚରଣ ବିଶ୍ଵାଳଙ୍କ ଆବାହକତ୍ୱରେ ତଥା ମଞ୍ଚ ପରିଚଳନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରଶାସକ ତଥା ସ୍ବସ୍ତି ସାହିତ୍ୟ ସଂସଦ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ଯୋଗଦେଇଥିବା ବେଳେ ମୁଖ୍ୟ ଆଲୋଚକ ଭାବେ ଡାକ୍ତର ପ୍ରଫୁଲ୍ଲ କୁମାର ମହାପାତ୍ର ଯୋଗଦେଇଥିଲେ। ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଅତିଥି ମାନେ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ କବୀ ଉର୍ବଶୀ ଦାଶ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ଶ୍ରୀ ଜଗନ୍ନାଥଙ୍କ ମହିମା ଅପାର ଏବଂ ଆମ ସଂସ୍କୃତି ଓ ପରମ୍ପରା ସାରା ପୃଥିବୀରେ ପରିବ୍ୟାପ୍ତ ହୋଇ ଚାଲିଛି ବୋଲି ବକ୍ତା ଓ ଅତିଥି ମାନେ ମତବ୍ୟକ୍ତ କରି କହିଥିଲେ ଯେ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟେକ ରୀତି କାନ୍ତି ଆମ ସଂସ୍କୃତିକୁ ମହିମା ମଣ୍ଡିତ କରିଥାଏ ।

ପ୍ରଥମ ପର୍ଯ୍ୟାୟ ଶେଷରେ କବି ପ୍ରତାପ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟ କବିତା ପାଠ କାର୍ଯ୍ୟକ୍ରମରେ କବୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ସଭାପତିତ୍ବ କରିଥିବାବେଳେ କବି ଉପେନ୍ଦ୍ର ବସ୍ତିଆ ଓ ରବି ନାରାୟଣ ମହାନ୍ତି ସଂଯୋଜନା କରିଥିଲେ। କବି ରାଜୀବ ପାଣି , ମହେନ୍ଦ୍ର କୁମାର ପଟ୍ଟନାୟକ, ପ୍ରତାପ ପଣ୍ଡା, ରବୀନ୍ଦ୍ର ମହାନ୍ତି, ଉପେନ୍ଦ୍ର ବସ୍ତିଆ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଉର୍ବଶୀ ଦାଶ, ଗୌତମ ଦାସ, ରଶ୍ମୀ ସାହୁ, ଗୀତାରାଣୀ ବେହେରା, ଇଂ. ଅଶୋକ କୁମାର ପଟ୍ଟନାୟକ, ଅଜୟ କୁମାର ମହାନ୍ତି, ଅଭିରାମ ପ୍ରଧାନ, ପ୍ରକାଶ ଚନ୍ଦ୍ର ସେଠୀ, ଭରତ ଶତପଥୀ , ସବିତା ବସ୍ତିଆ, ବିଭୁ ପ୍ରସାଦ ନାୟକ, ପୁଷ୍ପା ରାଣୀ ପଟେଲ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ରାଧାମୋହନ ନାୟକ, ହରିହର ଶତପଥୀ, ସୁକାନ୍ତ ମହାପାତ୍ର, ଦିବାକର ଦାସ, ପ୍ରମୁଖ ବହୁ ଲେଖକ କବି ଯୋଗଦାନ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟ ଶେଷରେ ବିଜୟଲକ୍ଷ୍ମୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ରେଳ ଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ

masiha

ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ,କଟକ ଠାରେ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଶିକ୍ଷକ ଦକ୍ଷତା ବୃଦ୍ଧି କର୍ମଶାଳା 

masiha

ରାଉରକେଲା କଲେଜରେ ଗାନ୍ଧୀ ଜୟନ୍ତୀ ଅବସରରେ ଆଲୋଚନାଚକ୍ର

masiha

Leave a Comment

error: Content is protected !!