ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଇଁରିପାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ କଳା ଶ୍ରେଣୀ ଉଦ୍ଘାଟିତ   

ଭଇଁରିପାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ କଳା ଶ୍ରେଣୀ ଉଦ୍ଘାଟିତ     

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଭାଇଁରିପାଲି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଲୟରେ ଯୁକ୍ତ ଦୁଇ କଲା ଛାତ୍ର ଶ୍ରେଣୀର ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରେମ ନାରାୟଣ ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରେଙ୍ଗଲାପାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ , ସମ୍ମାନିତ ଅତିଥି ଭାବେ ସମ୍ବାଦ ପ୍ରତିନିଧି ଶରତ ଚନ୍ଦ୍ର ରାଉତ,ଯୁବ ସଂଗଠକ ମଳୟ ରାଉତ ଯୋଗଦେଇଥିଲେ। ପ୍ରଧାନ ଶିକ୍ଷକ ହେମନ୍ତ ପାଣିଗ୍ରାହୀ ସଭାପତିତ୍ବ କରିଥିଲେ । ଚଲିତ ଶିକ୍ଷାବର୍ଷ ୨0୨୪-୨୫ ପାଇ ୧୨୪ ଜଣ ଛାତ୍ର ଛାତ୍ରୀ ଙ୍କ ପାଇଁ ଆସନ ଥିବା ବେଳେ ୪୪ ଜଣ ଏପର୍ଯ୍ୟନ୍ତ ନାମ ପଞ୍ଜୀକୃତ କରିଛନ୍ତି ।ଅଧ୍ୟାପକ ଭାବେ ୫ ଜଣ ଙ୍କୁ ନିଯୁକ୍ତି ଦିଆଯାଇଛି ତନ୍ମଧ୍ୟରେ ଅର୍ଥନୀତି,ଇତିହାସ, ଓଡ଼ିଆ, ଇଂରାଜି,ରାଜନୀତି ବିଜ୍ଞାନ ପାଇଁ ଇଣ୍ଟର୍ଭ୍ୟୁ ମାଧ୍ୟମରେ ଅତିଥି ଅଧ୍ୟାପକ ଭାବେ ଚୟନ କରାଯାଇଛି । ଅଞ୍ଚଳରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲି ଥିବା ହେତୁ ଛାତ୍ର ଛାତ୍ରୀ ତଥା ଅଭିଭାବକ ମହଲରେ ଉତ୍ସାହ ଦେଖାଯାଇଛି। ସଭା କାର୍ଯ୍ୟକ୍ରମ କୁ ସଂସ୍କୃତ ଶିକ୍ଷକ ସୁନିଲ ଶବର ପରିଚାଳନ କରିଥିବା ବେଳେ ଶିକ୍ଷକ ସୂର୍ଯ୍ୟମଣି ପାତ୍ର, ହିନ୍ଦୀ ଶିକ୍ଷକ ଦୀପକ ପଟ୍ଟନାୟକ, କନିଷ୍ଟ କିରାଣୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ତଥା ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନନ୍ଦାହାଣ୍ଡିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଗା ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତ ସଂଗ୍ରହ

masiha

ମସ୍କାଗୁଡା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଅନୁଷ୍ଠିତ

masiha

୬ ଦଫା ଦାବିରେ କଳାବ୍ୟାଚ ପିନ୍ଧି କୃଷି କର୍ମଚାରୀ ଙ୍କ ପ୍ରତିବାଦ, ଦାବି ପୂରଣ ନହେଲେ ୧ ରୁ ସାମୁହିକ ଛୁଟିରେ ଯିବେ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!