ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ମଧ୍ୟ ଦେଇ ଯିବାକୁ ଥିବା ସ୍ୱରେଜ ପାଇପକୁ ବିରୋଧ 

ବିଦ୍ୟାଳୟ ମଧ୍ୟ ଦେଇ ଯିବାକୁ ଥିବା ସ୍ୱରେଜ ପାଇପକୁ ବିରୋଧ 

ବିଶ୍ବମ୍ଭର ବିଦ୍ୟାପୀଠ ପୁରାତନ ଛାତ୍ର ମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବିଦ୍ୟାଳୟ ପଛ ପାଖରେ ଥିବା ଏକ ବସ୍ତିର ସ୍ୱରେଜ ପାଇପକୁ ସ୍କୁଲ ଖେଳ ପଡିଆର ମଧ୍ୟଦେଇ ନବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ୱାଟକୋ ବିଭାଗୀୟ ମୁଖ୍ୟ ଅଧିକାରୀଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଜାଣି ପୁରାତନ ଛାତ୍ର ମାନେ ଅସନ୍ତୋଷ ବ୍ୟକ୍ତ କରିବା ସଙ୍ଗେ ତୀବ୍ର ବିରୋଧ କରିଥିଲେ l ଏହି ପାଇପ ଲାଇନ ଗଲେ ବିଦ୍ୟାଳୟରେ ପଢୁଥିବା ପ୍ରାୟ ୧୫୦୦ (୫ ବର୍ଷରୁ_୧୬ ବର୍ଷ)କୁନି କୁନି ପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସହ ଅସ୍ଵାସ୍ଥ୍ୟକର ପରିବେଶ ଉପୁଜିବାର ସମ୍ଭାବନା ରହିଅଛି l ଆଜିର ବୈଠକରେ ପୁରାତନ ଛାତ୍ର ମାନେ ପ୍ରଶାସନ ପକ୍ଷରୁ ହେବାକୁ ଥିବା ଏହି ଅନୈତିକ କାର୍ଯ୍ୟ ବିରୋଧରେ ନିଜ ନିଜର ମତ ବ୍ୟକ୍ତ କରିବା ସହ ଆଗାମୀ ଦିନରେ ଏଭଳି କାର୍ଯ୍ୟକୁ ଦୃଢ଼ ବିରୋଧ କରି ଆଇନଗତ କାର୍ଯ୍ଯାନୁଷ୍ଠାନ ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ବ୍ୟକ୍ତ କରିଛନ୍ତି l ଏହି ବୈଠକ ପରେ ପୁରାତନ ଛାତ୍ରମାନଙ୍କର ଏକ ପ୍ରତିନିଧି ମଣ୍ଡଳ ବିଦ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷକକୁ ନିଜର ପ୍ରତିବାଦ ଜଣାଇଛନ୍ତି l

ସତିଶ କୁମାର ଦାଶ ଙ୍କ ରିପୋର୍ଟ୍ 

Related posts

ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ ଅକ୍ଷୟ ତୃତୀୟା ଅବସରରେ ଚାଷୀ ମାନଙ୍କୁ ସି ଏମ କିଷ।ନ ଅନ୍ତର୍ଗତ ସହାୟତା ରାଶି ପ୍ରଦାନ

masiha

ଡ଼ଙ୍ଗରିଗୁଡା ଓ ମାଝୀଗୁଡା ହାଇସ୍କୁଲରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

masiha

ପଡ଼ି କାର୍ଡ ପାଇବାକୁ ବ୍ଲକ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ନୟାନ୍ତ

masiha

Leave a Comment

error: Content is protected !!