ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଶୁଣାଣୀରେ ୬୪ ଅଭିଯୋଗର ହେଲା ଶୁଣାଣୀ 

ଜନଶୁଣାଣୀରେ ୬୪ ଅଭିଯୋଗର ହେଲା ଶୁଣାଣୀ 

ରାଉରକେଲା ୧୩/୫/୨୫ :  ରାଉରକେଲାର ଆରଏମସି ସମ୍ମିଳନୀ କକ୍ଷରେ  ଆଜି ଯୁଗ୍ମ ଜନ ଶୁଣାଣି  ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟୱାନ ମହାଜନ ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନିତେଶ ୱାଧୱାନି ଉପସ୍ଥିତ ରହି ମୋଟ ୬୪ ଟି ଅଭିଯୋଗର ଶୁଣାଣି କରିଥିଲେ। ସେଥିମଧ୍ୟରେ ୪୭ ଟି ବ୍ୟକ୍ତିଗତ ଓ ୧୭ ଟି ସାମୁହିକ ଅଭିଯୋଗ ରହିଥିବା ବେଳେ ୧୪ ଟି ଅଭିଯୋଗର ସମାଧାନ ଶୁଣାଣି ସ୍ଥଳରେ ହିଁ ହୋଇଥିଲା। 

ଏହା ସହ ଅଧିକ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପାଇଁ ଆସିଥିବା  ୯ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଚିକିତ୍ସା ପାଇଁ ୬୭ ହଜାର ଆର୍ଥିକ ସହାୟତା  ଯୋଗାଇ ଦିଆଯାଇଛି।

ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ, େଡ୍ରନ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା,ବ୍ରିଜ ନିର୍ମାଣ, ଆବାସ ସମସ୍ୟା, ରାସନ୍  ସମସ୍ୟା, ଜମିଜମା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା। 

ଏଥିରେ ଆରଏମସି କମିଶନର ଆଶୁତୋଷ କୁଲକର୍ଣ୍ଣି ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ପାନପୋଷ ଉପ ଜିଲ୍ଲାପାଳ ବିଜୟ କୁମାର ନାୟକ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡା ଜିଲ୍ଲା ପ୍ରଶାସନ ପାଳିଲା ନୁଆଁଖାଇ ଭେଟଘାଟ – ୨୦୨୩

masiha

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ 

masiha

ସଡ଼କ ପରିବହନ ନିଗମ ମେକାନିକଙ୍କୁ ଶ୍ରଦ୍ଧାଂଜଳି

masiha

Leave a Comment

error: Content is protected !!